113
ମଙ୍ଗଳମୟ ପରମେଶ୍ୱରଙ୍କ ସ୍ତୁତି 
 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, 
ହେ ସଦାପ୍ରଭୁଙ୍କ ଦାସଗଣ, ତୁମ୍ଭେମାନେ ପ୍ରଶଂସା କର, 
ସଦାପ୍ରଭୁଙ୍କ ନାମର ପ୍ରଶଂସା କର। 
 2 ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। 
 3 ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ 
ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ। 
 4 ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ 
ଓ ତାହାଙ୍କ ଗୌରବ ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। 
ଯାହାଙ୍କର ଆସନ ଊର୍ଦ୍ଧ୍ୱରେ, 
 5 ଯେ ଆକାଶ ଓ ପୃଥିବୀକୁ ଦେଖିବା ପାଇଁ ଆପଣାକୁ ନତ କରନ୍ତି, 
 6 ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କିଏ? 
 7 ସେ ଅଧିପତିମାନଙ୍କ ସଙ୍ଗେ, ନିଜ ଲୋକଙ୍କ ଅଧିପତିଗଣ ସଙ୍ଗେ ବସାଇବା ପାଇଁ, 
 8 ଦରିଦ୍ରକୁ ଧୂଳିରୁ ଉଠାନ୍ତି ଓ ଦୀନହୀନକୁ ଖତରାଶିରୁ ଉତ୍ତୋଳନ କରନ୍ତି। 
 9 ସେ ବନ୍ଧ୍ୟା ସ୍ତ୍ରୀକୁ ଗୃହିଣୀ 
ଓ ସନ୍ତାନଗଣର ଆନନ୍ଦମୟୀ ମାତା କରନ୍ତି। 
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।