120
ସାହାଯ୍ୟ ପ୍ରାର୍ଥନା 
ଆରୋହଣ ଗୀତ। 
 1 ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, 
ତହିଁରେ ସେ ମୋତେ ଉତ୍ତର ଦେଲେ। 
 2 ହେ ସଦାପ୍ରଭୋ, ମିଥ୍ୟାବାଦୀ ଓଷ୍ଠାଧରରୁ 
ଓ ପ୍ରବଞ୍ଚକ ଜିହ୍ୱାରୁ ମୋʼ ପ୍ରାଣକୁ ଉଦ୍ଧାର କର। 
 3 ହେ ପ୍ରବଞ୍ଚକ ଜିହ୍ୱେ, 
ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ? 
 4 ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ। 
 5 ହାୟ, ହାୟ, ମୁଁ ମେଶକ୍ରେ ପ୍ରବାସ କରେ। 
ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ। 
 6 ଶାନ୍ତି ଘୃଣାକାରୀ ଲୋକ ସହିତ 
ମୋʼ ପ୍ରାଣ ଦୀର୍ଘ କାଳ ବାସ କରିଅଛି। 
 7 ମୁଁ ଶାନ୍ତି ଚାହେଁ; 
ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।