39
“ଆୟୁବ ତୁମ୍ଭେ ଜାଣିଛ କି କେତେବେଳେ ପାହାଡ଼ୀ ଛେଳି ଜନ୍ମଗ୍ରହଣ କରେ?
ତୁମ୍ଭେ କେବେ ଦେଖିଛ କି ମା ହରିଣକୁ ତା’ର ଛୁଆ ଦେବାର?
ତୁମ୍ଭେ ଏ କଥା ଜାଣିଛ କି କେତେ ମାସ ପାହାଡ଼ୀ ଛେଳି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା?
ତୁମ୍ଭେ ଜାଣ କି କେତେବେଳେ ସେମାନଙ୍କ ଜନ୍ମ ହେବାର ଉପଯୁକ୍ତ ସମୟ?
ସେହି ପଶୁମାନେ ପଡ଼ିରହି ଗର୍ଭ ଯନ୍ତ୍ରଣା ଭୋଗକରି
ତା’ର ପିଲାମାନଙ୍କୁ ଜନ୍ମ ଦିଅନ୍ତି।
ସେହି ପଶୁ ଛୁଆମାନେ କ୍ଷେତରେ ବଡ଼ ସବଳ ହୋଇଯା’ନ୍ତି।
ତା’ପରେ ସେମାନେ ମା’କୁ ଛାଡ଼ି ଗ୍ଭଲିଯାଆନ୍ତି, ଆଉ ଫେରନ୍ତି ନାହିଁ।
“ଆୟୁବ, କିଏ ବଣୁଆ ଗଧକୁ ଛାଡ଼ିଦିଅନ୍ତି?
ସେ ସେମାନଙ୍କର ଦଉଡ଼ିସବୁ ଫିଟାନ୍ତି ଏବଂ ସେମାନଙ୍କୁ ଛାଡ଼ିଦିଅନ୍ତି।
ମୁଁ ସେହି ବଣୁଆ ଗଧ ପାଇଁ ମରୁଭୂମିକୁ ତା’ର ବାସସ୍ଥାନ କରିଛି।
ମୁଁ ସେହି ଲୁଣିଆ ସ୍ଥାନକୁ ସେମାନଙ୍କ ବ୍ୟବହାର ପାଇଁ ଛାଡ଼ି ଦେଇଛି।
ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି।
କେହି ସେମାନଙ୍କୁ ନିୟନ୍ତ୍ରଣ କରି ପାରିବେ ନାହିଁ।
ବଣୁଆ ଗଧମାନେ ପାହାଡ଼ରେ ବାସ କରନ୍ତି,
ତାହା ସେମାନଙ୍କ ଚରିବା ସ୍ଥାନ।
ସେହି ସ୍ଥାନରେ ସେମାନେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।
“ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥାରେ ରାଜି ହୋଇ ତୁମ୍ଭ କାମ କରିବ କି?
ସେ ତୁମ୍ଭ ଗୁହାଳରେ ରହିବ କି?
10 ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ିରେ ବାନ୍ଧି ଦେବ କି,
ଯଦ୍ଦ୍ୱାରା ତୁମ୍ଭେ ଆପଣା ଭୂମି ଗ୍ଭଷ କରିବ?
11 ବଣୁଆ ଷଣ୍ଢ ଅତି ବଳଶାଳୀ।
ତୁମ୍ଭେ କ’ଣ ତା’ ଉପରେ ନିର୍ଭର କରି ପାରିବ ତୁମ୍ଭ କାମ କରିବା ପାଇଁ?
12 ତୁମ୍ଭେ ତା’ ଉପରେ ନିର୍ଭର କରି ପାରିବ କି?
ତୁମ୍ଭର ଶସ୍ୟଅମଳ କରିବା ପାଇଁ ଶସ୍ୟସବୁ ଖଳାକୁ ଆଣିବାକୁ?
13 “ଓଟ ପକ୍ଷୀ ଉତ୍ତେଜନାରେ ଡେଣା ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ।
ଏହାର ଡେଣା ବଗ ପରି ନୁହେଁ।
14 ଓଟ ପକ୍ଷୀ ଭୂମିରେ ଅଣ୍ଡା ଦିଏ
ଏବଂ ସେମାନେ ବାଲିରେ ଉଷ୍ଣ ହୁଅନ୍ତି।
15 ଓଟ ପକ୍ଷୀ ଭୁଲିଯାଏ ହୁଏତ ତା’ର ଅଣ୍ଡା ଉପରେ କିଏ ଚଢ଼ିଯିବ
କିମ୍ବା କୌଣସି ବଣୁଆ ଜନ୍ତୁ ତା’ର ଅଣ୍ଡାକୁ ଭାଙ୍ଗି ଦେବେ।
16 ଓଟପକ୍ଷୀ ତା’ର ଶାବକମାନଙ୍କୁ ଛାଡ଼ିକି ଯାଏ।
ସେ ତା’ର ଶାବକମାନଙ୍କୁ ନିଜର ଛୁଆ ପରି ବ୍ୟବହାର କରେ ନାହିଁ।
ତା’ର ଛୁଆ ମରିଗଲେ ସେ ଖାତିରି କରେ ନାହିଁ, ଯେପରି ସମସ୍ତ କାମ କିଛି ହେଲା ନାହିଁ।
17 କାରଣ ମୁଁ ସେହି ଓଟପକ୍ଷୀକୁ ଜ୍ଞାନ ଦେଇ ନାହିଁ।
ସେହି ଓଟ ପକ୍ଷୀ ନିର୍ବୋଧ।
ମୁଁ ମଧ୍ୟ ତାକୁ ସେପରି କରିଛି।
18 କିନ୍ତୁ ସେହି ଓଟପକ୍ଷୀ ଠିଆ ହୁଏ ଦୌଡ଼ିବାକୁ ଆରମ୍ଭ କରେ।
ସେ ଘୋଡ଼ା ଓ ତା’ର ସବାରୀକୁ ଦେଖି ହସି ପଳାଏ।
କାରଣ ସେ କୌଣସି ଘୋଡ଼ାଠାରୁ ଅଧିକ ବେଗରେ ଦୌଡ଼ିପାରେ ନାହିଁ।
19 “ଆୟୁବ ତୁମ୍ଭେ ସେହି ଘୋଡ଼ାକୁ ଶକ୍ତି ଦେଇଛ କି?
ତୁମ୍ଭେ ଘୋଡ଼ାର ବେକରେ ବଳା ଲଗାଇଛ କି?
20 ତୁମ୍ଭେ ସେହି ଘୋଡ଼ାକୁ ପତଙ୍ଗପରି କୁଦିବାର ଶକ୍ତି ଦେଇଅଛ କି?
ସେହି ଘୋଡ଼ା ଲୋକ ଦେଖିଲେ ବଡ଼ ପାଟିରେ ରବ କରେ।
21 ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସୀଥାଏ।
ସେ ଭୂମିରେ ତା’ର ଖୁରା ଦ୍ୱାରା ରାମ୍ପୁଡ଼ି ପକାଏ।
ସେ ଯୁଦ୍ଧ କ୍ଷେତ୍ରରେ ଖୁବ ଜୋ‌ର୍‌ରେ ଦୌଡ଼ିପାରେ।
22 ଘୋଡ଼ା ଭୟରେ ହସେ।
ସେ ଭୟଭୀତ ନୁହେଁ, ସେ ଯୁଦ୍ଧ ଭୂମିରୁ ପଳାୟନ କରିବ ନାହିଁ।
23 ଯୋଦ୍ଧା ଘୋଡ଼ା ପିଠିରେ ବସି ତୂଣିର ବାନ୍ଧି ଥାଏ।
ବର୍ଚ୍ଛା, ଢାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ଯ୍ୟ କିରଣରେ ଝଲମଲ କରୁଥାଏ।
24 ଘୋଡ଼ା ଅତ୍ୟଧିକ ଉତ୍ତେଜିତ ହୁଏ।
ସେ ଭୂମି ଉପରେ ଖୁବ୍ ଜୋ‌ର୍‌ରେ ଦୌଡ଼େ।
ସେ ତୂରୀ ଶବ୍ଦ ଶୁଣି ସ୍ଥିର ହୋଇ ଠିଆ ହୋଇ ରହିପାରେ ନାହିଁ।
25 ଯେତେବେଳେ ତୂରୀ ଆଦି ବାଦ୍ୟ ଶୁଣେ ଘୋଡ଼ା ମଧ୍ୟ ପାଟିକରେ ‘ହୁରେ!’
ସେ ଦୂରରୁ ଯୁଦ୍ଧର ବାସନା
ଓ ସେନାପତିମାନଙ୍କର ହୁଙ୍କାର ଜାଣି ପାରେ।
26 “ଆୟୁବ, ତୁମ୍ଭେ ଉତ୍କ୍ରୋଶପକ୍ଷୀକୁ ଉଡ଼ାଇବା ଶିଖାଇଛ କି?
ତାକୁ ତା’ର ଡେଣା କିପରି ମେଲାଇ ଦକ୍ଷିଣ ଦିଗକୁ ଉଡ଼ିବାକୁ ଶିଖାଇଚ କି?
27 ତୁମ୍ଭେ ସେହି ବ୍ୟକ୍ତି କି ଯିଏ ଉତ୍କ୍ରୋଶପକ୍ଷୀକୁ ଆକାଶର ଖୁବ୍ ଉଚ୍ଚରେ ଉଡ଼ିବା ପାଇଁ କହିଛି।
ତୁମ୍ଭେ ତାକୁ ଉଚ୍ଚ ପର୍ବତରେ ବସା ବାନ୍ଧିବାକୁ କହିଛ କି?
28 ଉତ୍କ୍ରୋଶପକ୍ଷୀ ପର୍ବତର ଢାଲୁତଟରେ ବାସ କରେ।
ପର୍ବତର ଢାଲୁତଟ ହେଉଛି ତା’ର ଦୁର୍ଗ।
29 ଉତ୍କ୍ରୋଶପକ୍ଷୀ ତା’ର ଶିକାରକୁ ଦୂର ବସାରୁ ଦେଖି ପାରେ।
ସେ ବହୁତ ଦୂରରୁ ତା’ ଖାଦ୍ୟ ଦେଖି ପାରେ।
30 ଉତ୍କ୍ରୋଶପକ୍ଷୀ ଏକତ୍ରିତ ହୁଅନ୍ତି, ଯେଉଁଠାରେ ଶବସବୁ ଥାଏ।
ଏବଂ ତା’ର ଛୁଆମାନେ ମଧ୍ୟ ରକ୍ତ ଶୋଷନ୍ତି।”