ଆୟୁବ ଉତ୍ତର ଦେଲା
21
1 ତା’ପରେ ଆୟୁବ ଉତ୍ତର ଦେଲା,
2 “ମୁଁ ଯାହା କହୁଛି ମନଦେଇ ଶୁଣ।
ତାହା ତୁମ୍ଭମାନଙ୍କର ମୋ’ ପ୍ରତି ସାନ୍ତ୍ୱନା ହେଉ।
3 ମୁଁ କହିଲା ବେଳେ ଧୈର୍ଯ୍ୟ ଧରି ଶୁଣ।
ମୁଁ କହିସାରିଲା ପରେ ତୁମ୍ଭେ ମୋ’ କଥାକୁ ବ୍ୟଙ୍ଗ କରିପାର।
4 “ମୁଁ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁ ନାହିଁ।
ଏହାର ମଧ୍ୟ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ଧୈର୍ଯ୍ୟ ଧରିପାରୁ ନାହିଁ।
5 ତୁମ୍ଭେ ମୋତେ ଦେଖ ଓ ସ୍ତମ୍ଭିତ ହୁଅ।
ତୁମ୍ଭ ମୁହଁରେ ତୁମ୍ଭେ ହାତ ଦେଇ ମୋତେ ଚକିତ ହୋଇ ଗ୍ଭହଁ।
6 ମୁଁ ଯେତେବେଳେ ଚିନ୍ତା କରେ ମୋ’ ପ୍ରତି କ’ଣ ସବୁ ଘଟିଗଲା।
ଭୟରେ ମୋର ସର୍ବାଙ୍ଗ ଥରଥର କମ୍ପି ଉଠେ।
7 କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି?
କାହିଁକି ସେମାନେ ବଢ଼ନ୍ତି ଏବଂ ସଫଳତା ଅର୍ଜ୍ଜନ୍ତି?
8 ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି,
ସେମାନେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ।
9 ସେମାନଙ୍କ ଘର ସବୁ ନିରାପଦ ଥାଏ।
ସେମାନେ କାହାରିକି ଭୟ କରନ୍ତି ନାହିଁ।
ପରମେଶ୍ୱର ମଧ୍ୟ ସେମାନଙ୍କୁ ଶାସ୍ତି ଦେବାକୁ ବାଡ଼ିଟିଏ ବ୍ୟବହାର କରନ୍ତି ନାହିଁ।
10 ସେମାନଙ୍କ ଷଣ୍ଢ ସଙ୍ଗମ କରି ନିଷ୍ଫଳ ହୁଏ ନାହିଁ।
ସେମାନଙ୍କ ଗାଈସବୁ ବାଛୁରି ପ୍ରସବ କରେ।
ବାଛୁରି ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ।
11 ଦୁଷ୍ଟ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖୋଜିବକୁ ପଠାନ୍ତି।
ସେହି ପିଲାମାନେ ଗ୍ଭରିଆଡ଼େ ନୃତ୍ୟ କରନ୍ତି।
12 ସେମାନେ ତବଲା ଓ ବୀଣା ବଜାଇ ନୃତ୍ୟ ଗୀତରେ ମାତନ୍ତି।
13 ଦୁଷ୍ଟ ବ୍ୟକ୍ତି ସାରାଜୀବନ ସୌଭାଗ୍ୟରେ ଦିନ କାଟନ୍ତି।
ତା’ପରେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି।
କୌଣସି ଯନ୍ତ୍ରଣା ଭୋଗ ନ କରି ସେମାନେ କବରକୁ ଯାଆନ୍ତି।
14 କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ।
ତୁମ୍ଭେ ଯାହା କରିବାକୁ ଗ୍ଭହୁଁଛ ଆମ୍ଭେ ତାହା ଖାତିରି କରୁ ନାହୁଁ।’
15 ଦୁଷ୍ଟ ଲୋକମାନେ କହନ୍ତି, ‘ସର୍ବଶକ୍ତିମାନ ପରମେଶ୍ୱର କିଏ ଯେ,
ଆମ୍ଭେ ତାଙ୍କର ସେବା କରିବୁ!
ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା?’
16 “ଏହା ସତ୍ୟ ଦୁଷ୍ଟ ଲୋକମାନଙ୍କର ସୌଭାଗ୍ୟ ସେମାନଙ୍କ ହାତରେ ନାହିଁ।
ମୁଁ ସେମାନଙ୍କ ଉପଦେଶ ଗ୍ରହଣ କରି ପାରିବି ନାହିଁ।
17 ପରମେଶ୍ୱର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି?
ଦୁଷ୍ଟ ଲୋକେ କେତେଥର ବିପଦରେ ପଡ଼ନ୍ତି?
କେତେ ଥର ସେମାନେ ପରମେଶ୍ୱରଙ୍କ କ୍ରୋଧର ଶିକାର ହୋଇ ଦଣ୍ଡ ପାଆନ୍ତି?
18 ପବନ କୁଟା ଖଣ୍ଡକୁ ଉଡ଼ାଇ ନେଲାପରି ପରମେଶ୍ୱର କେତେ ଥର ସେମାନଙ୍କୁ ଉଡ଼ାଇ ନିଅନ୍ତି?
ବତାଶରେ କେତେ ଥର ସେମାନେ ତୁଷପରି ଉଡ଼ି ଯାଆନ୍ତି?
19 କିନ୍ତୁ ତୁମ୍ଭେ କୁହ, ‘ପରମେଶ୍ୱର ତା’ର ପିତାର ପାପଗୁଡ଼ିକ ପାଇଁ ତା’ର ପୁତ୍ରକୁ ଶାସ୍ତି ଦିଅନ୍ତି।’
ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ।
ତା’ହେଲେ ଯାଇ ଦୁଷ୍ଟ ଲୋକ ଜାଣିବ ଯେ, ସେ ତା’ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି।
20 ସେହି ପାପୀ ନିଜେ ନିଜର ବିନାଶ ଦେଖୁ।
ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ କ୍ରୋଧର ଶିକାର ହେଉ।
21 ଯେତେବେଳେ ତାକୁ ଦିଆ ଯାଇଥିବା ସମୟ ଶେଷ ହୁଏ ଓ ସେତେବେଳେ ସେ ମରିଯାଏ।
ସେ ତା’ର ପଛରେ ଛାଡ଼ି ଯାଇଥିବା ପରିବାର ବିଷୟରେ କାହିଁକି ଭାବିବ?
22 “କେହି ପରମେଶ୍ୱରଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦେଇ ପାରିବ କି?
ପରମେଶ୍ୱର ମଧ୍ୟ ଅତି ଉଚ୍ଚ ସ୍ଥାନରେ ବାସ କରୁଥିବା ଲୋକମାନଙ୍କ କଥା ବିଗ୍ଭର କରନ୍ତି।
23 କେହି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ୟ ଲାଭକରି ମୃତ୍ୟୁବରଣ କରେ।
ସେ ଏକ ନିରାପଦରେ ଓ ଆରାମଦାୟକ ଜୀବନଯାପନ କରେ।
24 ତା’ର ଶରୀର ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣ କରିଥାଏ।
ତା’ର ହାଡ଼ ଶକ୍ତ ହୋଇଥାଏ।
25 କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମରେ,
ସେ କେତେବେଳେ ମଙ୍ଗଳର ସ୍ୱାଦ ପାଇପାରେ ନାହିଁ।
26 ଶେଷରେ ସେହି ଦୁଇ ଜଣ କବରରେ ବିଶ୍ରାମ ନିଅନ୍ତି।
କୀଟ ସେହି ଦୁଇ ଜଣଙ୍କୁ ଖାଇଯାଏ।
27 “କିନ୍ତୁ ମୁଁ ଜାଣେ ତୁମ୍ଭେ କ’ଣ ଚିନ୍ତା କରୁଛ,
ଏବଂ ଏ କଥା ଜାଣେ ତୁମ୍ଭେ ମୋତେ ଆଘାତ ଦେବାକୁ ଗ୍ଭହୁଁଛ।
28 ତୁମ୍ଭେ ମୋତେ କହିପାର, ‘ଜଣେ ଭଲ ଲୋକର ଗୃହକୁ ମୋତେ ଦେଖାଅ।
ମୋତେ ମନ୍ଦ ଲୋକ ଯେଉଁଠାରେ ବାସ କରନ୍ତି ଦେଖାଅ।’
29 “ନିଶ୍ଚୟ ତୁମ୍ଭେ ପଥିକମାନଙ୍କ ସହିତ କଥା ହୋଇଛ।
ନିଶ୍ଚୟ ସେମାନଙ୍କ କାହାଣୀକୁ ସ୍ୱୀକାର କରିବ।
30 ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ଯାଆନ୍ତି।
ପରମେଶ୍ୱର ରାଗ କଲେ ବି ସେମାନେ ବର୍ତ୍ତି ଯାଆନ୍ତି।
31 କେହି ଦୁଷ୍ଟ ଲୋକକୁ ତା’ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ।
ସେ ଯାହା ଅନ୍ୟାୟ କଲେ ବି, କେହି ତା’ର ଅନ୍ୟାୟ କାର୍ଯ୍ୟ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।
32 ତଥାପି ଦୁଷ୍ଟ ବ୍ୟକ୍ତି କବରକୁ ବୁହାଯିବ
ଓ ତାକୁ ପ୍ରହରୀ ଜଗିବେ।
33 ଉପତ୍ୟକାର ମାଟି ମଧ୍ୟ ଦୁଷ୍ଟ ଲୋକଙ୍କ ପାଇଁ ସ୍ୱାଦିଷ୍ଟ ହେବ।
ହଜାର ହଜାର ଲୋକ ତା’ର ଶବ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବେ।
34 “ତେଣୁ ତୁମ୍ଭେ ମୋତେ ତୁମ୍ଭର ବୃଥା କଥାରେ ସାନ୍ତ୍ୱନା ଦେଇ ପାରିବ ନାହିଁ।
ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।”