3
ପ୍ରଭାତକାଳୀନ ପ୍ରାର୍ଥନା 
ଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ। 
 1 ହେ ସଦାପ୍ରଭୋ, ମୋହର ବିପକ୍ଷମାନେ କିପରି ବଢ଼ିଅଛନ୍ତି। 
ମୋʼ ବିରୁଦ୍ଧରେ ଉତ୍ଥିତ ଲୋକ ଅନେକ। 
 2 ଅନେକେ ମୋʼ ପ୍ରାଣ ବିଷୟରେ କହନ୍ତି, ପରମେଶ୍ୱରଙ୍କ 
ନିକଟରେ ତାହା ପାଇଁ ପରିତ୍ରାଣ* ପରିତ୍ରାଣ କିମ୍ବା ସାହାଯ୍ୟ ନାହିଁ। 
[ସେଲା]
  3 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ; 
ମୋହର ଗୌରବ ଓ ମୋʼ ମସ୍ତକ ଉଠାଇବା କର୍ତ୍ତା ଅଟ। 
 4 ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ, 
ପୁଣି, ସେ ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି। 
[ସେଲା]
  5 ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି; 
କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି। 
 6 ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ 
ଅୟୁତ ଅୟୁତ ଲୋକଙ୍କୁ ଭୟ କରିବି ନାହିଁ। 
 7 ହେ ସଦାପ୍ରଭୋ, ଉଠ; ହେ ମୋହର ପରମେଶ୍ୱର, ମୋତେ ପରିତ୍ରାଣ କର। 
କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ; 
ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ। 
 8 ପରିତ୍ରାଣ† ପରିତ୍ରାଣ କିମ୍ବା ବିଜୟ ସଦାପ୍ରଭୁଙ୍କର ଅଧିକାର; 
ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ। 
[ସେଲା]