ଆୟୁବ ଇଲିଫ‌‌‌ସ୍‌‌‌କୁ ଉତ୍ତର ଦେଲା
6
ଏହା ପରେ ଆୟୁବ ଉତ୍ତର ଦେଇ କହିଲା,
“ଯଦି ମୋର ଦୁଃଖ ଓଜନ କରାଯାଇ ପାରନ୍ତା।
ଯଦି ମୋର ସମସ୍ତ ଦୁର୍ଗତି ତରାଜୁର ଏକ ପାଖରେ ରଖାଯା’ନ୍ତା,
ତୁମ୍ଭେ ମୋର ଦୁଃଖକୁ ବୁଝି ପାରନ୍ତ।
ମୋର ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା।
ତେଣୁ ସେଥିପାଇଁ ମୋର କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
ପରମେଶ୍ୱର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମୋ’ ଅନ୍ତରକୁ ବିଦ୍ଧ କରୁଛି।
ମୋର ଆତ୍ମା ସେହି ବାଣର ବିଷକୁ ପାନ କରୁଛି।
ପରମେଶ୍ୱରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମୋର ବିରୁଦ୍ଧରେ ଗୋଟିଏ ଧାଡ଼ିରେ ସଜାଇ ରଖାଯାଇଛି।
ତୁମ୍ଭର ବାକ୍ୟସବୁ କହିବାକୁ ସହଜ, ଯେତେବେଳେ କିଛି ଅଘଟଣ ଘଟି ନ ଥାଏ।
ଏପରିକି ଗୋଟିଏ ବଣୁଆ ଗଧ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ
ଏବଂ ଗୋଟିଏ ଗାଈ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ତା’ ନିକଟରେ ତା’ ନିଜର ଖାଦ୍ୟ ଥାଏ।
ଲବଣ ବିନା ଖାଦ୍ୟ ସ୍ୱାଦିଷ୍ଟ ଲାଗେ ନାହିଁ।
ଅଣ୍ଡାର ଧଳା ଲାଳର ଯେମିତି କୌଣସି ସ୍ୱାଦ ନ ଥାଏ।
ମୁଁ ତାକୁ ସ୍ପର୍ଶ କହିବାକୁ ମନା କରେ
କାରଣ ସେପ୍ରକାର ଖାଦ୍ୟ ମୋତେ ରୋଗୀଣା କରି ପକାଏ।
“ମୁଁ ଗ୍ଭହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି।
ମୁଁ ଇଚ୍ଛାକରେ ଯାହା ମୋର ଦରକାର ପରମେଶ୍ୱର ମୋତେ ଦେବେ।
ମୁଁ ଇଚ୍ଛା କରେ ପରମେଶ୍ୱର ମୋତେ ଦଳି ଦିଅନ୍ତୁ,
ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
10 ଯଦି ସେ ତାହା କରି ମୋତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷୟରେ ଅନ୍ତତଃ ସାନ୍ତ୍ୱନା ପାଆନ୍ତି,
ଏହି ନିଷ୍ଠୁର ଯନ୍ତ୍ରଣା ମଧ୍ୟରେ ମୁଁ ଆନନ୍ଦ ପାଆନ୍ତି,
କାରଣ ପରମେଶ୍ୱରଙ୍କ ସେହି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।
11 ମୋର କ’ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି?
ମୁଁ ଜାଣେନା ମୋର କ’ଣ ହେବାକୁ ଯାଉଛି।
ସେଥିପାଇଁ ମୋର ଧୈର୍ଯ୍ୟ ଧରିବା ପାଇଁ କୌଣସି କାରଣ ନାହିଁ।
12 ମୁଁ ପଥର ଭଳି ଶକ୍ତ ନୁହେଁ।
ମୋର ମାଂସ ତମ୍ବାରେ ତିଆରି ନୁହେଁ।
13 ନିଜକୁ ସାହାଯ୍ୟ କରିବାକୁ ମୋର ଶକ୍ତି ବର୍ତ୍ତମାନ ନାହିଁ।
କାରଣ ସମସ୍ତ ସଫଳତା ମୋ’ଠାରୁ କାଢ଼ି ନିଆଯାଇଅଛି।
14 ଜଣେ ବ୍ୟକ୍ତିର ସାଙ୍ଗମାନେ ତା’ର କଷ୍ଟ ସମୟରେ ତାକୁ ଦୟା କରିବା କଥା,
ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରୁ ବିମୁଖ ହୁଏ।
15 କିନ୍ତୁ ତୁମ୍ଭେ ମୋର ଭାଇମାନେ ମୋ’ ପ୍ରତି ବିଶ୍ୱସ୍ତ ନୁହଁ।
ମୁଁ ତୁମ୍ଭ ଉପରେ ନିର୍ଭର କରି ପାରିବି ନାହିଁ।
ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ।
ତୁମ୍ଭେ ସେହି ଉଛୁଳିବା ଝରଣାପରି।
16 କେତେବେଳେ ବରଫରେ ଭର୍ତ୍ତି ହୋଇଯାଏ ଏବଂ ବରଫ ତରଳି ଯାଏ।
17 କିନ୍ତୁ ଯେତେବେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ
ଜଳ ପ୍ରବାହିତ ବନ୍ଦ ହୁଏ।
and the stream disappears.
18 ବ୍ୟବସାୟୀ ତାଙ୍କ ପଥରୁ ପାଣି ଖୋଜିବା ପାଇଁ ବିମୁଖ ହୁଅନ୍ତି।
ସେମାନେ ମରୁଭୂମିକୁ ଗ୍ଭଲିଯାଆନ୍ତି ଓ ହଜିଯାଆନ୍ତି।
19 ମୋର ବ୍ୟବସାୟୀ ପାଣିର ଅନ୍ୱେଷଣ କଲେ।
ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
20 ସେମାନେ ନିଶ୍ଚିତ ଥିଲେ ଯେ ସେମାନେ ନିଶ୍ଚୟ ପାଣି ପାଇବେ
କିନ୍ତୁ ଶେଷରେ ସେମାନେ ନିରାଶ ହେଲେ।
21 ବର୍ତ୍ତମାନ ତୁମ୍ଭେ ସେହି ସ୍ରୋତଭଳି କିଛି ନୁହଁ।
ତୁମ୍ଭେ ମୋର ବିପଦ ଦେଖି ଭୟଭୀତ ହେଉଅଛ କି?
22 ମୁଁ ତୁମ୍ଭକୁ ସାହାଯ୍ୟ ମାଗିଛି କି?
ନାଁ, କିନ୍ତୁ ତୁମ୍ଭେ ସ୍ୱଇଚ୍ଛାରେ ମୋତେ ତୁମ୍ଭର ଉପଦେଶ ଦେଉଅଛ।
23 ମୁଁ ତୁମ୍ଭକୁ କହିଛି କି? ‘ମୋତେ ଶତ୍ରୁ କବଳରୁ ଉଦ୍ଧାର କର।
ମୋତେ ନିଷ୍ଠୁର ଲୋକଙ୍କ କବଳରୁ ବଞ୍ଚାଅ।’
24 ମୋତେ ଶିକ୍ଷା ଦିଅ, ତା’ ଉତ୍ତାରେ ମୁଁ ନୀରବ ରହିବି।
ମୋତେ କୁହ ମୁଁ କ’ଣ ଭୁଲ୍ କରୁଛି।
25 ସାଧୁ ବାକ୍ୟ ବଡ଼ ଶକ୍ତିଶାଳୀ,
କିନ୍ତୁ ତୁମ୍ଭର ଯୁକ୍ତି କିଛି ପ୍ରମାଣ କରୁ ନାହିଁ।
26 ତୁମ୍ଭେ କ’ଣ ମୋତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ?
ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ।
27 ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ୟ ଗୁଲିବାଣ୍ଟ କରିବ,
ତୁମ୍ଭେ ନିଜର ବନ୍ଧୁକୁ ମଧ୍ୟ ବିକ୍ରି କରିଦେବ।
28 ଏବେ ବର୍ତ୍ତମାନ ତୁମ୍ଭେ ମୋର ମୁହଁ ଦେଖି କୁହ,
ମୁଁ ତୁମ୍ଭକୁ ମିଛ କହିବି ନାହିଁ!
29 ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ।
ପୁନର୍ବାର ବିଗ୍ଭର କର ମୁଁ ନିରୀହ ଅଟେ।
30 ମୁଁ ମିଛ କହୁ ନାହିଁ।
ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।”