ଆୟୁବ ତା’ର କାହାଣୀ କହି ଗ୍ଭଲିଲା
29
1 ଆୟୁବ ତା’ର କାହାଣୀ ଗ୍ଭଲୁ ରଖିଲା,
2 “ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମୋର ଜୀବନ ଯେପରି ଥିଲା ସେହିପରି ରହନ୍ତା।
ପରମେଶ୍ୱର ମୋ’ ଉପରେ ଦୃଷ୍ଟି ରଖିଲେ, ମୋର ଯତ୍ନ ନେଉଥିଲେ।
3 ଯେତେବେଳେ ପରମେଶ୍ୱର ମୋ’ ମୁଣ୍ଡ ଉପରେ ଉଜ୍ଜ୍ୱଳ ଆଲୋକ ପକାଉଥିଲେ,
ତାଙ୍କ ଆଲୋକ ବଳରେ ମୁଁ ଅନ୍ଧକାରରେ ଗ୍ଭଲିବାକୁ ସକ୍ଷମ ହୋଇଥିଲି।
4 ମୁଁ ସେହି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତେବେଳେ ମୋର ସାଫଲ୍ୟ ଥିଲା
ଏବଂ ଯେତେବେଳେ ପରମେଶ୍ୱରଙ୍କର ବନ୍ଧୁତା ମୋର ଗୃହକୁ ଆଶୀର୍ବାଦ କଲେ।
5 ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ୱର ମୋ’ ସହିତ ଥିଲେ
ମୋର ପିଲାମାନେ ମୋ’ ଗ୍ଭରି ପାଖରେ ଥିଲେ ସେହି ସମୟକୁ ମୁଁ ଗ୍ଭହେଁ।
6 ଜୀବନ ଅତି ସୁଖକର ଥିଲା।
ମୁଁ ମୋର ପାଦକୁ ଦୁଗ୍ଧ ଲହୁଣୀରେ ଧୌତ କରୁଥିଲି।
ମୋ’ ନିକଟରେ ଅନେକ ତୈଳ ନଦୀ ପ୍ରବାହିତ ହେଉଥିଲା।
7 “ସେହିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି।
ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନରେ ଲୋକମାନେ ବସି ସଭା କରୁଥିଲେ।
8 ସବୁ ଲୋକମାନେ ମୋତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମୋ’ ଆସିବା ଦେଖି ମୋ’ ବାଟରୁ ଆଡ଼େଇ ହୋଇ ଯାଉଥିଲେ।
ବଡ଼ଲୋକ ସମ୍ମାନ ସ୍ୱରୂପ ଛିଡ଼ା ହୋଇ ପଡ଼ୁଥିଲେ।
9 ମୋତେ ଦେଖି ନେତାମାନେ ଚୂପ୍ ହୋଇ ଯାଉଥିଲେ
ଏବଂ ତାଙ୍କ ମୁଖରେ ହାତ ଦେଉଥିଲେ।
10 ଏପରିକି ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ,
ଏହା ଦେଖାଯାଉଥିଲା ଯେପରି ତାଙ୍କର ଜିଭ ପାଟିରେ ଅଟକି ଯାଉଥିଲା।
11 ମୁଁ ଯାହା କହୁଥିଲି ସେମାନେ ତାହା ମନ ଦେଇ ଶୁଣୁଥିଲେ ଏବଂ ଏହା ପରେ ମୋ’ ବିଷୟରେ ଭଲ କଥା ହେଉଥିଲେ।
ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।
12 କାରଣ ଯେତେବେଳେ କୌଣସି ଗରିବ ଲୋକଟିଏ ସାହାଯ୍ୟ ପାଇଁ ଡାକୁଥିଲା ମୁଁ ତାକୁ ସାହାଯ୍ୟ କରୁଥିଲି।
ମୁଁ ମଧ୍ୟ ସେହି ପିଲାମାନଙ୍କୁ ସାହାଯ୍ୟ କରୁଥିଲି।
ଯାହାଙ୍କର ପିତାମାତା ନ ଥିଲେ ଏବଂ ସେମାନଙ୍କର ଯତ୍ନ ନେବାକୁ କେହି ନ ଥିଲେ।
13 ଯେଉଁ ମଣିଷ ମରି ଯାଉଥିଲା ସେ ମୋତେ ଆଶୀର୍ବାଦ କଲା।
ମୁଁ ସେହି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦେଲି।
14 ଧାର୍ମିକତା ମୋର ବସ୍ତ୍ର ନ୍ୟାୟ ମୋର ଗ୍ଭେଗା
ଓ ମୋର ପଗଡ଼ି ଥିଲା।
15 ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି।
ସେମାନେ ଯେଉଁ ଆଡ଼କୁ ଯିବାକୁ ଇଚ୍ଛା କରୁଥିଲେ ସେହି ପଥରେ ଯିବାକୁ ମୁଁ ସାହାଯ୍ୟ କରୁଥିଲି।
ଛୋଟା ଲୋକର ମୁଁ ପାଦ ସଦୃଶ ଥିଲି।
ସେମାନେ ଯେଉଁ ସ୍ଥାନକୁ ଯିବାକୁ ଇଚ୍ଛା କରୁଥିଲେ ମୁଁ ତାଙ୍କୁ ବୋହି ନେଉଥିଲି,
ମୁଁ ତାଙ୍କୁ ବୋହି ନେଉଥିଲି।
16 ମୁଁ ଗରିବ ଲୋକର ପିତା ସଦୃଶ ଥିଲି।
ମୁଁ ନ ଜାଣିଥିବା ଲୋକକୁ ମଧ୍ୟ ସାହାଯ୍ୟ କରୁଥିଲି।
ସେମାନଙ୍କୁ ଅଦାଲତରେ ତର୍କରେ ଜିତାଇ ଦେଉଥିଲି।
17 ଦୁଷ୍ଟ ଲୋକର କ୍ଷମତାର ଅପବ୍ୟବହାରରୁ
ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି।
18 “ମୁଁ ଭାବୁଥିଲି, ମୁଁ ମୋ’ ଗୃହରେ ମୃତ୍ୟୁବରଣ କରିବି,
କିନ୍ତୁ ମୋର ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହେବ।
19 ମୁଁ ସବୁଦିନ ସ୍ୱାସ୍ଥ୍ୟବାନ କାର୍ଯ୍ୟକ୍ଷମ ଥିବି।
ଗୋଟିଏ ସବଳ ବୃକ୍ଷଭଳି ଯାହାର ଚେର ମାଟିତଳେ ଜଳକୁ ସ୍ପର୍ଶ କରି ଅନେକ ଡାଳ ଶାଖା ପ୍ରଶାଖା ମେଲି କାକରରେ ଭିଜି ଯାଇଥିବ।
20 ମୋ’ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଦିନ ହୋଇଥିବ,
ଯାହା ମୋର ଗୌରବରେ ପୂର୍ଣ୍ଣ ହେବା ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ୟ ସାକାର କରୁଥିବ।
21 “ଅତୀତରେ ଲୋକେ ମୋ’ କଥାକୁ ନୀରବରେ ଶୁଣୁଥିଲେ।
ଯେତେବେଳେ ସେମାନେ ମୋ’ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।
22 ମୁଁ ମୋର ବକ୍ତବ୍ୟ ସମାପ୍ତି କଲାପରେ ଲୋକମାନେ ସମସ୍ତ ବିଷୟରେ ଶୁଣି ପାରିଲେ, ପରେ ସେମାନଙ୍କର ଆଉ କିଛି କହିବାକୁ ନ ଥାଏ।
ମୋର ସମସ୍ତ କଥା ସେମାନଙ୍କ କାନକୁ ମୃଦୁ ଭାବରେ ପ୍ରବେଶ କରୁଥିଲା।
23 ଲୋକେ ବର୍ଷାକୁ ଅପେକ୍ଷା କଲାପରି ମୋ’ କଥା ଶୁଣିବାକୁ ଅପେକ୍ଷା କରୁଥିଲେ।
ଲୋକେ ମୋର କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।
24 ମୁଁ ସେହି ଲୋକମାନଙ୍କ ସହିତ ହସିଲି ଏବଂ ସେମାନେ ତାହା ବିଶ୍ୱାସ କରି ପାରିଲେ ନାହିଁ।
ମୋର ହସ ଦ୍ୱାରା ସେମାନେ ଅଧିକ ଖୁସୀ ଅନୁଭବ କଲେ।
25 ମୁଁ ସେମାନଙ୍କର ନେତା ଥିଲେ ବି ସେମାନଙ୍କ ସଙ୍ଗରେ ମିଳିମିଶି ରହିବାକୁ ପସନ୍ଦ କରୁଥିଲି।
ମୁଁ ସୈନ୍ୟମାନଙ୍କ ମଧ୍ୟରେ ଜଣେ ରାଜା ଥିଲି।
ଯେଉଁମାନେ ଦୁଃଖରେ ଥିଲେ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରୁଥିଲି।