୩
ପାର୍ତନାର୍ ଲାଗି ଗୁଆରି 
 ୧ ଏ ବାଇବଇନିମନ୍, ସାରାସାରି ଆମର୍ପାଇ ପାର୍ତନା କରା । ମାପ୍ରୁର୍ ବାକିଅ ତମର୍ ବିତ୍ରେ ଜେନ୍ତିକି ଦାପ୍ରେ ଡାବିଅଇ ଜାଇରଇଲା, ସେନ୍ତାରିସେ ଦାପ୍ରେ ଗୁଲାଇବାଟେ ବିଚିଅଇକରି ଡାକ୍ପୁଟା ଅ ।  ୨ ଜେନ୍ତାରି କି ପର୍ମେସର୍ ଆମ୍କେ ପଟ୍କାର୍ ଆରି କୁଟିଆଲ୍ ଲକ୍ମନର୍ ଟାନେଅନି ରକିଆ କର । କାଇକେବଇଲେ, ସବୁଲକ୍ ମାପ୍ରୁର୍ ବାକିଅ ବିସ୍ବାସ୍ କରତ୍ ନାଇ । ଏଟାର୍ପାଇ ଆରିତରେକ୍ ପାର୍ତନା କରା । 
 ୩ ମାତର୍ ମାପ୍ରୁ, କାତା ରକିଆକାରି । ସେ ତମ୍କେ କାରାପ୍ଟାନେଅନି ରକିଆ କରି ତବିର୍ କରାଇସି ।  ୪ ଆମେ ଜେତ୍କି ସବୁ ଆଦେସ୍ ଦେଲେ ମିସା ତମେ ସେଟା କଲାସ୍ନି, ଆରି କର୍ସା ମିସା । ଏଟା ମାପ୍ରୁର୍ ଟାନେ ତମର୍ ବିସଇ ନେଇ ଆମେ ଡାଟ୍ସଙ୍ଗର୍ ବିସ୍ବାସ୍ । 
 ୫ ଆରି ମାପ୍ରୁ ତମର୍ ମନ୍କେ ପର୍ମେସରର୍ ଆଲାଦ୍ ଆରି କିରିସ୍ଟର୍ ସାଆସ୍ ବାଟେ ଜିବାକେ ସାଇଜ କର । 
ଅଲସର୍ ବିରୁଦେ ଚେତାଇବାଟା 
 ୬ ଏ ବାଇବଇନିମନ୍, ଆମେ ତମ୍କେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲୁନି । କନ୍ ବାଇ ମିସା ଆମର୍ଟାନେଅନି ପାଇରଇବା ସିକିଆ ଇସାବେ ମାନିକରି ବାଡୁଅଇକରି ଚଲାଚଲ୍ତି କର୍ସି ବଇଲେ, ତାର୍ଟାନେଅନି ବେଗ୍ଲି ଦିଆସ୍ ।  ୭ କାଇକେବଇଲେ, ତମେ, ଆମେ କଲାପାରା କର୍ବା ଦର୍କାର୍ । ଆରି ସେଟା କେନ୍ତାରି କର୍ବାର୍ ନିଜେ ଜାନିଆଚାସ୍ । ସେଟାର୍ପାଇ ଆମେ ତମର୍ ଟାନେ ବାଡୁଅଇକରି ଚଲାଚଲ୍ତି କରୁନାଇ ।  ୮ କାର୍ ଗରେ ମିସା ଉଜେ ଉଜେ ମାଙ୍ଗି ନ କାଇତେରଇଲୁ । ତମର୍ ବିତ୍ରେ କାର୍ମିସା ବଜ୍ ପାରା ନ ଅଇ ରଇକରି କସ୍ଟ ପାଇ, ଆବଡ୍ ପାଇଟି କରି ଦିନ୍ରାତି କାମ୍ କର୍ତେରଇଲୁ ।  ୯ ତମ୍କେ କାଇବାଟା ମାଙ୍ଗ୍ବାକେ ଆମର୍ ଅଦିକାର୍ ରଇଲା, ମାତର୍ ସେନ୍ତାରି କରୁନାଇ । କାଇକେବଇଲେ ତମର୍ପାଇ ଗଟେକ୍ ଉଦାଅରନ୍ ଦେକାଇବାକେ ସେନ୍ତାରି କଲୁ ।  ୧୦ ତମର୍ ସଙ୍ଗ୍ ରଇଲାବେଲେ ଆମେ ତମ୍କେ କଇରଇଲୁ, ଜନ୍ ଲକ୍ ପାଇଟି କାବାଡ୍ ନ କରେ, ସେ ବାତ୍ପେଜ୍ ନ କାଅ । 
 ୧୧ ଏବେ ଏ କାତା ଆରିତରେକ୍ କଇଲୁନି, କାଇକେବଇଲେ ଆମେ କବର୍ ପାଇଲୁ ଆଚୁଜେ, ତମର୍ ବିତ୍ରେ କେତେକ୍ ଲକ୍ମନ୍ ବାଡୁ ଅଇକରି ଜିଉନାକାଉନା କଲାଇନି । କାଇ ପାଇଟି ନକରି ବିନ୍ ଲକର୍ କାମେ ମଜାଇ ଅଇସି ଆରି କାଇଟାମିସା ନ କରତ୍ ।  ୧୨ ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି ଆମେ ସେ ଲକ୍ମନ୍କେ ଜାଗ୍ରତ୍କରି ଆଦେସ୍ଦେଲୁନି, ସେମନ୍ ସେନ୍ତାରି କର୍ବାଟା ଚାଡିଦେସ୍ । ଜେନ୍ତାରିକି ନିଜର୍ ପେଟର୍ପାଇ କାଦି ପାଇବାକେ ପାଇଟି କରତ୍ । 
 ୧୩ ମାତର୍ ଏ ବାଇବଇନିମନ୍ ତମେ ସତ୍କାମ୍ କର୍ବାକେ ତାକିଜାଆ ନାଇ ।  ୧୪ ଏ ଚିଟିଲଗେ ତମ୍କେ ଜନ୍ କବର୍ପାଟାଇଲୁ ଆଚୁ, କେନ୍ତି ଆଲେ ତମର୍ ବିତ୍ରେଅନି କେ ମିସା ସେଟା ମାନ୍ବାକେ ମନ୍ ନ କରେ, ସେନ୍ତାରି ଲକ୍କେ ଚିନିରୁଆ ଆରି ତାର୍ସଙ୍ଗ୍ ମିସିବିଡି ରଇବାଟା ଚାଡି ଦିଆସ୍ ।  ୧୫ ସେନ୍ତାର୍ କଲେ ସେ ଲାଜ୍ ଅଇଜାଇସି । ମାତର୍ ତାର୍ସଙ୍ଗ୍ ସତ୍ରୁର୍ ପାରା କାତାବାର୍ତା ନ ଅଇକରି, ନିଜର୍ ବିସ୍ବାସି ବାଇପାରା ତାକେ ଜାଗ୍ରତ୍ କରା । 
ସାରାସାରି କାତା 
 ୧୬ ଜନ୍ମାପ୍ରୁ ଆମ୍କେ ସାନ୍ତି ଦେଲାନି, ସେ ତମ୍କେ ସବୁବେଲେ ଆରି ସବୁରକାମ୍ ସାନ୍ତିଦେଅ । ମାପ୍ରୁ ତମର୍ ସବୁର୍ଲଗେ ରଅ । 
 ୧୭ ମୁଇ ମର୍ ନିଜର୍ ଆତେ ଏଟା ଲେକ୍ଲିନି । ପାଉଲର୍ ଜୁଆର୍ ଜାନାଇଲୁନି । ମୁଇ ଲେକିରଇବା ସବୁ ଚିଟିପତର୍ ଲଗେ ମୁଇ ଏନ୍ତାରି ଦସ୍ତକତ୍ କରି ଲେକିରଇବି । 
 ୧୮ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାନି ତମ୍କେ ସବୁକେ ମିଲ ।