24
“କାହିଁକି ସର୍ବଶକ୍ତିମାନଙ୍କଠାରୁ ସମୟ ଲୁଚି ରହେନି?
କିନ୍ତୁ ଯେଉଁମାନେ ତାଙ୍କୁ ଜାଣନ୍ତି, କେତେବେଳେ ସେ ପଦକ୍ଷେପ ନେବେ ତାହା ଜାଣନ୍ତି।”
“କେହି କେହି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦେବାକୁ ଚେଷ୍ଟା କରନ୍ତି।
କେହି ଅନ୍ୟର ମେଷପଲ ହରଣ କରି ଅନ୍ୟ ଚରାଭୂମିକୁ ନେଇ ଯାଆନ୍ତି।
ସେମାନେ ଅନାଥମାନଙ୍କ ଗଧକୁ ଗ୍ଭେରାଇ ନିଅନ୍ତି।
କେହି ବିଧବାର ଗାଈ ନେଇ ବନ୍ଧକ ରୂପେ ରଖନ୍ତି ଯେପର୍ଯ୍ୟନ୍ତ ସେ ତା’ର ପ୍ରାପ୍ୟ ପରିଶୋଧ ନ କରିଛି।
ସେମାନେ ଗରିବ ଲୋକର ଗୃହରୁ ତଡ଼ିଦେଇ ଏଣେତେଣେ ବୁଲିବାକୁ ଛାଡ଼ିଦିଅନ୍ତି।
ଏହି ଗରିବମାନେ ସେମାନଙ୍କ କୋପରୁ ରକ୍ଷା ପାଇବାକୁ ଲୁଚି ବୁଲନ୍ତି।
“ଗରିବ ଲୋକମାନେ ବଣୁଆ ଗଧଭଳି ମରୁଭୂମିରେ ଖାଦ୍ୟ ଅନ୍ୱେଷଣରେ ଉଚ୍ଚସ୍ଥଳ ଘୁରି ବୁଲନ୍ତି।
ସେମାନେ ପ୍ରାତଃକାଳରୁ ଉଠି ଖାଦ୍ୟ ଅନ୍ୱେଷଣରେ ବୁଲନ୍ତି।
ସେମାନେ ନିଜ ପିଲାମାନଙ୍କ ଖାଦ୍ୟ ପାଇଁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତି।
ଗରିବ ଲୋକମାନେ ବହୁତ ବିଳମ୍ବିତ ରାତ୍ରିଯାଏ ଫସଲ ଅମଳ କରନ୍ତି।
ସେମନେ ନିଶ୍ଚୟ ଧନୀ ଲୋକମାନଙ୍କ ପାଇଁ ତାଙ୍କ ଅଙ୍ଗୁର କ୍ଷେତ୍ରରେ ଅଙ୍ଗୁର ସଂଗ୍ରହ କରନ୍ତି।
ଗରିବ ଲୋକେ ବିନା ବସ୍ତ୍ରରେ ସାରା ରାତି ଶୟନ କରନ୍ତି।
ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟରେ ଘୋଡ଼ାଇବା ବସ୍ତ୍ର ନ ଥାଏ।
ସେମାନେ ପାହାଡ଼ ପର୍ବତରେ ବର୍ଷାରେ ଭିଜନ୍ତି।
ଥଣ୍ଡାରୁ ରକ୍ଷା ପାଇବାକୁ ସେମାନଙ୍କ ପାଖରେ କିଛି ନ ଥାଏ।
ତେଣୁ ସେମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବଡ଼ ପଥର ପାଖରେ ଶରଣ ନିଅନ୍ତି।
ଦୁଷ୍ଟ ଲୋକେ ମା କୋଳରୁ ସ୍ତନ୍ୟପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି।
ସେମାନେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ୱରୂପ ରଖନ୍ତି।
10 ଗରିବ ଲୋକର ବସ୍ତ୍ର ନ ଥିବାରୁ ସେମାନେ ଉଲଗ୍ନ ହୋଇ କାମ କରନ୍ତି।
ସେମାନେ ଧାନ ବିଡ଼ା ବୁହନ୍ତି, ତଥାପି ସେମାନେ କ୍ଷୁଧାର୍ତ୍ତ ହୋଇ ଯାଆନ୍ତି।
11 ଗରିବ ଲୋକେ ତେଲ ଉତ୍ପନ୍ନ କରନ୍ତି।
ସେମାନେ ଅଙ୍ଗୁର କ୍ଷେତ୍ରରେ ଅଙ୍ଗୁର ରସ ନେଇ ମଦ୍ୟ ପ୍ରସ୍ତୁତରେ ସାହାଯ୍ୟ କରନ୍ତି, ଅଥଚ ନିଜେ ପାନ କରିବାକୁ କିଛି ପାଆନ୍ତି ନାହିଁ।
12 ସହରରେ ମରୁଥିବା ମନୁଷ୍ୟମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚୟ ଶୁଣିପାରୁଥିବ।
ସେହି ଦୁଃଖୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ୱର କାନରେ ଶୁଣି ପାରନ୍ତି ନାହିଁ।
13 “କେତେକ ଲୋକ ଆଲୁଅ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରନ୍ତି।
ସେମାନେ ଜାଣିପାରନ୍ତି ନାହିଁ ପରମେଶ୍ୱର କ’ଣ ଗ୍ଭହାନ୍ତି?
ପରମେଶ୍ୱର ଗ୍ଭହୁଁଥିବା ରାସ୍ତାରେ ସେମାନେ ଗ୍ଭଲନ୍ତି ନାହିଁ।
14 ହତ୍ୟାକାରୀ ସକାଳୁ ଉଠି ଗରିବ ଅସହାୟ ଲୋକକୁ ହତ୍ୟା କରେ
ଏବଂ ରାତିରେ ସେ ଗ୍ଭେର ପାଲଟିଯାଏ।
15 ଯେଉଁ ମନୁଷ୍ୟ ବ୍ୟଭିଗ୍ଭର କରେ ରାତି ହେବାକୁ ଅପେକ୍ଷା କରେ।
ସେ ଭାବେ, ‘କେହି ତାକୁ ଦେଖି ପାରିବେ ନାହିଁ।’
ତଥାପି ସେ ତା’ର ମୁଖକୁ ଘୋଡ଼ାଇଥାଏ।
16 ରାତି ହେଲେ ଦୁଷ୍ଟ ଲୋକ ଅନ୍ଧକାରରେ ଅନ୍ୟ ଲୋକର ଘର ଭାଙ୍ଗି ପଶେ
କିନ୍ତୁ ଦିନ ବେଳେ ନିଜ ଘରେ କବାଟ କିଳି ଦେଇ ରହିଥାଏ, ଏବଂ ଆଲୁଅଠାରୁ ଦୂରରେ ରୁହେ।
17 ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ।
ସେମାନେ ଅନ୍ଧକାରରେ ଭୟାନକତାରେ ଅଭ୍ୟସ୍ତ।
18 “ବନ୍ୟା ଜଳରେ ବସ୍ତ୍ର ଭାସିଗଲା ପରି ଦୁଷ୍ଟଲୋକ ଭାସିଯାଏ।
ଯେଉଁ ଜମିର ସେ ମାଲିକ ଥାଏ ତାହା ଶେଷରେ ତା’ ପାଇଁ ଅଭିଶାପରେ ପରିଣତ ହୁଏ।
ତେଣୁ ସେମାନେ ନିଜ କ୍ଷେତରୁ ମଧ୍ୟ ଅଙ୍ଗୁରସଂଗ୍ରହ କରି ପାରନ୍ତି ନାହିଁ।
19 ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନେଇଯାଏ।
ଠିକ୍ ସେହିଭଳି ସେ ପାପୀମାନେ କବରକୁ ବୁହା ହେବେ।
20 ଏପରିକି ଦୁଷ୍ଟ ବ୍ୟକ୍ତି ମଲାପରେ ତା’ର ଗର୍ଭଧାରିଣୀ ମା’ ତାକୁ ପାଶୋରିବ।
ତା’ର ସୁଗଠିତ ହୃଦୟ ସହିତ ଶରୀର କୀଟମାନଙ୍କ ସୁସ୍ୱାଦୁ ଖାଦ୍ୟ ହେବ।
ଲୋକେ ତାକୁ ମନେ ରଖିବେ ନାହିଁ।
ସେହି ଦୁଷ୍ଟ ଲୋକଟି ପଗ୍ଭ ବାଡ଼ିପରି ଭାଙ୍ଗି ପଡ଼ିବ।
21 ଦୁଷ୍ଟଲୋକ ବନ୍ଧ୍ୟା ନାରୀକୁ ଆଘାତ କରେ।
ଏବଂ ସେ ବିଧବା ନାରୀମାନଙ୍କୁ ସାହାଯ୍ୟ କରିବାକୁ ମନା କରେ।
22 ଦୁଷ୍ଟ ଲୋକମାନେ ତାଙ୍କ ଶକ୍ତି ବ୍ୟବହାର କରନ୍ତି, ଶକ୍ତିଶାଳୀ ଲୋକମାନଙ୍କୁ ଧ୍ୱଂସ କରିବାକୁ।
ଯଦିଓ ଦୁଷ୍ଟ ଲୋକ ହୁଏତ ଶକ୍ତିଶାଳୀ ସେମାନେ ତାଙ୍କ ନିଜ ଜୀବନ ବିଷୟରେ ନିଶ୍ଚୟତା ନାହିଁ।
23 ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ।
ସେମାନେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରନ୍ତି।
24 ଦୁଷ୍ଟ ଲୋକ କମ୍ ସମୟରେ ସଫଳତା ହାସଲ କଲେବି ଶେଷରେ ସେମାନେ ଚିରଦିନ ଲାଗି ବିଦାୟ ନେବେ।
ସେମାନେ ଶେଷରେ ଶସ୍ୟ କଣାଭଳି କଟା ହେବେ ଠିକ୍ ଅନ୍ୟମାନଙ୍କ ପରି।’
25 “ମୁଁ ଶପଥ କରି କହିପାରେ ଏସବୁ ସତ୍ୟ ଅଟେ।
କିଏ ପ୍ରମାଣ କରିବ ଯେ ମୁଁ ମିଥ୍ୟା କହୁଛି?
କିଏ ଦେଖାଇ ଦେଇ ପାରିବ ମୁଁ ଭୁଲ୍ କରୁଛି ବୋଲି?”