ଯୋୟାବ ଏକ ଜ୍ଞାନୀ ସ୍ତ୍ରୀକୁ ଦାଉଦଙ୍କ ନିକଟକୁ ପଠାଇଲେ
14
ସରୁୟାର ପୁତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ଅନ୍ତଃକରଣ ଅବଶାଲୋମ ଆଡ଼େ ଅଛି। ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀଲୋକ ଆଣିବାକୁ କହିଲା। ଯୋୟାବ ସେହି ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ କହିଲେ, “ଦୟାକରି ବହୁତ ଦୁଃଖିତ ଥିବାର ଛଳନା କର। ଶୋକ ବସ୍ତ୍ର ପରିଧାନ କର। ତୁମ୍ଭର କେଶରେ ଓ ମୁଖରେ ତେଲିଆ ପ୍ରସାଧାନ ଲଗାଅ ନାହିଁ। ମାତ୍ର ମୃତ ଲୋକ ପାଇଁ ବହୁକାଳରୁ ଶୋକକାରିଣୀ ସ୍ତ୍ରୀ ପରି ବ୍ୟବହାର କର। ରାଜାଙ୍କ ନିକଟକୁ ଯାଇ ମୁଁ ତୁମ୍ଭକୁ ଯାହା କୁହେ ସେହି ବାକ୍ୟ ତାଙ୍କୁ କୁହ, ତା’ପରେ ଯୋୟାବ ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ ଯାହା କହିବା ପାଇଁ ହେବ କହିଲେ।”
ତହୁଁ ତକୋୟର ସେହି ସ୍ତ୍ରୀ ଜଣକ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁଣ୍ଡମାଡ଼ି ପ୍ରଣାମ କରି କହିଲା, “ମହାରାଜ, ରକ୍ଷା କରନ୍ତୁ।”
ତହିଁରେ ରାଜା ପଗ୍ଭରିଲେ, “କ’ଣ ତୁମ୍ଭର ଅସୁବିଧା କରୁଛି?”
ସେ ଉତ୍ତର ଦେଲା, “ମୁଁ ସତ୍ୟ କହୁଅଛି ମୁଁ ବିଧବା ସ୍ତ୍ରୀ, ମୋର ସ୍ୱାମୀ ମରିଯାଇଛି। ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ। ସେ ଦୁହେଁ କ୍ଷେତ୍ରରେ ବିବାଦ କଲେ। ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନ ଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଧ କଲା। ବର୍ତ୍ତମାନ ମୋର ପୁରା ପରିବାର ମୋର ବିରୁଦ୍ଧାଚରଣ କରୁଛନ୍ତି। ସେମାନେ ମୋତେ କହିଲେ, ‘ତୁମ୍ଭେ ସେ ପୁତ୍ରକୁ ଆଣି ଦିଅ ଯେ ତା’ର ଭାଇକୁ ମାରିଅଛି। ଆମ୍ଭେମାନେ ତାକୁ ହତ୍ୟା କରିବୁ। କାରଣ ସେ ତା’ର ଭାଇକୁ ହତ୍ୟା କଲା।’ ମୋ’ ପୁଅ ହେଉଛି ମୋର ଶେଷ ଅଗ୍ନିଶିଖା। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ଅଗ୍ନିଶିଖା ଜଳି ଲିଭିଯିବ। ସେ ତା’ର ବାପାର ସମ୍ପତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପୁତ୍ର। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ସମ୍ପତ୍ତି ଅନ୍ୟ ଜଣକୁ ଦିଆଯିବ ଏବଂ ତା’ପରେ ମୋର ସ୍ୱାମୀର ନାମ ଏହି ଦେଶରୁ ଲିଭିଯିବ।”
ତା’ପରେ ରାଜା ଦାଉଦ ସେ ସ୍ତ୍ରୀକୁ କହିଲେ, “ଗୃହକୁ ଫେରିଯାଅ। ମୁଁ ଏ ବିଷୟରେ ତୁମର ଯତ୍ନ ନେବି।”
ତକୋୟର ସେହି ସ୍ତ୍ରୀଲୋକଟି ରାଜାଙ୍କୁ କହିଲା, “ହେ ମୋର ସଦାପ୍ରଭୁ, ଏ ଅପରାଧଟି ମୋ’ ଉପରେ ଓ ମୋ’ ପରିବାର ଉପରେ ଥାଉ। ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷ ରହିତ ହେଉ।”
10 ତା’ପରେ ରାଜା କହିଲେ, “କେହି ଯଦି ତୁମ୍ଭକୁ କିଛି କହେ, ତାକୁ ମୋ’ ସମ୍ମୁଖକୁ ଆଣ ଏବଂ ସେ ତୁମ୍ଭର ଆଉ ବିବ୍ରତ କରିବ ନାହିଁ।”
11 ସ୍ତ୍ରୀଲୋକଟି କହିଲେ, “ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଶପଥ ନେଇ କହନ୍ତୁ, ଆପଣ ସେମାନଙ୍କୁ ଅଟକାଇବେ, ଯେଉଁମାନେ ତା’ର ଭାଇର ହତ୍ୟା ଯୋଗୁଁ ମୋର ପୁତ୍ରକୁ ହତ୍ୟା କରିବାକୁ ଗ୍ଭହାନ୍ତି। ଶପଥ କରନ୍ତୁ ଯେ, ଆପଣ ସେମାନଙ୍କୁ ମୋର ପୁତ୍ରକୁ ଧ୍ୱଂସ କରିବା ପାଇଁ ଦେବେ ନାହିଁ।”
ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ କେହି ତୁମ୍ଭର ପୁତ୍ରର କ୍ଷତି କରି ପାରିବେ ନାହିଁ, ଏପରିକି ତା’ର ମୁଣ୍ଡର ଗୋଟିଏ ବାଳ ମଧ୍ୟ ତଳେ ପଡ଼ିବ ନାହିଁ। ରାଜା କହିଲେ, ପରମେଶ୍ୱରଙ୍କର ନାମ ଅକ୍ଷୁର୍ଣ୍ଣ ଥିବାଯାଏ କେହି ତା’ର ଚର୍ମକୁ ସ୍ପର୍ଶ କରି ପାରିବେ ନାହିଁ।”
12 ସେ କହିଲା, “ମୋର ରାଜା ସଦାପ୍ରଭୁ ଦୟାକରି ମୋତେ କିଛି କହିବା ପାଇଁ ଦିଅନ୍ତୁ।”
ତା’ପରେ ରାଜା ଉତ୍ତର ଦେଲେ, “ତୁମ୍ଭେ କୁହ।”
13 ସ୍ତ୍ରୀଲୋକଟି କହିଲା, “ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକୁ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପୁତ୍ରକୁ ଫେରାଇ ଆଣୁ ନାହାନ୍ତି। 14 ଆମ୍ଭେମାନେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭେମାନେ ଭୂମିରେ ଢଳା ହୋଇଥିବା ପାଣି ପରି, ଯାହାକି ପୁନର୍ବାର ସଂଗ୍ରହ ହୋଇ ପାରିବ ନାହିଁ। ପରମେଶ୍ୱର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସେମାନଙ୍କ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ୟରେ ଦୌଡ଼ି ପଳାନ୍ତି। 15 ମୋର ପ୍ରଭୁ ଓ ମହାରାଜ ମୁଁ ଏହି କଥାଗୁଡ଼ିକ କହିବାକୁ ଆପଣଙ୍କ ନିକଟକୁ ଆସିଲି କାରଣ ଲୋକମାନେ ମୋତେ ଭୟ ଦେଖାଇଲେ। ତେଣୁ ନିଜକୁ ଭାବିଲି, ‘ମୁଁ ମହାରାଜାଙ୍କୁ କହିବି, ହୋଇପାରେ, ମହାରାଜ ମୋତେ ସାହାଯ୍ୟ କରି ପାରନ୍ତି। 16 ରାଜା ମୋର କଥା ଶୁଣିବେ ଏବଂ ଯେଉଁମାନେ ମୋତେ ଏବଂ ମୋର ପୁତ୍ରକୁ ମାରିବାକୁ ଗ୍ଭହୁଁଛନ୍ତି। ସେମାନଙ୍କ କବଳରୁ ମୋତେ ରକ୍ଷା କରିବେ।’ ସେ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ଦେଇଥିବା ଅଧିକାରରୁ ବଞ୍ଚିତ କରିବେ ନାହିଁ। 17 ମୁଁ ଜାଣେ ମୋର ମୁନିବଙ୍କର କଥା, ନିଶ୍ଚିତ ଭାବରେ ମୋତେ ବିଶ୍ରାମ ଦେବ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ୱରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭୁଲ୍ ଏବଂ ସଦାପ୍ରଭୁ ଆପଣଙ୍କର ପରମେଶ୍ୱର ସର୍ବଦା ଆପଣଙ୍କ ପାଖରେ ଅଛନ୍ତି।”
18 ରାଜା ଦାଉଦ ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭକୁ କେତେକ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା’ର ଉତ୍ତର ଦେବ।”
ସ୍ତ୍ରୀଲୋକଟି କହିଲା, “ହେ ମୋର ପ୍ରଭୁ, ଆପଣଙ୍କର ପ୍ରଶ୍ନ ପଗ୍ଭରନ୍ତୁ।”
19 ରାଜା କହିଲେ, “ଯୋୟାବ କ’ଣ ତୁମ୍ଭକୁ ଏପରି କହିବାକୁ କହିଥିଲେ?”
ସେହି ସ୍ତ୍ରୀଲୋକଟି ଉତ୍ତର ଦେଲା, “ହେ ମୋର ପ୍ରଭୁ ରାଜା, ଆପଣଙ୍କ ଜୀବିତ ଥିବା ଯାଏ, ଆପଣ ଯାହା କହନ୍ତି ସବୁ ଠିକ୍। ଆପଣଙ୍କର ଅଧିକାରୀ ଯୋୟାବ ମୋତେ ଏପରି କହିବାକୁ କହିଥିଲେ। 20 ଯୋୟାବ ଏପରି କରିଥିଲେ, ତେଣୁ ଆପଣା ପ୍ରତ୍ୟେକ କଥାକୁ ଅଲଗା ଭାବରେ ଦେଖି ପାରିଥା’ନ୍ତେ। ମୋର ପ୍ରଭୁ, ଆପଣ ପରମେଶ୍ୱରଙ୍କ ଦୂତ ପରି ଜ୍ଞାନୀ, ପୃଥିବୀରେ କେଉଁଠି କ’ଣ ହେଉଛି, ଆପଣ ସବୁ ଜାଣି ପାରୁଛନ୍ତି।”
ଅବଶାଲୋମ ଯିରୁଶାଲମକୁ ଫେରି ଆସିଲେ
21 ରାଜା ଯୋୟାବକୁ କହିଲେ, “ଦେଖ, ମୁଁ ସେହି କଥା କଲି। ଏଣୁ ଯାଅ ସେହି ଯୁବକ ଅବଶାଲୋମକୁ ପୁନର୍ବାର ଆଣ।”
22 ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।”
23 ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୁଶାଲମକୁ ଆଣିଲା। 24 କିନ୍ତୁ ଦାଉଦ ରାଜା କହିଲେ, “ଅବଶାଲୋମ ତା’ ନିଜ ଘରକୁ ଫେରିଯାଇ ପାରିବ। ସେ ଆସି ପାରିବ ନାହିଁ ଓ ଦେଖି ପାରିବ ନାହିଁ।” ତେଣୁ ଅବଶାଲୋମ ତା’ର ନିଜ ଗୃହକୁ ଫେରିଗଲା। ଅବଶାଲୋମ ରାଜାଙ୍କୁ ସାକ୍ଷାତ କରି ପାରିଲା ନାହିଁ।
25 ସମୁଦାୟ ଇସ୍ରାଏଲ ମଧ୍ୟରେ ଅବଶାଲୋମ ପରି ଅତି ସୁନ୍ଦର ଯୁବକ କେହି ନ ଥିଲେ। ଲୋକମାନେ ତା’ର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିଲେ। ତା’ର ପାଦରୁ ମସ୍ତକ ପର୍ଯ୍ୟନ୍ତ କେଉଁଠାରେ ଖୁଣ ନ ଥିଲା। 26 ତା’ ମୁଣ୍ଡରେ ବାଳ ଭାରୀ ହେବାରୁ ସେ ତାକୁ କାଟିଲା। ପ୍ରତି ବର୍ଷ ତା’ ମୁଣ୍ଡରୁ 200 ଶେକଲ ବାଳ ବାହାରେ। 27 ଅବଶାଲୋମର ତିନି ପୁତ୍ର ଓ ଗୋଟିଏ ଝିଅ ଥିଲା। ସେ ଝିଅର ନାମ ତାମର ଥିଲା। ତାମର ମଧ୍ୟ ଭାରୀ ସୁନ୍ଦରୀ ଥିଲେ।
ଅବଶାଲୋମ ତାଙ୍କୁ ଦେଖିବା ପାଇଁ ଯୋୟାବଙ୍କୁ ବାଧ୍ୟକଲେ
28 ଅବଶାଲୋମ ଯିରୁଶାଲମରେ ଦୁଇ ବର୍ଷ ଧରି ରହିଲେ। କିନ୍ତୁ ସେ ରାଜାଙ୍କୁ ଦେଖା କରିପାରୁ ନ ଥିଲେ। କାରଣ ତାଙ୍କୁ ଏପରି ଅନୁମତି ଦିଆଯାଇ ନ ଥିଲା। 29 ଅବଶାଲୋମ ଯୋୟାବଙ୍କ ନିକଟକୁ ଖବର ପଠାଇଲେ। ତାଙ୍କ ତରଫରୁ ରାଜାଙ୍କ ସମ୍ମୁଖକୁ ଯିବା ପାଇଁ। କିନ୍ତୁ ଯୋୟାବ ଆସିବାକୁ ଓ ଦେଖା କରିବାକୁ ମନା କରି ଦେଲା। ଅବଶାଲୋମ ଦ୍ୱିତୀୟ ଥର ତାଙ୍କୁ ଡକାଇଲେ, କିନ୍ତୁ ସେ ଆସିବାକୁ ମନା କଲେ।
30 ତେଣୁ ଅବଶାଲୋମ ତା’ର କର୍ମଗ୍ଭରୀମାନଙ୍କୁ କହିଲେ, “ଦେଖ, ଯୋୟାବର କ୍ଷେତ ଠିକ୍ ମୋର କ୍ଷେତ ପାଖରେ ଏବଂ ସେ ସେଥିରେ ବାର୍ଲୀ ଗ୍ଭଷ କରିଛି। ତୁମ୍ଭେମାନେ ଯାଅ ଓ ତାକୁ ପୋଡ଼ି ଦିଅ।”
ତେଣୁ ଅବଶାଲୋମର ଲୋକମାନେ ଗଲେ ଓ ନିଆଁ ଲଗାଇ ଦେଲେ। 31 ଯୋୟାବ ଉଠି ଅବଶାଲୋମର ଗୃହକୁ ଆସିଲେ। ଯୋୟାବ ଅବଶାଲୋମକୁ କହିଲା, “କାହିଁକି ତୁମ୍ଭର ଦାସମାନେ ମୋ’ ବିଲରେ ନିଆଁ ଲଗାଇଲେ?”
32 ଅବଶାଲୋମ ଯୋୟାବକୁ କହିଲା, “ମୁଁ ତୁମ୍ଭ ପାଖକୁ ବାର୍ତ୍ତାବହ ପଠାଇଲି, ମୁଁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକୁ ମୁଁ ତୁମ୍ଭକୁ ରାଜାଙ୍କ ନିକଟକୁ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମୋତେ ଗଶୂରରୁ ଡକାଇଲ? ତେଣୁ, ମୋର ଗଶୂରରେ ରହିବା ଭଲ। ଠିକ୍ ଅଛି, ତେବେ ବର୍ତ୍ତମାନ ମୋତେ ରାଜାଙ୍କୁ ସାକ୍ଷାତ କରିବାକୁ ଦିଅ। ଯଦି ମୁଁ ପାପ କରି ଥାଏ ତେବେ ସେ ମୋତେ ହତ୍ୟା କରିବା ଉଚିତ୍।”
ଅବଶାଲୋମ ରାଜା ଦାଉଦଙ୍କ ସହିତ ଦେଖା କରିବାକୁ ଗଲେ
33 ତା’ପରେ ଯୋୟାବ ଯାଇ ରାଜାଙ୍କୁ ଏ କଥା ଜଣାଇଲା। ତା’ପରେ ରାଜା ଅବଶାଲୋମକୁ ପାଖକୁ ଡକାଇଲେ, ସେ ଆସି ରାଜାଙ୍କୁ ଭୂମିଷ୍ଟ ପ୍ରଣାମ କଲା, ରାଜା ଅବଶାଲୋମକୁ ଚୁମ୍ବନ କଲେ।