୨୧
ଜିରୁସାଲାମ୍ ଜିସୁ ଡାକ୍ପୁଟାରେ ଜିବାଟା 
(ମାର୍କ ୧୧:୧-୧୧; ଲୁକ୍ ୧୯:୨୮-୪୦; ଜଅନ୍ ୧୨:୧୨-୧୯) 
 ୧ ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇ କଣ୍ଡେକ୍ ଦୁର୍ ଜାଇ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତିନିଆ ନାଉଁର୍ ଗାଏଁ କେଟ୍ଲାଇ । ତାର୍ ଦୁଇଟା ସିସ୍ମନ୍କେ ଆଦେସ୍ ଦେଇ କଇଲା,  ୨ “ତମେ ମୁଆଟେ ରଇଲା ସେ ଗାଏଁ ଜାଆ । ତେଇ କେଟ୍ଲା ଦାପ୍ରେ, ଗଟେକ୍ ଗଦ ବାନ୍ଦିଅଇ ରଇବାଟା ଦେକ୍ସା ଆରି ତାର୍ ଲଗେ ତାର୍ ପିଲା ଆଚେ । ସେମନ୍କେ ମେଲି ମର୍ଲଗେ ଦାରି ଆସା ।  ୩ କେ ଜଦି କାଇ ବଲି ପାଚାର୍ଲେ କଇସା, ‘ଏଟା ସାଉକାର୍କେ ଦର୍କାର୍ ଆଚେ ।’ ସେଡ୍କି ଦାପ୍ରେ ସେ ଗଦମନ୍କେ ଚାଡିଦେଇସି ।” 
 ୪ ଏ ଗଟ୍ନାଅନି ବାବବାଦିମନ୍ ଲେକି ରଇଲା କାତା ସିଦ୍ ଅଇଲା । 
 ୫ “ ସିଅନ୍ ଗଡେ କୁଆ ! 
ଦେକା, ତମର୍ ରାଜା ତମର୍ ଲଗେ ଆଇଲାନି, 
ସେ କେଡେ ସୁଆଲ୍ ଗଦପିଲାର୍ ପିଟିତେଇ ବସ୍ଲାଆଚେ 
ଦେକା, ସେ ଗଦପିଲା ଉପ୍ରେ ବସିଆଇଲାନି ।” 
 ୬ ସିସ୍ମନ୍ ଜାଇ ଜିସୁ କଇବା ଇସାବେ କଲାଇ ।  ୭ ଗଦ ଆରି ତାର୍ ପିଲାକେ ଦାରି ଆସି ତାକର୍ ଉପ୍ରେ ଲୁଗାମନ୍ ଅଚାଇ ଦେଲାଇ ଆରି ଜିସୁ ଗଦ ଉପ୍ରେ ବସ୍ଲା ।  ୮ ତେଇ ରଇଲା ଲକ୍ମନ୍ ଜିସୁ ଜିବା ବାଟେ ନିଜର୍ ନିଜର୍ ପଚିଆମନ୍ ଅଚାଇ ଦେଲାଇ ଆରି କେତେକ୍ ଲକ୍ମନ୍ କଜ୍ରି ଡାଲ୍ ଆନି କରି ସେ ବାଟେ ଅଚାଇଦେଲାଇ ।  ୯ ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜାଇତେ ରଇଲା ଲକ୍ମନ୍ ଆକ୍ମାରି କରି କଇଲାଇ, “ଦାଉଦର୍ ପଅକେ ଡାକ୍ପୁଟା କରା, ଜେ ମାପ୍ରୁର୍ ନାଉଁ ଦାରି ଆଇଲାନି ତାକେ ପର୍ମେସର୍ ଆସିର୍ବାଦ୍ କର । ପର୍ମେସରର୍ ଡାକ୍ପୁଟା କରା ।” 
 ୧୦ ଜିସୁ ଜିରୁସାଲାମ୍ କେଟ୍ଲାଦାପ୍ରେ ସେ ଗଡର୍ ଲକ୍ମନ୍ ଜିସୁ କେ ? ବଲି କରି ଗୁଲାଇ ବାଟେ ଉଡ୍ରା ଅଇଗାଲା ।  ୧୧ ଲକ୍ମନ୍ ପାଚାର୍ଲାଇ, “ସେ କେ ?” ବିନ୍ ଲକ୍ମନ୍ କଇଲାଇ, “ସେ ଅଇଲାନି ଗାଲିଲି ରାଇଜେ ରଇବା ନାଜରିତ୍ ଗଡର୍ ବବିସତ୍ବକ୍ତା ଜିସୁ ।” 
ଜିସୁ ମନ୍ଦିରେ ଗାଲା 
(ମାର୍କ ୧୧:୧୫-୧୯; ଲୁକ୍ ୧୯:୪୫-୪୮) 
 ୧୨ ଜିସୁ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନା ବିକା କର୍ତେ ରଇବା ସବୁ ଲକ୍ମନ୍କେ ବାର୍କରାଇ ଦେଲା । ଡାବୁ ବାଦ୍ଲାଉମନର୍ ଟେବୁଲ୍ ଆରି ପରୁଆ ବିକୁମନର୍ ବସ୍ବାଟା ପାସ୍ଲାଇ ଦେଲା ।  ୧୩ ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ଲେକା ଆଚେ, ମର୍ ମନ୍ଦିର୍ ପାର୍ତନା ଗର୍ ବଲି ନାଉଁ ଅଇସି । ମାତର୍ ତମେ ତାକେ ଚର୍ମନର୍ ଆକାଡା ସାଲ୍ ପାରା କରିଆଚାସ୍ ।” 
 ୧୪ ଜିସୁ ମନ୍ଦିରେ ରଇଲାବେଲେ କାଣାମନ୍ ଆରି ମେଟାମନ୍ ତାର୍ ଲଗେ ଆଇଲାଇ ଆରି ସେ ସେମନ୍କେ ନିକ କଲା ।  ୧୫ ମୁକିଅ ପୁଜାରିମନ୍ ଆରି ଦରମ୍ ଗୁରୁମନ୍ ତାର୍ କାବା ଅଇଜିବା କାମ୍ ସବୁ ଦେକି ଆରି ପିଲାମନ୍ ଦାଉଦର୍ ପଅର୍ ଜୟ ଜୟ ଅ, ବଲି କଇବାଟା ସୁନି ରିସା ଅଇଗାଲାଇ ।  ୧୬ ସେମନ୍ ଜିସୁକେ ପାଚାର୍ଲାଇ, “ଏମନ୍ କାଇବଲି କଇଲାଇନି ତୁଇ ସୁନି ପାର୍ଲୁସ୍ନି ?” ଜିସୁ କଇଲା, “ଉଁ ସୁନ୍ଲିନି । ଦରମ୍ ସାସ୍ତରେ କାଇ ଏ କାତା ପଡାସ୍ ନାଇ କି ? ‘ତମେ ପିଲାମନ୍କେ ଆରି କଅଁଲା ପିଲାମନ୍କେ ଟିକ୍ ଇସାବେ ଆରାଦନା କର୍ବାକେ’ ସିକାଇଆଚାସ୍ ?” 
 ୧୭ ଏ କାତା କଇକରି ଜିସୁ ସେମନ୍କେ ଚାଡି ଜିରୁସାଲମେଅନି ବେତ୍ନିଆଇ ଗାଲା । ସେ ତେଇ ଗଟେକ୍ ରାତି ବିତାଇଲା । 
ଜିସୁ ଡୁମ୍ରି ଗଚ୍କେ ସାଇପ୍ ଦେଲା 
(ମାର୍କ ୧୧:୧୨-୧୪,୨୦-୨୪) 
 ୧୮ ତାର୍ ଆର୍କର୍ ଦିନେ ଜିସୁ ସାକାଲ୍ ସାକାଲ୍ ଜିରୁସାଲାମ୍ ବାଉଡ୍ଲା ବେଲେ ତାକେ ବୁକ୍ କଲା ।  ୧୯ ବାଟ୍ପାଲି ଗଟେକ୍ ଡୁମ୍ରି ଗଚ୍ ରଇଲା । ଜିସୁ ସେ ଗଚ୍ ଲଗେ ଜାଇ ତେଇ ପତର୍ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ !” ସେ ଦାପ୍ରେ ସେ ଡୁମ୍ରି ଗଚ୍ ସୁକିଗାଲା । 
 ୨୦ ଏଟା ଦେକିକରି ସିସ୍ମନ୍ କାବା ଅଇଜାଇ ପାଚାର୍ଲାଇ, “ଏ ଗଚ୍ ଏତେକ୍ ଦାପ୍ରେ କେନ୍ତି ସୁକିଗାଲା ?” 
 ୨୧  ✡ ୨୧:୨୧ ମାତିଉ ୧୭:୨୦; ୧ମ କରନ୍ତିୟ ୧୩:୨ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ମନେ ଅଇସି କି ନ ଅଏ ବଲି ଅଲପ୍ ମିସା ନ ବାବିକରି ଜଦି ପୁରାପୁରୁନ୍ ବିସ୍ବାସ୍ କର୍ସା ବଇଲେ ମୁଇ ଏ ଡୁମ୍ରି ଗଚ୍କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍ । ସେତ୍କି ଆକା ନଏଁ, ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ବଲି କଇଲେ ମିସା ସେଟା ଅଇସି ।  ୨୨ ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।” 
ଜିସୁର୍ ଅଦିକାର୍ ବିସଇ ପାଚାର୍ବାଟା 
(ମାର୍କ ୧୧:୨୭-୩୩; ଲୁକ୍ ୨୦:୧-୮) 
 ୨୩ ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ତାକେ ପାଚାର୍ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍ କଲୁସ୍ନି ? ତକେ ଏ ଅଦିକାର୍ କେ ଦେଲା ?” 
 ୨୪ ଜିସୁ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି । ତାର୍ ଉତର୍ ଦେଇ ପାର୍ଲେ ମୁଇ କାଇ ଅଦିକାରେ ଏ ସବୁ କାମ୍ କଲିନି, ତମ୍କେ କଇଦେବି ।  ୨୫ ଜଅନ୍ ଡୁବନ୍ ଦେବା ଅଦିକାର୍ କାର୍ଟାନେଅନି ମିଲାଇ ରଇଲା ? ସର୍ଗେଅନି କି ମୁନୁସ୍ ମନର୍ଟାନେଅନି ?” 
ସେମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ “ଏ ବିସଇ ନେଇ କାଇବଲି କଉଁ ? ଜଦି ପର୍ମେସରର୍ ଟାନେଅନି ବଲି କଇଲେ, ତେବେ ସେ ଆମ୍କେ ‘ଜଅନ୍କେ କାଇକେ ବିସ୍ବାସ୍ କରାସ୍ ନାଇ ?’ ବଲି କଇସି ।  ୨୬ ଜଦି ଲକ୍ମନର୍ ଟାନେଅନି ବଲି କଇଲେ, ତେବେ ଲକ୍ମନ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।”  ୨୭ ସେଟାର୍ପାଇ ସେମନ୍ ଜିସୁକେ କଇଲାଇ, “ଆମେ ନାଜାନୁ ।” 
ଜିସୁ ସେମନ୍କେ କଇଲା, “କନ୍ ଅଦିକାରେ ଏ ସବୁ କଲିନି ସେଟା ମୁଇ ମିସା ତମ୍କେ ନ କଇ ।” 
ଦୁଇଟା ପିଲାର୍ କାତାନି 
 ୨୮ ଆଲେ ଏ ବିସଇ ତମେ କାଇ ବଲି ବାବ୍ଲାସ୍ନି କଇଦେକା ପନି ? ଗଟେକ୍ ଲକର୍ ଦୁଇଟା ପଅମନ୍ ରଇଲାଇ । ଦିନେକ୍ ସେ ଲକ୍ ତାର୍ ବଡ୍ ପଅକେ କଇଲା, “ନୁନାରେ, ଆଜି ଆମର୍ ଅଙ୍ଗୁର୍ ବାଡେ ଜାଇ ପାଇଟି କର୍ ।  ୨୯ ‘ନାଇ ମୁଇ ନ କରି’ ବଲି ବଡ୍ ପଅ କଇଲା । ମାତର୍ ପଚେ ମନ୍ ବାଦ୍ଲାଇ ପାଇଟି କର୍ବାର୍ ଗାଲା ।  ୩୦ ସେ ଲକ୍ ସାନ୍ ପଅକେ ମିସା ସେ କାମ୍ କର୍ବାକେ କଇଲା । ‘ଉଁ ବାବା ଗାଲିନି’ ବଲି ସାନ୍ ପଅ କଇଲା । ମାତର୍ ସେ କାମ୍ଟାନେ ମୁଲ୍କେ ଜାଏ ନାଇ ।  ୩୧ କଇଦେକା ପନି, ଏ ଦୁଇଟା ପଅର୍ ବିତ୍ରେ କେ ତାର୍ ବାବା ତିଆର୍ଲାଟା ମାନିରଇଲା ?” ସେମନ୍ କଇଲାଇ, “ବଡ୍ ପଅ ।” 
ଜିସୁ ସେମନ୍କେ କଇଲା, “ମୁଇ ସତ୍ କଇଲିନି ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତମର୍ଟାନେଅନି ପରମେସରର୍ ରାଇଜେ ଆଗ୍ତୁ କେଟ୍ବାଇ ।  ୩୨  ✡ ୨୧:୩୨ ଲୁକ୍ ୩:୧୨;୭:୨୯,୩୦ଡୁବନ୍ ଦେଉ ଜଅନ୍ ତମର୍ଟାନେ ଆସି ଦରମର୍ ବାଟ୍ ଦେକାଇ ଦେଇରଇଲା, ମାତର୍ ତମେ ତାକେ ବିସ୍ବାସ୍ କରାସ୍ ନାଇ, ମାତର୍ ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତାର୍ କଇଲା କାତା ବିସ୍ବାସ୍ କଲାଇ । ଏଟା ଦେକିକରି ମିସା ପଚେ ତମେ ପାପ୍ କାମ୍କର୍ବାଟା ଚାଡି ମନ୍ ବାଉଡାଇ ତାକେ ବିସ୍ବାସ୍ କରାସ୍ ନାଇ ।” 
ଆଦିବାଗ୍ ଚାସ୍ କରୁମନର୍ ବିସଇ 
(ମାର୍କ ୧୨:୧-୧୨; ଲୁକ୍ ୨୦:୯-୧୯) 
 ୩୩ ଜିସୁ କଇଲା, “ଆରି ଗଟେକ୍ କାତା ସୁନା, ଗଟେକ୍ ସାଉକାର୍ ତାର୍ ଜମିଟାନେ ଅଙ୍ଗୁର୍ ଚାସ୍ କରିରଇଲା । ତେଇ ଚାରିବେଟ୍ତି ବାଡ୍ ବୁନ୍ଲା ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ଆରି ଜାଗୁଆଲିର୍ ପାଇ ଗଟେକ୍ ମାଚା ମିସା ତିଆର୍ କରିଦେଲା । ତାର୍ ପଚେ ସେ ଜମି, ଚାସିମନ୍କେ ଆଦିବାଗ୍ ଇସାବେ ଦେଇକରି, ସାଉକାର୍ ବିଦେସେ ଉଟିଗାଲା ।”  
 ୩୪ ଅଙ୍ଗୁର୍ ତଲ୍ବାବେଲେ ସେ ସାଉକାର୍ ତାର୍ ଦାଙ୍ଗ୍ଡାମନ୍କେ ନିଜର୍ ଆଦିବାଗ୍ ମାଙ୍ଗ୍ବାକେ ଚାସିମନର୍ ଲଗେ ପାଟାଇଲା ।  ୩୫ ଚାସିମନ୍ ସେ ଦାଙ୍ଗ୍ଡାମନ୍କେ ଦାରି, ଗଟେକ୍ ଲକ୍କେ ମାର୍ଲାଇ, ଆରି ଗଟେକ୍ ଲକ୍କେ ମରାଇଲାଇ, ଆରି ଗଟେକ୍ ଲକ୍କେ ପାକ୍ନାସଙ୍ଗ୍ ମାରିପାକାଇଲାଇ ।  ୩୬ ଏଟାର୍ ପାଇ ଜମି ସାଉକାର୍ ଆଗର୍ତେଇଅନି ଅଦିକ୍ ଗତିଦାଙ୍ଗ୍ଡାମନ୍କେ ପାଟାଇଲା । ବାଗ୍ ଚାସିମନ୍ ସେମନ୍କେ ମିସା ସେନ୍ତାରିସେ କଲାଇ ।  ୩୭ ସାରାସାରି ପଚେ ପଦା ସାଉକାର୍ ଚାସିମନର୍ଟାନେ ତାର୍ପିଲାକେ ପାଟାଇଲା । ସେ ବାବ୍ଲା, ସେମନ୍ ମର୍ ପିଲାକେ ବାଦିଅରେ ନାମ୍ବାଇ । 
 ୩୮ ମାତର୍ ଚାସିମନ୍ ସାଉକାରର୍ ପଅକେ ଦେକିକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଦେ ଦେକା, ସାଉକାରର୍ ପିଲା ! ଆସା ଆକେ ମିସା ମାରିପାକାଉ । ଏନ୍ତାର୍ କଲେ ଆକା ସାଉକାରର୍ ଦନ୍ ଆମର୍ଟା ଅଇସି ।”  ୩୯ ଏନ୍ତାରି କଇକରି ସେମନ୍ ତାକେ ଜମିତେଇଅନି ଦାରି ବାର୍କରାଇ, ବାଇରେ ନେଇ ମାରି ମରାଇଦେଲାଇ । 
 ୪୦ ଜିସୁ ପାଚାର୍ଲା, “ଜେଡେବେଲ୍ ଜମି ସାଉକାର୍ ଆଇସି ସେ ଚାସିମନ୍କେ କାଇଟା କର୍ସି ?” 
 ୪୧ ସେମନ୍ କଇଲାଇ “ବଦ୍ମାସ୍ମନ୍କେ ମାରି ମରାଇସି । ଆରି ଜନ୍ ଚାସିମନ୍ ସମାନ୍ ବେଲାଇ ତାର୍ ଆଦିବାଗ୍ ଦେବାଇ, ସେ ଜମି ସେମନର୍ ଆତେ ଜିମା ଦେଇସି ।” 
 ୪୨ ଜିସୁ ସେମନ୍କେ କଇଲା, “ଏ ସାସ୍ତରର୍ କାତା କାଇ କେବେ ତମେ ପଡାସ୍ ନାଇ କି ? 
“ଗର୍ବାନ୍ଦୁମନ୍ ଜନ୍ ପାକ୍ନା ଲଡାକେ ନ ଅଏ ବଲି ଚାଡିଦେଇ ରଇଲାଇ, 
ସେଟାସେ ଗର୍ କନର୍ ମୁକିଅ ପାକ୍ନା ଅଇଲା । 
ନିଜେ ମାପ୍ରୁଆକା ଏଟା କଲା ଆଚେ । 
ତାର୍ କାମ୍ କେତେକ୍ କାବାଅଇଜିବା କାମ୍ !” 
 ୪୩ ଜିସୁ ଆରି କଇଲା, “ସେଟାର୍ ପାଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ପୁର୍ବା ଅଦିକାର୍ ତମର୍ତେଇଅନି ଦାରିଜିବାଇ ଆରି ଜନ୍ ଦଲ୍ ଏ ରାଇଜର୍ ନିମାନ୍ ପଲ୍ ଦେକାଇ ପାର୍ବାଇ, ସେମନ୍କେ ସେଟା ଦିଆଅଇସି ।” 
 ୪୪ ଆରି ଜେ ଏ ପାକ୍ନା ଉପ୍ରେ ଅଦର୍ସି, ସେ କଣ୍ଡ୍ କଣ୍ଡ୍ ଅଇଜାଇସି । ଆରି ଏ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେଟା ତାକେ ଚାପି କରି ଗୁଣ୍ଡ୍ କରି ଦେଇସି* ୨୧:୪୪ ଏ ବାକିଅ ପୁର୍ନା ପାଣ୍ଡୁ ଲିପିଟାନେ ଲେକାଅଏନାଇ । 
 ୪୫ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଏ କାତା ସୁନି, ଜିସୁ ସେମନ୍କେ ଦେକାଇ କରି କଇଲାନି ବଲି ବୁଜିପାର୍ଲାଇ ।  ୪୬ ସେଟାର୍ ପାଇ ସେମନ୍ ତାକେ ବାନ୍ଦାଇ ନେବାକେ ଚେସ୍ଟା କଲାଇ, ମାତର୍ ଲକ୍ମନ୍କେ ଡରି ସେମନ୍ ସେଟା କରି ନାପାର୍ଲାଇ, କାଇକେବଇଲେ ଲକ୍ମନ୍ ଜିସୁକେ ଗଟେକ୍ ବବିସତ୍ବକ୍ତା ବଲି ମନେ ବାବ୍ତେରଇଲାଇ ।