ନିହିମିୟାଙ୍କର ପୁସ୍ତକ
ନିହିମିୟାଙ୍କର ପ୍ରାର୍ଥନା
1
1 ଏଗୁଡ଼ିକ ନିହିମିୟାଙ୍କର ବାକ୍ୟ ଅଟେ। ନିହିମିୟା ହଖଲିୟର ପୁତ୍ର ଥିଲେ। ବିଂଶତିତମ ବର୍ଷର କିଶ୍ଲେବ୍ ମାସରେ ମୁଁ ଶୂଶନର ରାଜଧାନୀରେ ଥିଲି।
2 ମୁଁ ଯେତେବେଳେ ଶୂଶନରେ ଥିଲି, ମୋର ଭାଇମାନଙ୍କ ମଧ୍ୟରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ଫେରି ଆସିଥିବା ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୁଶାଲମ ବିଷୟରେ ପଗ୍ଭରିଲି।
3 ସେତେବେଳେ ସେମାନେ ମୋତେ କହିଲେ, “ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି, କାରଣ ଯିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡ଼ି ଦିଆଯାଇଅଛି।”
4 ଯେତେବେଳେ ମୁଁ ସେମାନଙ୍କଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହେଲି। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି।
5 ତା’ପରେ ମୁଁ ଏହିପରି ପ୍ରାର୍ଥନା କଲି:
“ହେ ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ତୁମ୍ଭେ ମହାନ ଓ ଶକ୍ତିଶାଳୀ ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରନ୍ତି, ତୁମ୍ଭେ ତୁମ୍ଭର ଚୁକ୍ତି ରକ୍ଷା କର ଓ ସେମାନଙ୍କ ପ୍ରତି ଅନୁରକ୍ତ ରୁହ।
6 “ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମୋର ପ୍ରାର୍ଥନା ପ୍ରତି ଧ୍ୟାନ ଦିଅ, ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇସ୍ରାଏଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧରେ କରିଥିବା ପାପ ଆମ୍ଭେ ସ୍ୱୀକାର କରିଅଛୁ। ଉଭୟ ମୁଁ ଓ ମୋର ପରିବାର ପାପ କରିଅଛୁ।
7 ଆମ୍ଭେ ଇସ୍ରାଏଲୀୟମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଭାବରେ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭର ଆଜ୍ଞା, ବ୍ୟବସ୍ଥାଗୁଡ଼ିକ ଓ ବିଗ୍ଭର ପାଳନ କରୁ ନାହୁଁ, ଯାହା ତୁମ୍ଭର ଦାସ ମୋଶାଙ୍କ ମାଧ୍ୟମରେ ଆମ୍ଭକୁ ଦେଇଥିଲ।
8 “ତୁମ୍ଭେ ଯାହାସବୁ କହିଅଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଅଛି, ତୁମ୍ଭେ ଆଦେଶ କରିଅଛ ଏବଂ ତୁମ୍ଭର ଦାସ ମୋଶାଙ୍କୁ କହିଥିଲ, ‘ଯଦି ତୁମ୍ଭେମାନେ ପାପ କର, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା।
9 କିନ୍ତୁ ଯଦି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିବ ଓ ଆମ୍ଭ ଆଜ୍ଞା ପାଳନ କରି ଓ ଅଭ୍ୟାସ କରି ବାସ କରିବ, ତେବେ ଯଦିଓ ତୁମ୍ଭେମାନେ ଆକାଶର ପ୍ରାନ୍ତ ସୀମାରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା।’
10 “ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ୱାରା ମୁକ୍ତ କରିଅଛ।
11 ହେ ସଦାପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବାରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।”
ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।