ପବିତ୍ର ବାଇବଲ
Easy-to-Read Version
World Bible Translation Center
Fort Worth, Texas
www.wbtc.org
Oriya Holy Bible: Easy-to-Read Version™
© Copyright 1995-2007 World Bible Translation Center
All rights reserved
Permissions
This copyrighted material may be quoted up to 1000 verses without written permission. ¬However, the extent of quotation must not comprise a complete book nor should it amount to more than 50% of the work in which it is quoted. This copyright notice must appear on the title or copyright page:
Oriya Holy Bible: Easy-to-Read Version™
Taken from the Oriya HOLY BIBLE: EASY-TO-READ VERSION™
© 2007 by World Bible Translation Center, Inc. and used by permission.
When quotations from the ERV are used in non-saleable media, such as church bulletins, orders of service, posters, transparencies or similar media, a complete copyright notice is not required, but the initials (ERV) must appear at the end of each quotation.
Requests for permission to use quotations or reprints in excess of 1000 verses or more than 50% of the work in which they are quoted, or other permission requests, must be directed to and approved in writing by World Bible Translation Center, Inc.
Address
World Bible Translation Center, Inc.
P.O. Box 820648
Fort Worth, Texas 76182
Web: www.wbtc.com
Free Downloads
Download free electronic copies of
World Bible Translation Center’s Bibles and New Testaments at:
www.wbtc.org
ISBN :13
ISBN :10
Printed at Brilliant Printers Pvt. Ltd., Bangalore, India
Contents
ପ୍ରସ୍ତାବନା
ପବିତ୍ର ବାଇବଲର ଏହି ଭାଷାନ୍ତର ବଶେଷ ଭାବରେ ସାଧାରଣ ଲୋକ, ପିଲାମାନଙ୍କ ପାଇଁ ଓ ଯେଉଁମାନେ ପଢ଼ିବା ଆରମ୍ଭ କରିଛନ୍ତି; ସେହିମାନଙ୍କୁ ଲକ୍ଷ୍ୟରେ ରଖି କରାଯାଇଛି। ଆମ୍ଭେମାନେ ମୁଖରେ କହିବା ଓ ଶୁଣିବା ଦ୍ୱାରା ଭାଷା ଶିଖୁ। ଏହି କଥାକୁ ମନରେ ରଖି ଅନୁବାଦକମାନେ ସରଳ ଓ ଛୋଟ ଛୋଟ ବାକ୍ୟର ବ୍ୟବହାର କରିଛନ୍ତି। ଏହି ଅନୁବାଦ କଲାବେଳେ ବାଇବେଲର ଠିକ୍ ଠିକ୍ ଅର୍ଥ ଲୋକଙ୍କ ପାଖରେ ପରିବେଷିତ ହେଉ, ଏହି ଭାବନାଟି ମନରେ ଅଛି। ଭଲ ଅନୁବାଦର ଅର୍ଥ, ଭାବର ଭଲ ପରିବେଷଣ। ଅନୁବାଦକମାନଙ୍କର ସବୁବେଳେ ଲକ୍ଷ୍ୟ ରହିଲା ଯେ, ବାଇବଲର ମୂଳ ଲେଖକମାନେ ନିଜ ସମୟର ଲୋକଙ୍କୁ ଯେପରି ସ୍ୱାଭାବିକ ଭାବରେ ବୁଝାଇ ପାରିଥିଲେ, ଠିକ୍ ସେହିପରି ବାଇବଲର ବାକ୍ୟକୁ, ଆଜିର ପାଠକମାନଙ୍କୁ ପରିବେଷିତ କରାଯାଉ। ନିଷ୍ଠାପର ଅନୁବାଦ କେବଳ ଶବ୍ଦକୋଶର ଶବ୍ଦଗୁଡ଼ିକୁ ମୂଳ ସହିତ ମିଶାଇ ତାହାର ପ୍ରତି ଶବ୍ଦ ଅନ୍ୟ ଭାଷାରେ ରଖିବା ନୁହେଁ। ବରଂ ମୂଳ ସନ୍ଦେଶକୁ ଅନୂଦିତ ଭାଷାରେ ସମାନ ଅର୍ଥ ପ୍ରଦାନ କରୁଥିବା ଶବ୍ଦରେ ବ୍ୟକ୍ତ କରିବା ଅନୁବାଦର ପଦ୍ଧତି ଅଟେ। ଏହା ଛଡ଼ା ଆଜକୁ ହଜାର ହଜାର ବର୍ଷ ପୂର୍ବରେ ଯେପରି ଏହାର ପ୍ରଭାବ ପଡ଼ିଥିଲା, ସେହିଭଳି ଅନୁବାଦକ ଠିକ୍ ହୋଇଥିବା, ସମାନ ଭାବରେ ଆକର୍ଷଣ ହୋଇଥିବା ଓ ଆଜିର ସମାଜରେ ତାହାର ପ୍ରଭାବ ଠିକ୍ ସେହିଭଳି ପଡ଼ିବା ମଧ୍ୟ ଦରକାର
ଅତଏବ ଏହି ପବିତ୍ର ବାଇବଲର ଅନୁବାଦକମାନଙ୍କ ପାଇଁ ସବୁଠାରୁ ସବୁଠାରୁ ମହତ୍ୱର କଥା ହେଲା, ପ୍ରଭାଭ ପଡ଼ିଲା ଭଳି ଉତ୍ତମ ରୂପେ ଭାବର ବିନିମୟ କରିବା। ଉତ୍ତମ ରୂପେ ଭାବର ବିନିମୟ କରିବା ଇଚ୍ଛା, ନିର୍ଭୁଲ ହେବା ବିଷୟକୁ ଆଦୌ କମ୍ ମହତ୍ୱ ପ୍ରଦାନ କରି ନ ଥିଲା। କିନ୍ତୁ ନିର୍ଭୁଲର ଅର୍ଥ ବିଶ୍ୱସ୍ଥ ଭାବେ ଭାବର ଅଭିବ୍ୟକ୍ତି ବୋଲି ଧରା ହେଲା, କେବଳ ଭାଷାଗତ ଓ କଥାକଥିତ ସାମଞ୍ଜସ୍ୟ ଆଣିବା ନୁହେଁ।
ପବିତ୍ର ବାଇବଲର ମୂଳ ଲେଖକଗଣ, ବିଶେଷ ଭାବରେ ନୂତନ ନିୟମ ଲେଖିବାର ଲେଖକମାନେ, ନଜର ଭାଷାଗତ ଶୈଳୀ ଦ୍ୱାରା ପ୍ରତିପାଦିତ କଲେ ଯେ ସେମାନେ ଭଳ ଭାବେ ଭାବର ବିନିମୟ କରିବାରେ ରୁଚି ନେଇଛନ୍ତି। ଏହି ଓଡ଼ିଆ ଅନୁବାଦର ଅନୁବାଦକଗଣ ମଧ୍ୟ ଉକ୍ତ କଥାଟି ମନେରଖି ଅନୁବାଦ କରିଛନ୍ତି। ତେଣୁ ସେମାନେ ସେମାନଙ୍କର ବିଶେଷ ଓଡ଼ିଆ ପାଠକ ବା ଶ୍ରୋତାମାନଙ୍କୁ ବାଇବଲର ମୂଳ ଅର୍ଥ ସରଳ ଓ ସ୍ୱାଭାବିକ ଭାବରେ ଭାବର ବିନିମିୟ କରିବା ପାଇଁ ଅନୁବାଦ କରିଛନ୍ତି। ସେମାନେ ଏହିପରି ଭାଷାର ବ୍ୟବହାର କରିଛନ୍ତି ଯେ ଓଡ଼ିଆ କହୁଥିବା ଲୋକଙ୍କ ପାଇଁ ଭାଷା, ଅର୍ଥ ବୁଝିବାରେ ପ୍ରତିବନ୍ଧକ ନ ହେଉ ଓ ଏହା ବାଇବଲର ମୂଳ ସତ୍ୟ ଉଦ୍ଘାଟନ କରୁ।
ଏହି ଅନୁବାଦରେ ଅର୍ଥ ବୁଝିବାରେ ସହାୟକ ହେବ ବୋଲି କେତେକ ବିଶେଷ ବିଷୟଗୁଡ଼ିକର ବ୍ୟବହାର କରାଯାଇଛି। ଯଥା: ସଂକ୍ଷିପ୍ତ ବ୍ୟାଖ୍ୟା ବା ସମାନାର୍ଥୀ ଶବ୍ଦ (ମୂଳ ଲେଖାରେ ଥିବା କଠିଣ ଓ ଅସ୍ପଷ୍ଟ ଶବ୍ଦଗୁଡ଼ିକର ବଦଳରେ ବ୍ୟବହାର କରାଯାଇଛି)। କେତେକ ଜାଗାରେ ଏ ଗୁଡ଼ିକୁ ବନ୍ଧନି ଭିତରେ ରଖାଯାଇଛି। ଯେଉଁ ଶବ୍ଦଗୁଡ଼ିକର ଅଧିକ ବ୍ୟଖ୍ୟା ଦରକାର, ସେଗୁଡ଼ିକ ତାରାଙ୍କିତ ବା ଅନ୍ୟ ପ୍ରକାର ଚିହ୍ନରେ ଚିହ୍ନିତ କରି ସେହି ପୃଷ୍ଠାର ପଦଟିପ୍ପଣୀରେ ସେଗୁଡ଼ିକର ଅର୍ଥକୁ ଅଧିକ ସ୍ପଷ୍ଟ କରାଯାଇଛି। ଏହା ଛଡ଼ା ଶାସ୍ତ୍ରୀୟ ବାକ୍ୟଗୁଡ଼ିକର ଉଦ୍ଧୃତାଂଶ ବା ତାହାର ପରିବର୍ତ୍ତିତ ପଠନଗୁଡ଼ିକ କେଉଁ ମୂଳ ଜାଗାରୁ ଆସିଛି, ସେଗୁଡ଼ିକୁ ମଧ୍ୟ କେତେବେଳେ ସେହିଠାରେ ବା ବେଳେବେଳେ ପଦଟିପ୍ପଣୀରେ ନିର୍ଦ୍ଦେଶ କରି ଦିଆଯାଇଛି।
ଭୂମିକା
ଗ୍ରୀକ୍ ଭାଷାରେ ‘ବାଇବଲ’ ଶବ୍ଦଟି “ପୁସ୍ତକଗୁଡ଼ିକ” ଅର୍ଥରେ ବ୍ୟବହାର ହୁଏ। ପ୍ରକୃତରେ ବାଇବଲରେ ଦୁଇ ପ୍ରକାରର ପୁସ୍ତକ ସଂଗୃହିତ ହୋଇଛି। ସେଗୁଡ଼ିକ ‘ପୁରାତନ ନିୟମ’ ଓ ‘ନୂତନ ନିୟମ’ ବୋଲି କୁହାଯାଏ। ଅନୂଦିତ ଶବ୍ଦ ‘ନିୟମ’ର ବ୍ୟବହାର ‘ପ୍ରତିଜ୍ଞା’ ବା ‘ଚୁକ୍ତି’ ଅର୍ଥରେ ହୁଏ। ଏହି ଶବ୍ଦଟି ପରମେଶ୍ୱର ତାହାଙ୍କ ନିଜ ଲୋକଙ୍କ ପ୍ରତି କରିଥିବା ଆଶିର୍ବାଦର ପ୍ରତିଜ୍ଞାକୁ ବହନ କରେ। ପରମେଶ୍ୱର ମୋଶାଙ୍କ ସମୟରେ ଯିହୂଦୀ ଲୋକମାନଙ୍କ ସହିତ ଯେଉଁ ‘ଚୁକ୍ତି’ କରିଥିଲେ, ‘ପୁରାତନ ନିୟମ’ ସେହି ଲେଖାଗୁଡ଼ିକର ସଂକଳନ ଅଟେ। ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କ ସହିତ ପରମେଶ୍ୱର ଯେଉଁ ‘ଚୁକ୍ତି’ କରିଥିଲେ, ‘ନୂତନ ନିୟମ’ ସେହି ଲେଖାଗୁଡ଼ିକର ସଂକଳନ ଅଟେ।
‘ପୁରାତନ ନିୟମ’ର ଲେଖାଗୁଡ଼ିକ ଯିହୂଦୀ ଲୋକମାନଙ୍କ ସହିତ ପରମେଶ୍ୱରଙ୍କ ବ୍ୟବହାର ଓ ପରମେଶ୍ୱରଙ୍କ ସେହି ମହାନ କାର୍ଯ୍ୟଗୁଡ଼ିକର ବିବରଣୀ ଅଟେ, ଯେଉଁ ଯୋଜନା ମାଧ୍ୟମରେ ପରମେଶ୍ୱର ଏହି ଲୋକମାନଙ୍କ ଦ୍ୱାରା ସମଗ୍ର ସଂସାର ପାଇଁ ନିଜ ଆଶିର୍ବାଦ ଆଣିବା ପାଇଁ ଚେଷ୍ଟା କରିଥିଲେ। ଏହି ଲେଖାଗୁଡ଼ିକ, ଭବିଷ୍ୟତରେ ଆସିବାକୁ ଥିବା ମୁକ୍ତିଦାତାଙ୍କ ଆଡ଼କୁ ନିଜର ଯୋଜନା ପୂରଣ କରିବା ପାଇଁ ନିର୍ଦ୍ଦେଶ କରନ୍ତି। ‘ନୂତନ ନିୟମ’ର ଲେଖା ‘ପୁରାତନ ନିୟମ’ର କଥାଗୁଡ଼ିକର ପରିଣାମ ମାତ୍ର। ସେଗୁଡ଼ିକ ମୁକ୍ତିଦାତା (ଯୀଶୁ ଖ୍ରୀଷ୍ଟ)ଙ୍କ ଆସିବା ଓ ସମଗ୍ର ମାନବଜାତି ପାଇଁ ତାହାଙ୍କର ଆସିବାର ମହତ୍ତ୍ୱ ପ୍ରତିପାଦିତ କରନ୍ତି। ‘ନୂତନ ନିୟମ’ର ପୁସ୍ତକଗୁଡ଼ିକ ବୁଝିବା ପାଇଁ ‘ପୁରାତନ ନିୟମ’ ବୁଝିବା ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ‘ପୁରାତନ ନିୟମ’ ଆବଶ୍ୟକ ପୃଷ୍ଠଭୂମି ନିର୍ମାଣ କରିଥାଏ। ‘ନୂତନ ନିୟମ’ ପରିତ୍ରାଣର ସେହି କାହାଣୀକୁ ସମ୍ପୂର୍ଣ୍ଣ କରେ, ଯାହା ‘ପରାତନ ନିୟମ’ରେ ଆରମ୍ଭ ହୋଇଥିଲା।
ପୁରାତନ ନିୟମ
ପୁରାତନ ନିୟମର ଲେଖାଗୁଡ଼ିକ ଅଣଗ୍ଭଳଶ୍ (39)ଟି ପୁସ୍ତକର ସଂଗ୍ରହ ଅଟେ। ଏଗୁଡ଼ିକ ବିଭିନ୍ନ ଲେଖକମାନଙ୍କ ଦ୍ୱାରା ଲିଖିତ। ସେଗୁଡ଼ିକ ମୂଳତ ପ୍ରାଚୀନ ଇସ୍ରାଏଲର ଏବ୍ରୀ ଭାଷାରେ ଲେଖା ହୋଇଥିଲା। କେତେକ ଅଂଶ ବାବିଲୋନ ରାଜ୍ୟର ସରକାରୀ ଭାଷା ‘ଆରାମିକ୍’ରେ ମଧ୍ୟ ଲେଖାଯାଇଛି। ‘ପୁରାତନ ନିୟମ’ର ପୁସ୍ତକଗୁଡ଼ିକ 3500 ବର୍ଷ ଭିତରେ ଲେଖାଯାଇଥିଲା। ଏହାର ପ୍ରଥମ ପୁସ୍ତକ ଓ ଶେଷ ପୁସ୍ତକ ମଝିରେ 1000 ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଯାଇଛି। ଏହି ସଂଗ୍ରହରେ ବ୍ୟବସ୍ଥା, ଇତିହାସ, ଗଦ୍ୟ, ଗୀତ, ପଦ୍ୟ ଓ ଜ୍ଞାନୀ ପୁରୁଷମାନଙ୍କର ଶିକ୍ଷା ସମ୍ମଳିତ ରହିଛି।
‘ପୁରାତନ ନିୟମ’କୁ ସାଧାରଣ ଭାବରେ ତିନୋଟି ମୂଖ୍ୟ ବିଭାଗରେ ବିଭାଜିତ କରାଯାଇଥାଏ:- ବ୍ୟବସ୍ଥା, ଭବିଷ୍ୟଦ୍ ବକ୍ତା ଓ ପବିତ୍ର ଲେଖା। ‘ବ୍ୟବସ୍ଥ’ରେ ପାଞ୍ଚୋଟି ପୁସ୍ତକରେ ସନ୍ନିହିତ, ଏଗୁଡ଼ିକ “ମୋଶାଙ୍କ ପାଞ୍ଚୋଟି ପସ୍ତକ” ବୋଲି କୁହାଯାଏ। ପ୍ରଥମ ପୁସ୍ତକଟି ହେଲା ଆଦି ପୁସ୍ତକ। ଏହା ଆମ ପୃଥିବୀର ଆରମ୍ଭରେ ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଓ ହବା: ପରମେଶ୍ୱରଙ୍କ ବିରୁଦ୍ଧରେ କରିଥିବା ସେମାନଙ୍କ ପ୍ରଥମ ପାପର ବିବରଣ। ‘ମହାଜଳ ପ୍ରଳୟ’ ଓ ସେଥିରୁ ପରମେଶ୍ୱରଙ୍କ ଦ୍ୱାରା ଗୋଟିଏ ପରିବାରର ରକ୍ଷା, ଇସ୍ରାଏଲଜାତିର ଆରମ୍ଭ, ଓ ପରମେଶ୍ୱର ଗୋଟିଏ ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ କେତେକ ଲୋକଙ୍କୁ ବାଛିବା ବିଷୟରେ ଏହି ପୁସ୍ତକରେ ବିବରଣୀମାନ ଅଛି।
ଅବ୍ରାହାମଙ୍କ କାହାଣୀ
ପରମେଶ୍ୱର ଅବ୍ରାହାମଙ୍କ ସହିତ ଗୋଟିଏ ଚୁକ୍ତି କଲେ। ସେ ଜଣେ ମହାନ ବିଶ୍ୱାସି ଲୋକ। ସେହି ଚୁକ୍ତି ପରମେଶ୍ୱର ଅବ୍ରାହାମଙ୍କୁ ଗୋଟିଏ ମହାନ ଗୋଷ୍ଠୀର ପପତାକରିବା ଓ ତାହାଙ୍କୁ ଓ ତାହାଙ୍କ ବଂଶଜମାନଙ୍କୁ କିଣାନ ଦେଶ ଦେବା କଥା କହିଥିଲେ। ଏହି ଚୁକ୍ତିକୁ ଗ୍ରହଣ କଲେ ବୋଲି ଅବ୍ରାହାମଙ୍କୁ ସୁନ୍ନତ କରାହେଲା। ସେହି ସମୟଠାରୁ ସୁନ୍ନତ, ପରମେଶ୍ୱର ଏବଂ ତାହାଙ୍କ ଲୋକଙ୍କ ଭିତରେ ଏକ ଚୁକ୍ତିର ପ୍ରମାଣ ହୋଇ ରହିଲା। ଅବ୍ରାହାମ ଜାଣି ପାରିଲେ ନାହିଁ ଯେ, ପରମେଶ୍ୱର ତାହାଙ୍କ ପ୍ରତିଜ୍ଞାଗୁଡ଼ିକୁ କିପରି ପୂରଣ କରିବେ, କିନ୍ତୁ ଅବ୍ରାହାମ ପରମେଶ୍ୱରଙ୍କୁ ପୂର୍ଣ୍ଣ ରୂପରେ ବିଶ୍ୱାସ କରୁଥିଲେ। ଏହାଦ୍ୱାରା ପରମେଶ୍ୱର ଆନନ୍ଦିତ ହେଲେ।ପରମେଶ୍ୱର ଅବ୍ରାହାଙ୍କୁ ମେସୋପଟାମିଆର ଏବ୍ରୀମାନଙ୍କ ମଧ୍ୟରୁ ନିଜର ଘର ଛାଡ଼ି ଆସିବାକୁ କହିଲେ ଓ ପ୍ରତିଜ୍ଞା ଦେଇଥିବା କିଣାନ (ପାଲେଷ୍ଟାଇନ ମଧ୍ୟ କୁହାଯାଏ) ଦେଶ ଆଡ଼କୁ ନେଇ ଗଲେ। ବୃଦ୍ଧାବସ୍ଥାରେ ଅବ୍ରାହାମଙ୍କର ଇସହାକ ନାମକ ପୁତ୍ରଟିଏ ଜାତ ହେଲା। ଇସହାକଙ୍କର ଯାକୁବ ନାମରେ ପୁତ୍ରଟିଏ ହେଲା। ଯାକୁବ (ଇସ୍ରାଏଲ ମଧ୍ୟ କୁହାଯାଏ) ତାଙ୍କର ବାର ଜଣ ପୁତ୍ର ଓ ଗୋଟିଏ କନ୍ୟା ଥିଲେ। ଏହି ପରିବାରଟି ଇସ୍ରାଏଲ ଜାତି ହେଲା, କିନ୍ତୁ କେବେହେଲେ ନିଜର ଜନଜାତି ମୂଳ କଥା ଏମାନେ ଭୂଲିଲେ ନାହିଁ। ନିଜକୁ ପରମେଶ୍ୱର ଅବ୍ରାହାମଙ୍କ ସହିତ ଗୋଟିଏ ଚୁକ୍ତି କଲେ। ସେ ଜଣେ ମହାନ ବିଶ୍ୱାସି ଲୋକ। ସେହି ଚୁକ୍ତି ପରମେଶ୍ୱର ଅବ୍ରାହାମଙ୍କୁ ଗୋଟିଏ ମହାନ ଗୋଷ୍ଠୀର ପପତାକରିବା ଓ ତାହାଙ୍କୁ ଓ ତାହାଙ୍କ ବଂଶଜମାନଙ୍କୁ କିଣାନ ଦେଶ ଦେବା କଥା କହିଥିଲେ। ଏହି ଚୁକ୍ତିକୁ ଗ୍ରହଣ କଲେ ବୋଲି ଅବ୍ରାହାମଙ୍କୁ ସୁନ୍ନତ କରାହେଲା। ସେହି ସମୟଠାରୁ ସୁନ୍ନତ, ପରମେଶ୍ୱର ଏବଂ ତାହାଙ୍କ ଲୋକଙ୍କ ଭିତରେ ଏକ ଚୁକ୍ତିର ପ୍ରମାଣ ହୋଇ ରହିଲା। ଅବ୍ରାହାମ ଜାଣି ପାରିଲେ ନାହିଁ ଯେ, ପରମେଶ୍ୱର ତାହାଙ୍କ ପ୍ରତିଜ୍ଞାଗୁଡ଼ିକୁ କିପରି ପୂରଣ କରିବେ, କିନ୍ତୁ ଅବ୍ରାହାମ ପରମେଶ୍ୱରଙ୍କୁ ପୂର୍ଣ୍ଣ ରୂପରେ ବିଶ୍ୱାସ କରୁଥିଲେ। ଏହାଦ୍ୱାରା ପରମେଶ୍ୱର ଆନନ୍ଦିତ ହେଲେ।ପରମେଶ୍ୱର ଅବ୍ରାହାଙ୍କୁ ମେସୋପଟାମିଆର ଏବ୍ରୀମାନଙ୍କ ମଧ୍ୟରୁ ନିଜର ଘର ଛାଡ଼ି ଆସିବାକୁ କହିଲେ ଓ ପ୍ରତିଜ୍ଞା ଦେଇଥିବା କିଣାନ (ପାଲେଷ୍ଟାଇନ ମଧ୍ୟ କୁହାଯାଏ) ଦେଶ ଆଡ଼କୁ ନେଇ ଗଲେ। ବୃଦ୍ଧାବସ୍ଥାରେ ଅବ୍ରାହାମଙ୍କର ଇସହାକ ନାମକ ପୁତ୍ରଟିଏ ଜାତ ହେଲା। ଇସହାକଙ୍କର ଯାକୁବ ନାମରେ ପୁତ୍ରଟିଏ ହେଲା। ଯାକୁବ (ଇସ୍ରାଏଲ ମଧ୍ୟ କୁହାଯାଏ) ତାଙ୍କର ବାର ଜଣ ପୁତ୍ର ଓ ଗୋଟିଏ କନ୍ୟା ଥିଲେ। ଏହି ପରିବାରଟି ଏମାନେ ଇସ୍ରାଏଲର ବାରଟି ଗୋଷ୍ଠୀ ବା ପରିବାର ଦଳ ବୋଲି କହୁଥିଲେ। ଏହି ଗୋଷ୍ଠୀଗୁଡ଼ିକ ଯାକୁବର ବାର ଜଣ ପୁତ୍ରଙ୍କର ବଂଶଜ ଥିଲେ। ସେହି ବାର ଜଣ ପୁତ୍ର ଥିଲେ ରୁବେନ, ଶିମିୟୋନ, ଲେବୀ, ଯିହୁଦା, ମନଶି, ନପ୍ତାଲୀ, ଗାଦ୍, ଆସେର, ଇଷାଖର, ସବୂଲୂନ, ଯୋସେଫ ଓ ବିନ୍ୟାମୀନ। ଅବ୍ରାହାମ, ଇସହାକ ଓ ଯାକୁବ (ଇସ୍ରାଏଲ), ଇସ୍ରାଏଲର ପୂର୍ବଜ ବା ମୁଖିଆଗଣ ହିସାବରେ ଜଣାଶୁଣା।
ଅବ୍ରାହାମ ଆଉ ଗୋଟିଏ ଦୃଷ୍ଟିରୁ ମଧ୍ୟ ପିତା ଅଟନ୍ତି ପ୍ରାଚୀନ ଇସ୍ରାଏଲରେ ପରମେଶ୍ୱର କେତେକ ବିଶେଷ ଲୋକଙ୍କୁ ନିଜର ପ୍ରବକ୍ତା ହିସାବରେ ବାଛିଥିଲେ। ଏହି ପ୍ରବକ୍ତାଗଣ ବା ଭବିଷ୍ୟଦ୍ ବକ୍ତା, ଲୋକମାନଙ୍କ ପାଖରେ ପରମେଶ୍ୱରଙ୍କ ପ୍ରତିନିଧି ଥିଲେ। ଏହି ଭବିଷ୍ୟଦ୍ ବକ୍ତାମାନଙ୍କ ଦ୍ୱାରା ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କୁ ପ୍ରତିଜ୍ଞା, ଚେତାବନୀ, ବ୍ୟବସ୍ଥା, ଶିକ୍ଷା (ଉପଦେଶ), ଅନୁଭବ ଆଧାରିତ ଶିକ୍ଷା ଓ ଭବିଷ୍ୟତ ଘଟଣାଗୁଡ଼ିକର କଥା, ଇତ୍ୟାଦି ଦେଇଥିଲେ। ପବିତ୍ର ବାଇବଲରେ ଲିଖିତ ଯେ, ଅବ୍ରାହାମ ହେଉଛନ୍ତି ପ୍ରଥମ “ଏବ୍ରୀ” ଭବିଷ୍ୟଦ୍ ବକ୍ତା।
ଦାସତ୍ୱରୁ ଇସ୍ରାଏଲର ମୁକ୍ତି
ଯାକୁବ (ଇସ୍ରାଏଲ)ର ପରିବାର ବଢ଼ି ଗ୍ଭଲିଲା, ସେଥିରେ ପ୍ରାୟ 70ଟି ଯାକୁବଙ୍କ ନିଜ ବଂଶ ସାମିଲ ହୋଇ ରହିଥିଲେ। ତାହାଙ୍କର ଜଣେ ପୁତ୍ରର ନାମ ଥିଲା ଯୋସେଫ। ସେ ମିଶର ଦେଶର ଜଣେ ଉଚ୍ଚ ପଦାଧିକାରୀ ଥିଲେ। କଠିନ ସମୟ ଥିବାରୁ ଯାକୁବ ଓ ତାହାଙ୍କର ପରିବାର ମିଶର ଦେଶକୁ ଗ୍ଭଲିଗଲେ, କାରଣ ସେଠାରେ ଖାଇବା ପିଇବା ପାଇଁ ଯଥେଷ୍ଟ ଥିଲା ଓ ଜୀବନ ଅଧିକ ସୁବିଧାପୂର୍ଣ୍ଣ ଥିଲା। ଏବ୍ରୀୟମାନଙ୍କର ଏହି ଛୋଟ ଗୋଷ୍ଠୀଟି, ଗୋଟିଏ ଛୋଟ ଜାତି ରୂପରେ ପ୍ରକାଶିତ ହେଲା। ଫାରୋ ମିଶର ଦେଶର ରାଜା, ଏମାନଙ୍କୁ ଦାସ କରି ନେଲେ। ‘ଯାତ୍ରା ପୁସ୍ତକ’ରେ ବିବରଣ ଅଛି ଯେ, କିପରି ଦୀର୍ଘ 400 ବର୍ଷ ପରେ ପରମେଶ୍ୱର ଭବିଷ୍ୟଦ୍ ବକ୍ତା ମୋଶାଙ୍କୁ ପଠାଇ ଇସ୍ରାଏଲର ଲୋକମାନଙ୍କୁ ଦାସତ୍ୱରୁ ମୁକ୍ତ କଲେ ଓ ମୋଶା ସେମାନଙ୍କୁ ପାଲେଷ୍ଟାଇନକୁ ଫେରାଇ ଆଣିଲେ, ଏହି ମୁକ୍ତିର ମୂଲ୍ୟ ଅତି ଅଧିକ ଥିଲା, କିନ୍ତୁ ତାହା ମିଶର ଦେଶର ଲୋକମାନଙ୍କୁ ଦେବାକୁ ପଡ଼ିଲା। ଫାରୋ ଓ ମିଶର ଦେଶର ପ୍ରତ୍ୟେକ ପରିବାର ସେମାନଙ୍କର ପ୍ରଥମଜାତ ପୁତ୍ରକୁ ହରେଇଲେ, ଶେଷରେ ଫାରୋ ଇସ୍ରାଏଲର ଲୋକମାନଙ୍କୁ ମୁକ୍ତ କରିବା ପାଇଁ ରାଜି ହେଲେ। ଏହି ଲୋକମାନେ ମୁକ୍ତ ହେବେ ବୋଲି ପ୍ରଥମଜାତ ସନ୍ତାନମାନଙ୍କୁ ମରିବାକୁ ହେଲା। ପରେ ଇସ୍ରାଏଲର ଲୋକେ ନିଜର ଉପାସନା ଓ ବଳିପ୍ରଥାରେ ଉକ୍ତ ଘଟଣାକୁ ନାନା ଭାବରେ ସ୍ମରଣରେ ରଖି ଗ୍ଭଲିଲେ।
ଇସ୍ରାଏଲର ଲୋକେ ନିଜର ମୁକ୍ତି ପ୍ରଥା ପାଇଁ ପ୍ରସ୍ତୁତ ଥିଲେ। ସେମାନେ ବସ୍ତ୍ର ପିନ୍ଧି ମିଶର ଦେଶରୁ ପଲାଇ ଯିବା ଲାଗି ପ୍ରସ୍ତୁତ ହୋଇଥିଲେ। ପ୍ରତ୍ୟେକ ପରିବା ଗୋଟିଏ ମେଷଶାବକକୁ କାଟି ତାହାକୁ ପୋଡ଼ିଲେ। ପ୍ରତ୍ୟେକ ପରିବାର ପରମେଶ୍ୱରଙ୍କ ପାଇଁ ଗୋଟିଏ ବିଶେଷ ଚିହ୍ନ ରୂପରେ, ନିଜ ଘରର ଦ୍ୱାର-ବନ୍ଧରେ ମେଷଶାବକର ରକ୍ତ ଲଗାଇଲେ। ଶୀଘ୍ର ଶୀଘ୍ର ସେମାନେ ଖମିର ଦିଆ ହୋଇ ନ ଥିବା ରୋଟୀ ତିଆରି କଲେ ଓ ଖାଇଲେ। ସେହି ଦିନ, ରାତ୍ରିରେ ପରମେଶ୍ୱରଙ୍କ ସ୍ୱର୍ଗଦୂତ ସେହି ଦେଶ ଦେଇ ଗଲେ, ଯେଉଁ ଘରର ଦ୍ୱାର-ବନ୍ଧରେ ମେଷଶାବକର ରକ୍ତ ଲାଗି ନ ଥିଲା, ସେହି ପରିବାରର ପ୍ରଥମଜାତ ପୁତ୍ରର ମୃତ୍ୟୁ ହେଲା। ଇସ୍ରାଏଲର ଲୋକଙ୍କୁ ମୁକ୍ତି ମିଳିଲା, କିନ୍ତୁ ସେହି ଦାସମାନେ ମିଶର ଦେଶ ଛାଡ଼ିବାକୁ ଯିବା ବେଳେ, ଫାରୋଙ୍କ ମନ ବଦଳିଗଲା। ସେ ସେମାନଙ୍କୁ ଧରି ଫେରାଇ ଆଣିବା ଲାଗି ନିଜର ସୈନ୍ୟ ପ୍ରେରଣ କଲେ, କିନ୍ତୁ ପରମେଶ୍ୱର ନିଜ ଲୋକଙ୍କୁ ରକ୍ଷା କଲେ। ପରମେଶ୍ୱର ଲହିତ ସାଗରକୁ ଦୁଇ ଭାଗ କରି, ନିଜ ଲୋକଙ୍କୁ ମୁକ୍ତ କରିବା ପାଇଁ ଆର କୂଳକୁ ନେଇ ଗଲେ, ଓ ଅନୁଗମନ କରୁଥିବା ମିଶର ଦେଶର ସୈନ୍ୟମାନଙ୍କୁ ସେହିଠାରେ ସମାପ୍ତ କଲେ। ତାହା ପରେ ଆରବ ରାଷ୍ଟ୍ରଦ୍ୱୀପର କୌଣସି ଏକ ଜାଗାରେ, ସୀନୟ ମରୁଭୂମିସ୍ଥିତ ପର୍ବତଠାରେ, ପରମେଶ୍ୱର ସେହି ଲୋକମାନଙ୍କଠାରେ ଏକ ବିଶେଷ ଚୁକ୍ତି କଲେ।
ମୋଶାଙ୍କ ବ୍ୟବସ୍ଥା
ଇସ୍ରାଏଲର ଲୋକମାନଙ୍କୁ ପରମେଶ୍ୱର ରକ୍ଷା କରିବା ଦ୍ୱାରା ଓ ସୀନୟଠାରେ ହୋଇଥିବା ଚୁକ୍ତି ଦ୍ୱାରା ଏହି ଜାତିଟି ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଗଲା। ଏହି ଚୁକ୍ତିରେ ଇସ୍ରାଏଲର ଲୋକଙ୍କ ଲାଗି ପ୍ରତିଜ୍ଞା ଓ ବ୍ୟବସ୍ଥାଗୁଡ଼ିକ ରହିଥିଲା। ଚୁକ୍ତିର ଗୋଟିଏ ଅଂଶକୁ ‘ଦଶଆଜ୍ଞା’ କୁହାଯାଏ। ପରମେଶ୍ୱରଙ୍କ ଦ୍ୱାରା ଦୁଇଟି ପଥର ପଟାରେ ଲେଖା ହୋଇ ଏହି ଆଜ୍ଞାଗୁଡ଼ିକ ଲୋକମାନଙ୍କୁ ଦିଆଯାଇଥିଲା। ଏହି ଆଜ୍ଞାଗୁଡ଼ିକରେ ଇସ୍ରାଏଲର ଲୋକମାନେ ଯେଉଁ ମୌଳିକ ସିଦ୍ଧାନ୍ତ ଅନୁସାରେ ଜୀବନଯାପନ କରିବେ ଓ ନିଜ ପରିବାର ଓ ସମାଜରେ ବସବାସ କରୁଥିବା ଅନ୍ୟ ଲୋକମାନଙ୍କ ସହିତ ଆଗ୍ଭର ବ୍ୟବହାର କର୍ତ୍ତବ୍ୟ ପାଳନ କରିବେ, ସେଗୁଡ଼ିକ ଲେଖା ଥିଲା। ପରବର୍ତ୍ତୀ କାଳରେ ସୀନୟ ପର୍ବତଠାରେ ଦଆଯାଇଥିବା ଏହି ଆଜ୍ଞାଗୁଡ଼ିକ ଓ ଆଗ୍ଭର ବ୍ୟବହାର ଅନ୍ୟ ନିୟମଗୁଡ଼ିକ ‘ମୋଶାଙ୍କ ନିୟମ’ ନାମରେ ବା କେବଳ ‘ବ୍ୟବସ୍ଥା’ ନାମରେ ପ୍ରସିଦ୍ଧ ହେଲା। ଅନେକ ସମୟରେ ଏହି ଶବ୍ଦଗୁଡ଼ିକ ପବିତ୍ର ବାଇବଲର ପ୍ରଥମ ପାଞ୍ଚୋଟି ପୁସ୍ତକ ଓ ପ୍ରାୟ ସମ୍ପୂର୍ଣ୍ଣ ‘ପୁରାତନ ନିୟମ’ ପାଇଁ ମଧ୍ୟ ବ୍ୟବହାର ହୁଏ।
ଦଶ ଆଜ୍ଞା ଓ ଆଚରଣର ଅନ୍ୟ ନିୟମ ବ୍ୟତୀତ ‘ମୋଶାଙ୍କ ବ୍ୟବସ୍ଥା’ରେ ଯାଜକମାନଙ୍କ ପାଇଁ ବଳିଦାନ, ଉପାସନା ଓ ପବିତ୍ର ଦିନମାନଙ୍କ ବିଷୟରେ ନିୟିମମାନ ରହିଛି। ଏହି ନିୟମଗୁଡ଼ିକ ‘ଲବୀୟ ପୁସ୍ତକ’ରେ ମିଳେ। ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସବୁ ଯାଜକ ଓ ତାହାଙ୍କର ସାହାଯ୍ୟକାରୀ ‘ଲେବୀ’ ଗୋଷ୍ଠୀର ଥିଲେ। ସେମାଙ୍କୁ ଲେବୀୟ ବୋଲି କୁହାଯାଉଥିଲା।
ଏହି ବ୍ୟବସ୍ଥାରେ ପବିତ୍ର ତମ୍ବ ବା ସମାଗମ ତମ୍ବୁ ନିର୍ମାଣ ବିଷୟରେ ଓ ଇସ୍ରାଏଲର ଲୋକଙ୍କ ଦ୍ୱାରା ପରମେଶ୍ୱରଙ୍କ ଉପାସନାସ୍ଥଳ ବିଷୟରେ ନିୟମମାନ ସମ୍ମିଳିତ। ପରମେଶ୍ୱର ଙ୍କ ଉପାସନା କାମରେ ଲାଗୁଥିବା ବିଷୟଗୁଡ଼ିକୁ ପ୍ରସ୍ତୁତ କରିବା ନିମନ୍ତେ ନିୟମମାନ ମଧ୍ୟ ଏଥିରେ ଉଲେଖ ଅଛି। ଏହି ବ୍ୟବସ୍ଥା ଇସ୍ରାଏଲର ଲୋକଙ୍କୁ ଯିରୁଶାଲମର ସିୟୋନ ପର୍ବତଠାରେ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ କଲା। ପରେ ପରମେଶ୍ୱରଙ୍କ ଉପାସନା ପାଇଁ ଲୋକେ ସେଠାକୁ ଯିବେ। ବଳି ଓ ଉପାସନାର ନିୟମଗୁଡ଼ିକ ଇସ୍ରାଏଲବାସୀମାନେ ଜାଣିବା ପାଇଁ ଏହା ବାଧ୍ୟ କଲା ଯେ, ସେମାନେ ପରସ୍ପର ଓ ପରମେଶ୍ୱର ପ୍ରତି ପାପ କରୁଛନ୍ତି। କିନ୍ତୁ ଉକ୍ତ ନିୟମଗୁଡ଼ିକ ଲୋକମାନଙ୍କୁ କ୍ଷମା ପାଇବା ପାଇଁ ଉପାୟ ଓ ପରସ୍ପର ଏକଆରେକ ସହିତ ଓ ପରମେଶ୍ୱରଙ୍କ ସହିତ ପୁନଃ ମିଳିଯିବାର ଉପାୟ ମଧ୍ୟ ପ୍ରଦାନ କରେ। ଏହି ବଳିଗୁଡ଼ିକ ଦ୍ୱାରା ସମଗ୍ର ଜାତି ଲାଗି ଯେଉଁ ବଳି ଭବିଷ୍ୟତରେ ପ୍ରସ୍ତୁତ କରିବାକୁ ଯାଉଥିଲେ, ତାହାକୁ ମଧ୍ୟ ଠିକ୍ ଭାବରେ ବୁଝିବା ପାଇଁ ସୁଯୋଗ ପ୍ରଦାନ କଲେ।
ଏହି ବ୍ୟବସ୍ଥାରେ ପବିତ୍ର ଦିନଗୁଡ଼ିକ ଓ ପର୍ବଗୁଡ଼ିକ ପାଳନ ବିଷୟକ ନିୟମାବଳୀ ଅନ୍ତର୍ଭୁକ୍ତ ଥିଲା। ପ୍ରତ୍ୟେକ ପର୍ବର କିଛି ବିଶେଷ ମହତ୍ତ୍ୱ ଥିଲା। କେତେକ ପର୍ବ ବର୍ଷ ପରେ ବର୍ଷ ଉଲାସର ଦିନ ଭାବେ ପାଳିତ ହେଉଥିଲା। ଉଦାହରଣ ସ୍ୱରୂପ ପ୍ରଥମ ଫସଲ ଆମଦାନୀର ପର୍ବ, ‘ସାବତ୍’ ପେଣ୍ଟିକଷ୍ଟ ବା ସପ୍ତାହଗୁଡ଼ିକର ପର୍ବ ଓ ‘ସୁକତ’ କୁଟିର ବାସର ପର୍ବ।
କେତେକ ପର୍ବ ଏପରି ଥିଲା ଯେଉଁଗୁଡ଼ିକୁ ପରମେଶ୍ୱରଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାମର ସ୍ମରଣ ପାଇଁ ପାଳନ କରାଯାଉଥିଲା। ‘ନିସ୍ତାର ଭୋଜି’ର ପର୍ବ ଏହିପରି ଗୋଟିଏ ପର୍ବ ଥିଲା। ପ୍ରତ୍ୟେକ ପରିବାର ମିଶର ଦେଶରୁ ରକ୍ଷା (ମୁକ୍ତି) ପାଇବା ଘଟଣାକୁ ପୁଣ ଥରେ ମନେ ପକାଇବାକୁ ଏହି ପର୍ବ ପାଳନ କରୁଥିଲେ। ଏଥିରେ ଲୋକେ ପରମେଶ୍ୱରଙ୍କ ସ୍ତୁତି ଗାନ କରନ୍ତି। ଗୋଟିଏ ମେଷଶାବକକୁ ମାରି ଭୋଜନ ପ୍ରସ୍ତୁତ କରାଯାଏ। ଦ୍ରାକ୍ଷରସ ଓ ଭୋଜନର ପ୍ରତ୍ୟେକ ଅଂଶ ଲୋକମାନଙ୍କୁ ମନେ ପକାଇ ଦିଏ। କିପରି ପରମେଶ୍ୱର ସେମାଙ୍କୁ ଦୁଃଖ ଓ କଷ୍ଟର ଜୀବନରୁ ମୁକ୍ତି ପ୍ରଦାନ କରିଥିଲେ। ଅନ୍ୟ କେତେକ ପର୍ବ ଗଭୀର ଭାବରେ ପାଳନ କରାଯାଉଥିଲା। ପ୍ରତି ବର୍ଷ ‘ପ୍ରାୟଶ୍ଚିତ ଦିନ’ରେ ଲୋକେ ନିଜ ଦ୍ୱାରା ଅନ୍ୟମାନଙ୍କ ଓ ପରମେଶ୍ୱରଙ୍କ ପ୍ରତି କରାଯାଇଥିବା ମନ୍ଦକର୍ମଗୁଡ଼ିକୁ ମନେ ପକାଉଥିଲେ। ଏହି ଦିନଟି ଦୁଃଖର ଦିନ ଥିଲା ଓ ଲୋକେ କିଛି ଖାଉ ନ ଥିଲେ। ମହାଯାଜକ ସେମାନଙ୍କ ସମସ୍ତ ପାପଗୁଡ଼ିକୁ କ୍ଷମା କରିବା ବା ପ୍ରାୟଶ୍ଚିତ କରିବା ପାଇଁ ବିଶେଷ ବଳି ପ୍ରଦାନ କରୁଥିଲେ।
‘ପୁରାତନ ନିୟମ’ର ଲେଖକମାନଙ୍କ ପାଇଁ ପରମେଶ୍ୱର ଓ ଇସ୍ରାଏଲବାସୀଙ୍କ ଭିତରେ ହୋଇଥିବା ଚୁକ୍ତିର ବହୁତ ମହତ୍ତ୍ୱ ରହିଥିଲା। ଭବିଷ୍ୟଦ୍ ବକ୍ତାମାନଙ୍କର ସମସ୍ତ ପୁସ୍ତକ ଓ ପବିତ୍ର ଲେଖକମାନ ଏହି ତଥ୍ୟ ଉପରେ ଆଶ୍ରିତ ଯେ ଇସ୍ରାଏଲ ଜାତି ଓ ଇସ୍ରାଏଲର ପ୍ରତ୍ୟେକ ନାଗରିକ ନିଜ ପରମେଶ୍ୱରଙ୍କ ସହିତ ଅତି ବିଶିଷ୍ଟ ଚୁକ୍ତି କରିଥିଲା। ଏହାକୁ ସେମାନେ ‘ପରମେଶ୍ୱରଙ୍କ ଚୁକ୍ତି’ ବ କେବଳ ‘ଚୁକ୍ତି’ ବୋଲି କହୁଥିଲେ। ସେମାନଙ୍କର ଇତିହାସର ପୁସ୍ତକଗୁଡ଼ିକ ଏହି ‘ଚୁକ୍ତି’ର ପ୍ରକାଶରେ ଘଟଣାଗୁଡ଼ିକର ଅର୍ଥ ଗ୍ରହଣ କରେ। ଯଦି ବ୍ୟକ୍ତିଅଥବା ଦାତି ପରମେଶ୍ୱରଙ୍କ ଚୁକ୍ତି ପ୍ରତି ବିଶ୍ୱାସୀ, ତାହାହେଲେ ପରମେଶ୍ୱର ସେମାନଙ୍କୁ ପୁରସ୍କୃତ କରୁଥିଲେ। ଯଦି ଲୋକେ ଚୁକ୍ତିର ବିରୋଦ୍ଧ କରୁଥିଲେ, ତାହାହେଲେ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଉଥିଲେ। ପରମେଶ୍ୱରଙ୍କ ସହିତ ହୋଇଥିବା ଚୁକ୍ତିକୁ ମନେ ପକାଇ ଦେବାଲାଗି ସେ ନିଜର ଭବିଷ୍ୟଦ୍ ବକ୍ତାମାନଙ୍କୁ ପଠାଉଥିଲେ। ଇସ୍ରାଏଲର ଲେଖକଗଣ, ପରମେଶ୍ୱରଙ୍କ ଦ୍ୱାରା ନିଜର ଆଜ୍ଞାକାରୀ ଲୋକମାନଙ୍କ ପାଇଁ କରାଯାଇ ଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକର ଗୀତ ଗାଇଲେ ଓ ଯେଉଁମାନେ ପରମେଶ୍ୱରଙ୍କୁ ମାନିଲେ ନାହିଁ, ସେମାନଙ୍କର ଦଣ୍ଡ ଓ କଷ୍ଟ ପାଇଁ ଶୋକଗୀତ ଗାଇଲେ। ‘ଚୁକ୍ତି’ର ଶିକ୍ଷାନୁସାରେ ଏହି ଲେଖକମାନେ ଉଚିତ ଓ ଅନୁଚିତ ବିଷୟରେ ନିଜର ଧାରଣା ଆଧାରିତ କଲେ। ଯେତେବେଳେ ଧାର୍ମିକ ହୃଦୟ ଲୋକେ କଷ୍ଟ ଭୋଗ କରୁଥିଲେ, ସେତେବେଳେ ଲେଖକଗଣ ବୁଝିବାକୁ ଯତ୍ନ କରୁଥିଲେ ଯେ ଏପରି କାହିଁକି ହେଲା?
ଇସ୍ରାଏଲର ରାଜ୍ୟ
ପ୍ରାଚୀନ ଇସ୍ରାଏଲର କଥା ହେଲା: ଲୋକମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କରିବା, ପରମେଶ୍ୱରଙ୍କ ଦ୍ୱାରା ସେମାନଙ୍କୁ ରକ୍ଷା (ମୁକ୍ତ) କରିବା, ସେମାନଙ୍କର ପରମେଶ୍ୱରଙ୍କ ଆଡ଼କୁ ଫେରିବା ଓ ପୁନଃ ମେସାନଙ୍କର ପରମେଶ୍ୱରଙ୍କୁ ଭୁଲିଯିବାର କାହାଣୀ। ଲୋକମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ଚୁକ୍ତି ସ୍ୱୀକାର କରିବା ଠକ୍ ପରେ ପରେ ଏହି କଥାଚକ୍ର ଆରମ୍ଭ ହୋଇଯାଇଥିଲା ଓ ଏହା ବାରମ୍ବାର ଘଟୁଥିଲା। ସିନୟ ପର୍ବତଠାରେ ଇସ୍ରାଏଲର ଲୋକେ ପରମେଶ୍ୱରଙ୍କୁ ଅନୁସରଣ କରିବା ପାଇଁ ସ୍ୱୀକାର କରିଥିଲେ, ତା’ପରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ, ଏହାର ଫଳ ସ୍ୱରୂପେ ସେମାଙ୍କୁ ମରୁଭୂମିରେ 40 ବର୍ଷ ଧରି ବୁଲିବାକୁ ପଡ଼ିଥିଲା। ଶେଷରେ ମୋଶାଙ୍କ ସାହାଯ୍ୟକାରୀ ଯିହୋଶୂୟ, ଲୋକମାନଙ୍କୁ ପ୍ରତିଜ୍ଞା କରିଥିବା ଭୂଭାଗ ଆଡ଼କୁ ଆଗେଇ ନେଲେ। ଏହା ଏକ ଆଂଶିକ ବିଜୟ ଥିଲା। ଇସ୍ରାଏଲକୁ ଆଂଶିକ ଭାବରେ ବସତି କରାଯାଇଥିଲା। ଏହି ବସତି ସ୍ଥାପନ ପରେ, ପ୍ରଥମ କେତେକ ଶତାବ୍ଦୀ ଧରି ଲୋକମାନେ ‘ବିଗ୍ଭରକର୍ତ୍ତା’ ନାମରେ ସ୍ଥାନୀୟ ନେତାମାନଙ୍କ ଦ୍ୱାରା ଶାସିତ ହୋଇଥିଲେ।
ପରବର୍ତ୍ତିକାଳରେ ଏପରି ସମୟ ଆସିଲା ଯେ, ଲୋକେ ଜଣେ ରାଜା ଗ୍ଭହିଁଲେ। ଶାଉଲ ପ୍ରଥମ ରାଜା ଥିଲେ। ଶାଉଲ ପରମେଶ୍ୱରଙ୍କୁ ମାନିଲେ ନାହିଁ। ଅତଏବ ପରମେଶ୍ୱର ଦାଉଦ ନାମକ ଜଣେ ମେଷ ପାଳକ ବାଳକକୁ ରାଜା ହେବା ପାଇଁ ବାଛିଲେ। ଭବିଷ୍ୟଦ୍ ବକ୍ତା ଆସି ତାଙ୍କର ମସ୍ତକ ଉପରେ ତେଲ ଢାଳି, ଇସ୍ରାଏଲର ରାଜା ଭାବରେ ତାହାଙ୍କୁ ଅଭିଷେକ କଲେ। ପରମେଶ୍ୱର ଦାଉଦଙ୍କୁ ପ୍ରତିଜ୍ଞା ଦେଲେ ଯେ ଯିହୂଦା ଜାତିର ବଂଶର ଲୋକେ, ଭବିଷ୍ୟତରେ ଇସ୍ରାଏଲର ରାଜା ହେବେ। ଦାଉଦ ଯିରୁଶାଲମ ନଗରକୁ ଜୟ କଲେ, ତାହାକୁ ନିଜର ରାଜଧାନୀ କଲେ ଏବଂ ଭବିଷ୍ୟତରେ ମନ୍ଦିର ନିର୍ମାଣ ପାଇଁ ସ୍ଥାନ ଭାବରେ ସ୍ଥିର କଲେ। ସେ ମନ୍ଦିର ସେବା ଉପାସନା ପାଇଁ ଯାଜକ, ଭବିଷ୍ୟଦ୍ ବକ୍ତା, ଗୀତ ଲେଖକ, ସଙ୍ଗୀତକାର ଓ ଗାୟକମାନଙ୍କୁ ସଂଗଠିତ କଲେ। ଦାଉଦ ନିଜେ ମଧ୍ୟ ଅନେକ ଗୀତଗୁଡ଼ିକ ଲେଖିଲେ, କିନ୍ତୁ ପରମେଶ୍ୱର ତାହାଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ସୁଯୋଗ ଦେଲେ ନାହିଁ।
ଦାଉଦ ଯେତେବେଳେ ବୃଦ୍ଧ ହେଲେ ଓ ମୃତ୍ୟୁବରଣ କରିବାକୁ ଯାଉଥିଲେ, ସେତେବେଳେ ସେ ନିଜର ପୁଅ ଶଲୋମନକୁ ଇସ୍ରାଏଲର ରାଜା କଲେ। ଦାଉଦ ନିଜ ପୁଅକୁ ତାଗିଦ କଲେ ଯେ, ସେ ଯେପରି ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରିବ ଓ ଚୁକ୍ତି (ପ୍ରତିଜ୍ଞା)ର ପାଳନ କରୁଥିବ। ରାଜା ହେଲା ପରେ ଶଲୋମନ ମନ୍ଦିର ନିର୍ମାଣ କଲେ ଓ ଇସ୍ରାଏଲର ସୀମା ବିସ୍ତାର କଲେ। ସେହି ସମୟରେ ଉନ୍ନତି ଓ ବୈଭବର ଚରମ ସୀମାରେ ପହଞ୍ଚି ଯାଇଥିଲା। ଶଲୋମନ ପ୍ରସିଦ୍ଧ ହେଲେ। ଇସ୍ରାଏଲ ଖୁବ୍ ଶକ୍ତିଶାଳୀ ହେଲା।
ଯିହୂଦା ଓ ଇସ୍ରାଏଲ ବିଭାଜିତ ରାଜ୍ୟ
ଶଲୋମନର ମୃତ୍ୟୁ ପରେ ସେଠାରେ ଗୃହ ବିବାଦ ଲାଗିଲା ଓ ଜାତି ବିଭାଜିତ ହୋଇଗଲା। ଉତ୍ତରର ଦଶଟି ଗୋଷ୍ଠୀ ନିଜକୁ ଇସ୍ରାଏଲ କହିଲେ। ଦକ୍ଷିଣର ଗୋଷ୍ଠୀ ନିଜକୁ ଯିହୂଦା କହିଲେ। (ଆଜିର ‘ଯିହୂଦୀ’ ଶବ୍ଦ ଏହି ନାମରୁ ଜନ୍ମ ନେଇଛି) ଯିହୁଦା ‘ଚୁକ୍ତି’ ପ୍ରତି ନିଷ୍ଠାବାନ ରହିଲା ଓ ଦାଉଦଙ୍କ ବଂଶ ଯିରୁଶାଲମଠାରେ, ଯିହୁଦାର ପରାଜୟ ହେବା ଓ ସେମାନଙ୍କୁ ବାବିଲୋନର ଲୋକମାନେ ଦେଶରୁ ତଡ଼ି ଦେବା ପର୍ଯ୍ୟନ୍ତ ଶାସନ କଲା।
ଚୁକ୍ତିର ପାଳନ କରୁ ନ ଥିବାରୁ (ଉତ୍ତରର ରାଜ୍ୟ ଇସ୍ରାଏଲଠାରେ ଅନେକଗୁଡ଼ିଏ ରାଜବଂଶ ଆସିଲେ ଓ ଗ୍ଭଲିଗଲେ) ଭିନ୍ନ ଭିନ୍ନ ସମୟରେ ଇସ୍ରାଏଲର ରାଜାମାନେ ଅନେକଗୁଡ଼ିଏ ନଗରରେ ନିଜର ରାଜଧାନୀ ସ୍ଥାପନ କଲେ। ଏଗୁଡ଼କ ମଧ୍ୟରୁ ଶେଷ ରାଜଧାନୀ ଥିଲା ଶମରିଆ। ଇସ୍ରାଏଲର ରାଜାମାନେ ପ୍ରଜାମାନଙ୍କୁ ନିୟନ୍ତ୍ରଣରେ ରଖିବା ଲାଗି ପରମେଶ୍ୱରଙ୍କ ଉପାସନାର ଢଙ୍ଗ ପରିବର୍ତ୍ତିତ କରି ଦେଇଥିଲେ, ସେମାନେ ନୂତନ ଯାଜକମାନଙ୍କୁ ବାଛିଲେ ଓ ଦୁଇଟି ନୂତନ ମନ୍ଦିର ନିର୍ମାଣ କରିଥିଲେ: ଗୋଟିଏ ଇସ୍ରାଏଲର ଉତ୍ତର ସୀମା ଦାନ୍ଠାରେ ଓ ଅନ୍ୟଟି ଇସ୍ରାଏଲ ଓ ଯିହୂଦାର ସୀମା ବେଥଲଠାରେ। ଇସ୍ରାଏଲ ଓ ଯିହୂଦା ମଧ୍ୟରେ ଅନେକଗୁଡ଼ିଏ ଯୁଦ୍ଧ ହୋଇଥିଲା।
ଗୃହଯୁଦ୍ଧ ଓ ଅଶାନ୍ତି କାଲରେ ପରମେଶ୍ୱର ଅନେକ ଭବିଷ୍ୟଦ୍ ବକ୍ତାଙ୍କୁ ଯିହୂଦା ଓ ଇସ୍ରାଏଲକୁ ପଠାଇଥିଲେ। ସେମାନଙ୍କ ଭିତରୁ କେତେକ ଭବିଷ୍ୟଦ୍ ବକ୍ତା ଯାଜକ, କେତେକ ଗ୍ଭଷୀ, କେତେକ ରାଜାଙ୍କର ପରାମର୍ଶଦାତା ଓ କେତେକ ଅତ୍ୟନ୍ତ ସାଧାରଣ ଜୀବନଯାପନ କରୁଥିବା ଲୋକ ଥିଲେ। କେତେଜଣ ଭବିଷ୍ୟଦ୍ ବକ୍ତା ନିଜର ଶିକ୍ଷା ଓ ଭବିଷ୍ୟଦ୍ବାଣୀଗୁଡ଼ିକୁ ଲେଖିଛନ୍ତ ଓ ଅନେକ ଲେଖି ନାହାନ୍ତି। କିନ୍ତୁ ସମସ୍ତ ଭବିଷ୍ୟଦ୍ ବକ୍ତା ନ୍ୟାୟ ଓ ସତ୍ୟର ଶକ୍ଷା ଦେଇଛନ୍ତି ଓ ସାହାଯ୍ୟ ପାଇଁ ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବା କଥା କହିଛନ୍ତି।
ଅନେକ ଭବିଷ୍ୟଦ୍ ବକ୍ତା ଚେତାବନୀ କରି ଦେଇଥିଲେ ଯେ, ଯଦି ଲୋକେ ପରମେଶ୍ୱରଙ୍କ ଆଡ଼କୁ ଫରି ନ ଯିବେ, ତାହାହେଲେ ପରାଜିତ ହୋଇ ଛିନ୍ନ ଭିନ୍ନ ହୋଇଯିବେ। ଏହି ଭବିଷ୍ୟଦ୍ ବକ୍ତାମାନଙ୍କ ଭିତରୁ କେତେ ଜଣ ଭବିଷ୍ୟତର ଗୌରବ ଓ ଭବିଷ୍ୟତର ଦଣ୍ଡଗୁଡ଼ିକର ଦିବ୍ୟଦର୍ଶନ ମଧ୍ୟ କରିଥିଲେ। ସେମାନଙ୍କ ଭିତରୁ ଅନେକ ଜଣ ଭବିଷ୍ୟଦ୍ ବକ୍ତା ରାଜ୍ୟର ଶାସନ କରିବା ପାଇଁ ଜଣେ ନୂତନ ରାଜା ଭବିଷ୍ୟତରେ ଆସୁଥିବା ବିଷୟର ପୂର୍ବ ଦର୍ଶନ ମଧ୍ୟ କରିଥିଲେ। କେତେଜଣ ଦେଖିଲେ ଯେ, ସେହି ରାଜା ଦାଉଦ ବଂଶଜ ହେବ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଏକ ନୂତନ ସ୍ୱର୍ଣ୍ଣମୟ ଜଗତ ଆଡ଼କୁ କଢ଼େଇ ନେବେ। ଏହି ରାଜା ଅନନ୍ତ ରାଜ୍ୟ ଉପରେ ସଦାକାଳ ଲାଗି ଶାସନ କରିବେ, ଓ ଅନ୍ୟ କେତେକ ତାହାଙ୍କୁ ସେବକ ରୂପରେ ଦେଖିଲେ ଯେ, ସେହି ସେବକ ଜଣକ ନିଜ ଲୋକମାନଙ୍କୁ ପରମେଶ୍ୱରଙ୍କ ଆଡ଼କୁ ଫେରାଇ ନେବା ପାଇଁ ଅନେକ ପ୍ରକାରର ଯାତନା ସହିବେ। କିନ୍ତୁ ସମସ୍ତେ ତାହାଙ୍କୁ ମଶୀହ ରୂପରେ ଦେଖିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ଅଭିଷିକ୍ତ ଓ ନୂତନ ଯୁଗ ଆଣିବେ।
ଇସ୍ରାଏଲ ଓ ଯିହୂଦାର ବିନାଶ
ଇସ୍ରାଏଲର ଲୋକେ ପରମେଶ୍ୱରଙ୍କ ସତର୍କତା ନ ଶୁଣିବା ଯୋଗୁଁ 722/721 ଖ୍ରୀଷ୍ଟ ପୂର୍ବରେ ଆକ୍ରମଣକାରୀ ଅଶୂରୀୟମାନଙ୍କ ଦ୍ୱାରା ଶମରିଆ ପରାଜିତ ହେଲା। ଇସ୍ରାଏଲର ଲୋକମାନଙ୍କୁ ସେମାନଙ୍କର ଘରୁ କାଢ଼ି ନିଆ ଯାଇ ସମଗ୍ର ଅଶୂରୀୟ ରାଜ୍ୟରେ ଖେଳେଇ ଦିଆହେଲା, ଯିହୂଦାରେ ନିଜର ଭାଇ ଓ ଭଉଣୀମାନଙ୍କଠାରୁ ସେମାନେ ସଦାସର୍ବଦା ପାଇଁ ଦୂର ହୋଇଗଲେ। ପରେ ଅନ୍ୟ ଦେଶରୁ ଲୋକମାନଙ୍କୁ ଆଣି, ଇସ୍ରାଏଲର ଭୂମିରୁ ଅଶୂରୀୟମାନେ ପୁନଃ ବାସ କଲେ। ଏହି ଲୋକମାନଙ୍କୁ ଯିହୂଦା ଓ ଇସ୍ରାଏଲର ଧର୍ମର ଶିକ୍ଷା ଦିଆହେଲା ଓ ସେମାନଙ୍କ ଭିତରୁ ଅନେକ ଲୋକ ‘ଚୁକ୍ତି’ର ଅନୁସରଣ କରିବା ପାଇଁ ଚେଷ୍ଟା କଲେ। ଏହା ଲୋକମାନଙ୍କୁ ଶମିରୋଣୀୟ ନାମରେ ଅଭିହିତ କରାହେଲା। ଅଶୂରୀୟ ଲୋକେ ଯିହୂଦା ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କଲେ। ଅନେକ ନଗରୀ ଆକ୍ରମଣକାରୀଙ୍କ ଆଗରେ ହାରିଗଲେ କିନ୍ତୁ ଯିରୁଶାଲମକୁ ପରମେଶ୍ୱର ରକ୍ଷା କଲେ। ଅଶୂରୀୟର ପରାଜିତ ରାଜା ନିଜ ମାତୃଭୂମିକୁ ଫେରିଗଲା ଓ ସେଠାରେ ତାର ଦୁଇ ପୁତ୍ର ତାହାକୁ ମାରି ଦେଲେ। ଏହିପରି ଯିହୂଦା ରକ୍ଷା ପାଇଲା।
ଅଳ୍ପ ସମୟ ପାଇଁ ଯିହୂଦାର ଲୋକେ ମନ ପରିବର୍ତ୍ତନ କଲେ। ସେମାନେ ଅଳ୍ପ ସମୟ ପାଇଁ ପରମେଶ୍ୱରଙ୍କ ଆଜ୍ଞା ମାନିଲେ, କିନ୍ତୁ ଶେଷରେ ସେମାନେ ମଧ୍ୟ ହାରିଗଲେ ଓ ଛିନ୍ନ ଭିନ୍ନ ହୋଇଗଲେ। ବାବିଲୋନର ଶକ୍ତି ବଢ଼ିଲା ଓ ସେମାନେ ଯିହୂଦା ଉପରେ ଆକ୍ରମଣ କଲେ। ପ୍ରାରମ୍ଭରେ ସେମାନେ ଅଳ୍ପ କେତେକ ମହତ ଲୋକଙ୍କୁ ବନ୍ଦୀ ରୂପରେ ନେଇଗଲେ। କିନ୍ତୁ କେତେକ ବର୍ଷ ପରେ 587/586 ଖ୍ରୀଷ୍ଟପୂର୍ବରେ, ସେମାନେ ଯିରୁଶାଲମ ଓ ମନ୍ଦିରକୁ ନଷ୍ଟ କରିବା ପାଇଁ ପୁନଃ ଫେରିଲେ। କେତେଲୋକ ମିସରକୁ ପଳାଇଲେ, କିନ୍ତୁ ଅଧିକ ସଂଖ୍ୟକ ଲୋକଙ୍କୁ ବନ୍ଦୀ ରୂପରେ ବାବିଲୋନକୁ ନିଆଗଲା। ପୁଣି ପରମେଶ୍ୱର ଲୋକମାନଙ୍କ ପାଖକୁ ଭବିଷ୍ୟଦ୍ ବକ୍ତାମାନଙ୍କୁ ପଠାଇଲେ, ଓ ଲୋକମାନେ ଶୁଣିବାରେ ମନ ଦେଲେ। ଜଣା ପଡ଼ିଲା ଯେ ମନ୍ଦିର ଓ ଯିରୁଶାଲମର ବିନାଶ ଏବଂ ବାବିଲୋନରେ ଲୋକମାନଙ୍କ ନିର୍ବାସନ ଦ୍ୱାରା, ଲୋକମାନଙ୍କ ଭିତରେ ପ୍ରକୃତ ପରିବର୍ତ୍ତନ ଆସିଲା। ଭବିଷ୍ୟଦ୍ ବକ୍ତାମାନେ ନୂତନ ରାଜା ଓ ତାହାଙ୍କର ରାଜ୍ୟ ବିଷୟରେ କହିବା ଆରମ୍ଭ କଲେ। ସେମାନଙ୍କ ଭିତରେ ଜଣେ ଭବିଷ୍ୟଦ୍ ବକ୍ତା ଯିରିମିୟ ଗୋଟିଏ ନୂତନ ଚୁକ୍ତି ବିଷୟରେ ମଧ୍ୟ କହିଲେ। ଏହି ନୂତନ ଚୁକ୍ତି ପଥରପଟା ଉପରେ ଲେଖା ନ ଯାଇ ପରମେଶ୍ୱରଙ୍କର ଲୋକଙ୍କ ହୃଦୟରେ ଲେଖାଯାଇଥିଲା।
ପାଲେଷ୍ଟାଇନକୁ ଯିହୂଦୀମାନଙ୍କର ପ୍ରତ୍ୟାବର୍ତ୍ତନ
ଏହି ଭିତରେ କୋରସ ମାଦିୟ-ପାରସିକ ସମ୍ରାଟ ହେଲେ ଓ ବାବିଲୋନକୁ ଜୟ କଲେ। ଲୋକମାନଙ୍କୁ ନିଜର ଗୃହଭୂମିକୁ ଫେରିଯିବା ଲାଗି ସେ ଅନୁମତି ଦେଲେ। ଅତଏବ ପ୍ରାୟ 70 ବର୍ଷର ନିର୍ବାସନ ପରେ ଯିହୂଦାର ଅଧିକ ସଂଖ୍ୟକ ଲୋକେ ନିଜ ଘରକୁ ଫେରିଲେ। ଲୋକେ ନିଜ ଜାତିକୁ ପୁନଃନିର୍ମାଣ କରିବା ପାଇଁ ଚେଷ୍ଟା କଲେ କିନ୍ତୁ ଯିହୂଦା ଛୋଟ ଓ ନିର୍ମଳ ହୋଇ ରହିଲା। ଲୋକମାନେ ମନ୍ଦିରକୁ ପୁନଃ ନିର୍ମାଣ କଲେ କିନ୍ତୁ ଏହି ମନ୍ଦିରଟି ଶଲୋମନ ଦ୍ୱାରା ନିର୍ମିତ ମନ୍ଦିର ପରି ସୁନ୍ଦର ହୋଇ ପାରିଲା ନାହିଁ। ଅନେକ ଲୋକ ପ୍ରକୃତ ଭାବରେ ପରମେଶ୍ୱରଙ୍କ ପ୍ରତି ମନ ଦେଲେ ଏବଂ ବ୍ୟବସ୍ଥା, ଭବିଷ୍ୟଦ୍ ବକ୍ତାମାନଙ୍କର ଲେଖା ଓ ଅନ୍ୟାନ୍ୟ ପବିତ୍ର ଲେଖାଗୁଡ଼ିକର ଅଧ୍ୟୟନ କରିବାକୁ ଲାଗିଲେ। ଅନେକ ଲୋକ ଶାସ୍ତ୍ରଗୁଡ଼ିକର ପ୍ରତିଲିପି ତିଆରି କରି ଶାସ୍ତ୍ରୀ (ବିଶେଷ ବିଦ୍ୱାନ) ହୋଇଗଲେ। ପରବର୍ତ୍ତୀ କାଳରେ ଏହି ଲୋକମାନେ ଶାସ୍ତ୍ରଗୁଡ଼ିକର ଅଧ୍ୟୟନ ଲାଗି ପାଠଶାଳାର ସ୍ଥାପନା କଲେ। ଲୋକେ ବିଶ୍ରାମଦିନ (ଶନିବାର) ଅଧ୍ୟୟନ, ପ୍ରାର୍ଥନା ଓ ଏକତ୍ର ମିଶି ପରମେଶ୍ୱରଙ୍କ ଆରାଧନା ପାଇଁ ଏକତ୍ର ହେବାକୁ ଲାଗିଲେ। ନିଜର ପ୍ରାର୍ଥନାସଭା ଗୃହରେ ସେମାନେ ଶାସ୍ତ୍ରଗୁଡ଼ିକର ଅଧ୍ୟୟନ କରିବାକୁ ଲାଗିଲେ ଓ ଅନେକ ଲୋକ ଭବିଷ୍ୟତରେ ଖ୍ରୀଷ୍ଟ ଆସିବେ ବୋଲି ଅପେକ୍ଷାରେ ରହିଲେ।
ପଶ୍ଚିମରେ ସିକନ୍ଦର (ଆଲେକ୍ ଜାଣ୍ଡାର) ମହାନ୍ ଗ୍ରୀସ୍ ଠାରେ ଶାସନ ସ୍ଥାପିତ କରି ସାରିଥିଲେ। ସେ ଶୀଘ୍ର ବିଶ୍ୱରେ ବିଜୟଲାଭ କଲେ। ସେ ଦୁନିଆର ଅନେକ ଅଞ୍ଚଳରେ ଗ୍ରୀକ୍ ର ଭାଷା, ରୀତି-ନୀତି ଓ ସଂସ୍କୃତିର ପ୍ରଗ୍ଭର କଲେ। କିନ୍ତୁ ସେ ମୃତ୍ୟୁ ବରଣ କଲା ପରେ ତାହାଙ୍କ ରାଜ୍ୟ ବିଭାଜିତ ହୋଇଗଲା, ଓ ବିଶ୍ୱର ଅଧିକାଂଶ ଅଞ୍ଚଳରେ ଅନ୍ୟ ଏକ ସାମ୍ରାଜ୍ୟ ବୃଦ୍ଧି ପାଇଲା।
ଏଥିରେ ପାଲେଷ୍ଟାଇନ୍ ମଧ୍ୟ ଥିଲା। ଏଠାରେ ଯିହୂଦାଲୋକେ ରହୁଥିଲେ। ଏହି ନୂତନ ରୋମୀୟଶାସକମାନେ ପ୍ରାୟ ବହୁତ କ୍ରୁର ଓ ଅତ୍ୟାଗ୍ଭରୀ ଥିଲେ ଓ ଯିହୂଦାମାନେ ଅଭିମାନୀ ଏବଂ ସ୍ୱଭାବରେ ବିଦ୍ରୋହୀ ଥିଲେ। ଏହି କଷ୍ଟ (ଅଶାନ୍ତି) କାଳରେ ଅନେକ ଯିହୂଦୀ ସେମାନଙ୍କ ଜୀବନକାଳରେ ଖ୍ରୀଷ୍ଟଙ୍କର ଆଗମନ ପ୍ରତୀକ୍ଷାରେ ରହିଥିଲେ। ଯିହୂଦୀମାନେ ପରମେଶ୍ୱର ଓ ତାହାଙ୍କ ଦ୍ୱାରା ପ୍ରେରିତ ଖ୍ରୀଷ୍ଟଙ୍କ ଦ୍ୱାରା ଶାସିତ ହେବାକୁ ଇଚ୍ଛା କରୁଥିଲେ। ଏହି ଖ୍ରୀଷ୍ଟଙ୍କୁ ପରମେଶ୍ୱର ପଠାଇବେ ବୋଲି ପ୍ରତିଜ୍ଞା ଦେଇଥିଲେ। ସେମାନେ ବୁଝି ନ ଥିଲେ ଯେ, ପରମେଶ୍ୱର ଖ୍ରୀଷ୍ଟଙ୍କ ଦ୍ୱାରା ସମଗ୍ର ସଂସାରକୁ ରକ୍ଷା କରିବା ପାଇଁ ଯୋଜନା କରିଛନ୍ତି। ସେମାନେ ଭାବିଲେ ଯେ ପରମେଶ୍ୱରଙ୍କ ଯୋଜନା ସଂସାରଠାରୁ କେବଳ ଯିହୂଦୀମାନଙ୍କୁ ରକ୍ଷା କରିବା ଅଟେ। କେତେଜଣ ଯିହୂଦୀ ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଖ୍ରୀଷ୍ଟଙ୍କର ପ୍ରତୀକ୍ଷା କରିବାରେ ହିଁ ସନ୍ତୁଷ୍ଟ ଥିଲେ, କିନ୍ତୁ ଅନ୍ୟମାନେ ନୂତନ ରାଜ୍ୟର ସ୍ଥାପନାରେ ପରମେଶ୍ୱରଙ୍କୁ ‘ସାହାଯ୍ୟ’ କରିବା ପାଇଁ ମନସ୍ଥ କଲେ। ଏହି ଯିହୂଦୀମାନଙ୍କୁ ‘ଜିଲ୍ଲଟ’ ଉଦ୍ୟୋଗୀ କୁହାଗଲା। ଜିଲ୍ଲଟମାନେ ରୋମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଚେଷ୍ଟା କଲେ ଓ ରୋମୀୟମାନଙ୍କ ସହିତ ଯେଉଁ ଯିହୂଦୀମାନଙ୍କର ସହଯୋଗ ଥିଲା, ସେମାନଙ୍କୁ ହତ୍ୟା କଲେ।
ଯିହୂଦୀ ଧାର୍ମିକ ଦଳଗୁଡ଼ିକ
ପ୍ରଥମ ଶତାବ୍ଦୀ ଖ୍ରୀଷ୍ଟପୂର୍ବ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଯିହୂଦୀମାନଙ୍କ ଲାଗି ଅତି ମହତ୍ତ୍ୱପୂର୍ଣ୍ଣ ହୋଇଯାଇଥିଲା। ଲୋକମାନେ ଏହି ବ୍ୟବସ୍ଥାର ଅଧ୍ୟୟନ କରିଥିଲେ ଓ ବାଦାନୁବାଦ ମଧ୍ୟ କରିଥିଲେ। ଲୋକେ ଏହି ବ୍ୟବସ୍ଥାକୁ ଅନେକ ଢଙ୍ଗରେ ବୁଝିଥିଲେ କିନ୍ତୁ ଅନେକ ଯିହୂଦୀ ଏହି ବ୍ୟବସ୍ଥା ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ଯିହୂଦୀମାନଙ୍କ ଭିତରେ ତିନୋଟି ମୁଖ୍ୟ ଧାର୍ମିକ ଦଳ ଥିଲେ ଓ ପ୍ରତ୍ୟେକ ଦଳର ନିଜର ଶାସ୍ତ୍ରୀ (ବିଧିଜ୍ଞାତା ବା ବିଦ୍ୱାନ) ଥିଲେ।
ସାଦ୍ଦୂକୀ
ଗୋଟିଏ ଦଳର ନାମ ଥିଲା ‘ସାଦ୍ଦୂକୀ’। ଏହି ନାମଟି ସମ୍ଭବତଃ ‘ଜାଦୋକ’ରୁ ଆସିଛି। ରାଜା ଦାଉଦଙ୍କ କାଳରେ ମହାଯାଜକ ଜାଦୋକ ଥିଲେ। ଅନେକ ଯାଜକ ଓ ଅଧିକାରୀଗଣ ସାଦ୍ଦୂକୀ ଥିଲେ। ଏମାନେ କେବଳ ବ୍ୟବସ୍ଥା ମୋଶାଙ୍କ ପାଞ୍ଚୋଟି ପୁସ୍ତକକୁ ଧାର୍ମିକ ବିଷୟରେ ପ୍ରମାଣ ରୂପରେ ସ୍ୱୀକାର କରୁଥିଲେ। ମୋଶାଙ୍କ ବ୍ୟବସ୍ଥା ଯାଜକତ୍ୱ ଓ ବଳି ବିଷୟରେ ବହୁତ କଥା ଶିକ୍ଷା ଦିଏ। କିନ୍ତୁ ମୃତ୍ୟୁ ପରବର୍ତ୍ତୀ କାଳରେ ଜୀବନ ବିଷୟରେ ଏହା କିଛି ଶିକ୍ଷା ଦିଏ ନାହିଁ, ଅତଏବ ସାଦ୍ଦୂକୀମାନେ ମୃତ୍ୟୁରୁ ପୁନର୍ଜୀବିତ ହେବା କଥାରେ ବିଶ୍ୱାସ କରନ୍ତି ନାହିଁ।
ଫାରୂଶୀ
ଅନ୍ୟ ଗୋଟିଏ ଦଳର ନାମ ଥିଲା ‘ଫାରୂଶୀ’। ଏହି ଶବ୍ଦଟି ଗୋଟିଏ ଏବ୍ରୀୟ ଶବ୍ଦରୁ ଆସିଛି। ତାର ଅର୍ଥ ହେଲା “ଅର୍ଥ କରିବା” (ବ୍ୟାଖ୍ୟା କରିବା) ବା “ଅଲଗା କରିବା।” ଏହା ଲୋକମାନେ ମୋଶାଙ୍କ ବ୍ୟବସ୍ଥାକୁ ସାଧାରଣ ଲୋକମାନଙ୍କ ନିକଟରେ ଶିକ୍ଷା ଦେଉଥିଲେ। ଫାରୂଶୀମାନେ ବିଶ୍ୱାସ କରୁଥିଲେ ୟେ, ମୋଶାଙ୍କ ସମୟ ସୁଦ୍ଦା ଗୋଟିଏ ମୌଖିକ ପରମ୍ପରା ଗ୍ଭଲିଆସିଛି। ସେମାନଙ୍କର ବିଶ୍ୱାସଥିଲା ୟେ, ପ୍ରତ୍ୟେକ ୟୁଗର ଲୋକମାନେ ମୋଶାଙ୍କ ବ୍ୟବସ୍ଥାର ନିଜ ଆବଶ୍ଯକତାନୁସାରେ ଅର୍ଥ ବାହାର କରି ପ୍ରଯୋଗ କରିବାରେ ସ୍ୱାଧୀନ। ଏହାର ଅର୍ଥ ୟେ, ଫାରୂଶୀମାନେ କେବଳ ମୋଶାଙ୍କର ବ୍ୟବସ୍ଥା ନୁହେଁ ବରଂ ତା’ସହିତ ଭବିଷ୍ୟଦ୍ ବକ୍ତା, ପବିତ୍ରଲେଖା ଓ ନିଜର ପରମ୍ପରାଗୁଡ଼ିକୁ ମଧ୍ୟ ଅଧିକୃତ ଆଚରଣ ଭାବରେ ମାନୁଥିଲେ। ଏହି ଲୋକମାନେ ବ୍ୟବସ୍ଥା ଓ ନିଜର ପରମ୍ପରାଗୁଡ଼ିକୁ ଅତି କଠୋର ଭାବରେ ପାଳନ କରିବାପାଇଁ ଚେଷ୍ଟା କରୁଥିଲେ। ସେଥିପାଇଁ ସେମାନେ କଣ ଖାଉଛନ୍ତି, ଏହା ପ୍ରତି ଅତି ସାବଧାନ ଥିଲେ। ସେମାନେ ହାତ ଧୋଇବା ଓ ସ୍ନାନ କରିବା ପାଇଁ ମଧ୍ୟ ଅତି ମାତ୍ରାରେ ଧ୍ୟାନ ଦେଉଥିଲେ। ଭବିଷ୍ୟଦ୍ ବକ୍ତାମାନେ କହିଛନ୍ତି ୟେ, ଲୋକେ ମୃତ୍ୟୁରୁ ବଞ୍ଚି ଉଠିବେ, ତେଣୁ, ପୁନରୁଥାନରେ ମଧ୍ୟ ସେମାନେ ବିଶ୍ୱାସ କରୁଥିଲେ।
ଏସୀନ୍ସ୍
ତୃତୀଯ ମୁଖ୍ୟ ନାମ ଦଳଟିର ଥିଲା ‘ଏସୀନସ୍’। ଯିରୁଶାଲମର ଅଧିକ ସଂଖ୍ୟକ ଯାଜକ, ପରମେଶ୍ୱରଙ୍କ ଇଚ୍ଛାନୁସାରେ ଜୀବନୟାପନ କରୁ ନ ଥିଲେ। ରୋମୀୟମାନେ ମଧ୍ୟ କେତେକ ମହାଯାଜକଙ୍କୁ ନିୟୁକ୍ତି ଦେଇଥିଲେ। ଏମାନଙ୍କ ଭିତରୁ କେତେଜଣ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଯାଜକ ହୋବାପାଇଁ ୟୋଗ୍ଯ ମଧ୍ୟ ନ ଥିଲେ। ଅତଏବ ଏସୀନ୍ସ୍ ଦଳର ଲୋକେ ଯିରୁଶାଲମଠାରେ ଉପାସନା ଓ ବଳି ଉଚିତ ଭାବରେ ପାଳିତ ହେଉଛି ବୋଲି ବଶ୍ୱାସ କରୁ ନ ଥିଲେ। ସେଥିପାଇଁ ଇସୀନ୍ସ୍ ଦଳର ଲୋକେ ୟୀହୂଦୀଯ ମରୁଭୂମିରେ ବସବାସ କରିବା ପାଇଁ ଗ୍ଭଲି ଯାଇଥିଲେ। ସେମାନେ ନିଜର ଗୋଟିଏ ଅଲଗା ସମାଜ ଗଠନ କଲେ। ଏଥିରେ କେବଳ ଏସୀନ୍ସ୍ ଲୋକେ ହିଁ ଆସି ରହି ପାରୁଥିଲେ। ଏସୀନ୍ସ୍ ଲୋକେ ଉପବାସ କରୁଥିଲେ, ପ୍ରାର୍ଥନା କରୁଥିଲେ ଓ ପରମେଶ୍ୱର ଖ୍ରୀଷ୍ଟଙ୍କୁ ପଠାଇବେ ତଥା ମନ୍ଦିର ଓ ଯାଜକତ୍ୱକୁ ପବିତ୍ର କରିବେ ବୋଲି ପ୍ରତୀକ୍ଷା କରୁଥିଲେ। କେତେଜଣ ବିଦ୍ୱାନ ବିଶ୍ୱାସ କରନ୍ତି ୟେ, ଏସୀନସ୍ମାନଙ୍କର ସମ୍ପର୍କ କେତେକ ସନ୍ଦର୍ଭରେ କୁମ୍ରାନ୍ ସଂପ୍ରଦାଯ ସହିତ ଓ ଯିହୂଦୀୟ ମରୁଭୂମି ଓ କୁମ୍ରାନର ଅନ୍ୟସ୍ଥଳରେ ପ୍ରାପ୍ତ ଅନେକପ୍ରାଚୀନ ଲେଖାସହିତ ମଧ୍ୟ ଅଛି।
ନୂତନ ନିଯମ
ପରମେଶ୍ୱର ନିଜର ଯୋଜନା କାର୍ୟ୍ଯକାରୀ କଲେ। ସେ ଗୋଟିଏ ବିଶେଷ ଜାତିକୁ ବାଛିଲେ। ସେହି ଲୋକମାନଙ୍କ ସହିତ ସେ ଗୋଟିଏ ‘ଚୁକ୍ତି’ କଲେ, ୟାହାଦ୍ୱାରା ସେମାନେ ପରମେଶ୍ୱରଙ୍କର ନ୍ୟାଯ ଓ ଉଦାରଭାବକୁ ବୁଝିବାପାଇଁ ପ୍ରସ୍ତୁତ ରହିପାରିବେ। ଗୋଟିଏ ନୂତନ ଓ ଉନ୍ନତ ଚୁକ୍ତି ଆଧାରିତ ପୂର୍ଣ୍ଣ ଆଧ୍ୟାତ୍ମିକ ‘ରାଜ୍ୟ’ର ସ୍ଥାପନ ଦ୍ୱାରା ସଂସାରକୁ ଆଶୀର୍ବାଦ ପ୍ରଦାନ କରିବା ଯୋଜନାକୁ, ପରମେଶ୍ୱର ଭବିଷ୍ୟଦ୍ ବକ୍ତା ଓ କବିମାନଙ୍କ ମାଧ୍ୟମରେ ପ୍ରକାଶ କଲେ। ଏହି ଯୋଜନାଟି ପ୍ରତିଶ୍ରୁତ ଖ୍ରୀଷ୍ଟଙ୍କୁ ଆଗମନ ସହିତ ଆରମ୍ଭ ହେବାକଥା ଥିଲା। ଭବିଷ୍ୟଦ୍ ବକ୍ତାମାନେ ଏହି ଆଗମନ ବିଷୟରେ ଅତି ବିସ୍ତାରପୂର୍ବକ କହିଥିଲେ। ସେମାନେ କହିଥିଲେ ୟେ, ୟୀଶୁଙ୍କର ଜନ୍ମ କେଉଁଠାରେ ହେବ, ସେ କି ପ୍ରକାର ଲୋକ ହେବେ ଓ ତାହାଙ୍କୁ କି କି ପ୍ରକାରର କାମ କରିବାକୁ ହେବ। ଖ୍ରୀଷ୍ଟ ଆସିବା ଓ ‘ନୂତନଚୁକ୍ତି’ ଆରମ୍ଭ କରିବା ସମୟ ଏବେ ହୋଇ ଯାଇଥିଲା।
‘ନୂତନ ନିଯମ’ର ଲେଖାଗୁଡ଼ିକରେ ପରମେଶ୍ୱରଙ୍କ ‘ନୂତନଚୁକ୍ତି’ କିପରି ପ୍ରକାଶିତ ହେଲା ଓ ୟୀଶୁଙ୍କ ଦ୍ୱାରା କିପରି କାର୍ୟ୍ଯାନ୍ବିତ ହେଲା ସେହି ବିଷୟରେ ବର୍ଣନା ମିଳେ। ୟୀଶୁ ହିଁ ହେଉଛନ୍ତି ଖ୍ରୀଷ୍ଟ ଅର୍ଥାତ୍ “ଅଭିଷିକ୍ତ” ସେମାନେ ଶିକ୍ଷା ଦିଅନ୍ତି ୟେ, ଏହି ନୂତନ ଚୁକ୍ତିଟି ସମସ୍ତଙ୍କ ପାଇଁ ଅଟେ। ଏଥିରେ ଏହା ମଧ୍ୟ ବର୍ଣିତ ୟେ, କିପରି ପ୍ରଥମ ଶତାବ୍ଦୀର ଲୋକେ ପରମେଶ୍ୱରଙ୍କର ଏହି ଅନୁଗ୍ରହ ମୂଳକ ପ୍ରେମ ଉପହାରକୁ ଗ୍ରହଣ କଲେ ଓ ନୂତନ ଚୁକ୍ତିର ଅଂଶୀଦାର ହୋଇଗଲେ। ସେହି ଲେଖାଗୁଡ଼ିକ ଏହା ମଧ୍ୟ ବର୍ଣନା କରେ ୟେ, ପରମେଶ୍ୱର ନିଜର ପ୍ରତିଜ୍ଞା ଅନୁସାରେ ନିଜ ଲୋକମାନଙ୍କୁ କିପରି ଆଶୀର୍ବାଦ କରିଥିଲେ, ୟାହା ଦ୍ୱାରା ସେମାନେ ସମ୍ପୂର୍ଣ ଓ ଅର୍ଥପୂର୍ଣ୍ଣ ଜୀବନ ସଂସାରରେ ୟାପନ କରିପାରିବେ ଓ ମୃତ୍ୟୁ ପରେ ତାହାଙ୍କ ସହିତ ଜୀବନୟାପନ କରିବେ।
‘ନୂତନ ନିଯମ’ରେ ଅନ୍ତତଃ ଆଠ ଜଣ ବିଭିନ୍ନ ଲେଖକ ମାନଙ୍କର 27ଟି ବିଭିନ୍ନ ପୁସ୍ତକ ସମ୍ମିଳିତ। ସେହି ଲେଖକମାନେ ଗ୍ରୀକ୍ ଭାଷାରେ ଲେଖିଛନ୍ତି। ଏହି ଭାଷା ପ୍ରଥମ ଶତାବ୍ଦୀବେଳକୁ ବିଶ୍ୱରେ ବ୍ଯାପକ ଭାବରେ ପ୍ରଚଳିତ ଥିଲା। ମୋଟ ଲେଖାର ଅଧାରୁ ଅଧିକ ଲେଖା ମାତ୍ର ଗ୍ଭରି ଜଣ “ପ୍ରେରିତ” ଲେଖିଛନ୍ତି। ଏହି ପ୍ରେରିତମାନେ ୟୀଶୁଙ୍କ ଦ୍ୱାରା ସେମାନଙ୍କର ବିଶେଷ ସାହାୟ୍ଯକାରୀ ଭାବରେ ବଛା ଯାଇଥିଲେ। ପୃଥିବୀରେ ଜୀବିତ ଥିବାବେଳେ ୟୀଶୁଙ୍କ ସହିତ ଅତି ନିବିଡ ଭାବେ ଘନିଷ୍ଟଥିବା ବାରଜଣ ଶିଷ୍ୟମାନଙ୍କ ଭିତରୁ ମାଥିଉ, ୟୋହନ ଓ ପିତର ତିନିଜଣ ଥିଲେ। ଅନ୍ୟ ଜଣେ ଲେଖକ ଥିଲେ ପାଉଲ। ୟୀଶୁ ଚମତ୍କାର ଭାବେ ତାହାଙ୍କୁ ଦର୍ଶନ ଦେଇଥିଲେ। ସେ ପରେ ୟୀଶୁଙ୍କର ‘ପ୍ରେରିତ’ ଭାବେ ବଚ୍ଛା ହୋଇଥିଲେ।
ପ୍ରଥମ ଗ୍ଭରୋଟି ପୁସ୍ତକକୁ “ସୁସମାଗ୍ଭର” ବୋଲି କୁହାୟାଏ। ଏଗୁଡ଼ିକରେ ୟୀଶୁଙ୍କର ଜୀବନ ଓ ମୃତ୍ୟୁ ବିଷୟରେ ଭିନ୍ନ ଭିନ୍ନ ବିବରଣୀ ପ୍ରଦତ୍ତ ହୋଇଛି। ଉକ୍ତ ପୁସ୍ତକଗୁଡ଼ିକ ୟୀଶୁଙ୍କର କେବଳ ଐତିହାସିକ ତଥ୍ଯ ଉପରେ ଗୁରୁତ୍ବ ନ ଦେଇ ୟୀଶୁଙ୍କର ଉପଦେଶ, ପୃଥିବୀରେ ତାହାଙ୍କର ପ୍ରକାଶିତ ହେବାର ପ୍ରଯୋଜନ ଓ ତାହାଙ୍କର କ୍ରୁଶରେ ମୃତ୍ୟୁର ମହତ୍ତ୍ୱ ପ୍ରତିପାଦନ କରନ୍ତି। ୟୋହନଙ୍କର (ଚତୁର୍ଥ) ସୁସମାଗ୍ଭରର ପୁସ୍ତକରେ ଉକ୍ତ କଥାଟି ଅଧିକ ସଠିକଭାବେ ପ୍ରତିଫଳିତ। ପ୍ରଥମ ତିନୋଟି ସୁସମାଗ୍ଭର ବିଷୟ ଦୃଷ୍ଟିରୁ ପରସ୍ପର (ଅଧିକ) ସମାନ। ପ୍ରକୃତରେ ଗୋଟିଏ ପୁସ୍ତକରେ ଅଧିକାଂଶ ବିଷୟ ବସ୍ତୁ ଅନ୍ୟ ଦୁଇଟି ପୁସ୍ତକରେ ମଧ୍ୟ ସମାନ ଭାବରେ ଏକାଭଳି ମିଳେ। ପ୍ରତ୍ୟେକ ଲେଖକ ଭିନ୍ନ ପ୍ରକାରର ପାଠକଙ୍କୁ ଲକ୍ଷ୍ୟରେ ରଖି ଲେଖିଛନ୍ତି ଓ ଜଣାପଡେ ୟେ ପ୍ରତ୍ୟେକ ଲେଖକର ଦୃଷ୍ଟିରେ ଲକ୍ଷ୍ୟଟି ଭିନ୍ନ ଅଟେ।
ଉକ୍ତ ଗ୍ଭରୋଟି ସୁସମାଗ୍ଭର ପୁସ୍ତକ ପରେ ‘ପ୍ରେରିତମାନଙ୍କର କାର୍ୟ୍ଯ’ ନାମକ ପୁସ୍ତକଟି ଅଛି। ଏଥିରେ ୟୀଶୁଙ୍କ ମୃତ୍ୟୁ ପରବର୍ତ୍ତୀ ଘଟଣାଗୁଡ଼ିକର ଇତିହାସ ଉଲ୍ଲିଖିତ। ଏଥିରେ ବର୍ଣିତ ଅଛି ୟେ, ୟୀଶୁଙ୍କ ଶିଷ୍ୟମାନଙ୍କ ଦ୍ୱାରା ସମସ୍ତଙ୍କପାଇଁ ଉଦ୍ଦିଷ୍ଟ ପରମେଶ୍ୱରଙ୍କ ପ୍ରେମଉପହାର କିପରି ସମଗ୍ର ସଂସାରରେ ଘୋଷିତ କରାହେଲା। ଏହା କୁହେ ୟେ, କିପରି ଏହି ‘ସୁସମାଗ୍ଭର’ର ଘୋଷଣା ଦ୍ୱାରା, ପାଲେଷ୍ଟାଇନ ଓ ରୋମୀୟ ଜଗତରେ ଖ୍ରୀଷ୍ଟଯ ଧର୍ମକୁ ବ୍ଯାପକ ଭାବେ ଗ୍ରହଣ କରାଗଲା। ‘ପ୍ରେରିତମାନଙ୍କର କାର୍ୟ୍ଯ’ ନାମରେ ଏହି ପୁସ୍ତକଟି ଲୂକ ଲେଖିଥିଲେ। ସେଥିରେ ୟାହା କିଛି ବା ସେ ଲେଖିଛନ୍ତି ସେଗୁଡ଼ିକର ଅଧିକାଂଶ ଘଟଣାର ସେ ହେଉଛନ୍ତି ନିଜେ ପ୍ରତ୍ଯକ୍ଷଦର୍ଶୀ। ଲୂକ ତୃତୀଯ ସୁସମାଗ୍ଭରର ମଧ୍ୟ ଲେଖକ ଥିଲେ। ତାହାଙ୍କର ଦୁଇଟି ୟାକ ବହିରେ ତର୍କପୂର୍ଣ୍ଣ ସଙ୍ଗତି ମିଳେ। କାରଣ ‘ପ୍ରେରିତମାନଙ୍କର କାର୍ୟ୍ଯ’ ୟୀଶୁଙ୍କ ଜୀବନ ବୃତ୍ତାନ୍ତର ସହଜ ପରିଣତି ଅଟେ। ‘ପ୍ରେରିତମାନଙ୍କ କାର୍ୟ୍ଯ’ ପରେ ପତ୍ରଗୁଡ଼ିକର ଗୋଟିଏ ସଂକଳନ ଅଛି। ଏଗୁଡ଼ିକ ବ୍ଯକ୍ତିବିଶେଷଙ୍କୁ ବା ଖ୍ରୀଷ୍ଟୀଯାନ ଦଳଗୁଡ଼ିକୁ ଲେଖାଯାଇଛି। ଏହି ପତ୍ରଗୁଡ଼ିକ ଖ୍ରୀଷ୍ଟଙ୍କ ପ୍ରେରିତ ପିତର ଓ ପାଉଲଙ୍କ ଭଳି ଖ୍ରୀଷ୍ଟୀଯାନ ନେତାମାନଙ୍କଠାରୁ ପଠାଯାଇଥିଲା। ସେ ସମୟର ଲୋକମାନେ ଯେଉଁ ସମସ୍ଯାମାନଙ୍କର ସମୁଖୀନ ହେଉଥିଲେ, ସେଗୁଡ଼ିକୁ ସମାଧାନ କରିବାରେ ସାହାୟ୍ଯ କରିବାପାଇଁ ଏହି ପତ୍ରଗୁଡ଼ିକ ଲେଖାଯାଇଥିଲା। ଏହି ପତ୍ରଗୁଡ଼ିକ ସେହିଲୋକମାନଙ୍କୁ କେବଳ ୟେ ତଥ୍ଯ ୟୋଗାଇବା, ସଂଶୋଧନ କରିବା, ଶିକ୍ଷାଦେବା, ଓ ଉତ୍ସାହିତ କରିବାପାଇଁ ଲେଖା ଯାଇଥିଲା ତା ନୁହେଁ, ବରଂ ସମସ୍ତ ଖ୍ରୀଷ୍ଟୀଯ ଲୋକମାନଙ୍କୁ ସେମାନଙ୍କର ବିଶ୍ୱାସ, ପାରସ୍ପରିକ ଜୀବନ ଓ ସଂସାରିକ ଜୀବନରେ ସାହାୟ୍ଯ କରିବା ପାଇଁ ମଧ୍ୟ ଲେଖା ଯାଇଥିଲା।
‘ନୂତନ ନିଯମ’ର ଶେଷ ପୁସ୍ତକଟି ‘ପ୍ରକାଶିତ ବାକ୍ଯ’ ଅଟେ। ଏହି ପୁସ୍ତକଟି ଅନ୍ୟ ସବୁ ପୁସ୍ତକଗୁଡ଼ିକଠାରୁ ସମ୍ପୂର୍ଣ ଭିନ୍ନ। ଏଥିରେ ପ୍ରେରିତ ‘ୟୋହନ’ଙ୍କ ଦ୍ୱାରା ନିଜ ଦିବ୍ଯଦର୍ଶନର ଉଲ୍ଲେଖ ଅତ୍ଯନ୍ତ ରୂପକ ବା ସାଙ୍କେତିକ ଭାଷାରେ ମିଳେ। ଏହାର ଅନେକଗୁଡ଼ିଏ ଅଳଂକାର ଓ ଚିତ୍ର ‘ପୁରାତନ ନିଯମ’ରୁ ଗୃହୀତ। ଓ ସେଗୁଡ଼ିକ ‘ପୁରାତନ ନିଯମ’ର ପୁସ୍ତକଗୁଡ଼ିକ ସହିତ ତୁଳନା କରି ସାରିଲା ପରେ ହିଁ ଭଲ ଭାବରେ ବୁଝି ହୁଏ। ଏହି ଶେଷ ପୁସ୍ତକଟି ପରମେଶ୍ୱରଙ୍କ ପ୍ରତି ବିଶ୍ୱାସୀ ଖ୍ରୀଷ୍ଟୀଯାନମାନଙ୍କୁ ଆଶ୍ବସ୍ତ କରେ ୟେ; ପରମେଶ୍ୱର ଓ ୟୀଶୁଖ୍ରୀଷ୍ଟ (ୟିଏ ସେମାନଙ୍କର ବିଶ୍ୱାସର ନେତା ଓ ସାହାୟ୍ଯକାରୀ)ଙ୍କ ଶକ୍ତି ସାହାୟ୍ଯରେ, ସେମାନଙ୍କର ମନ୍ଦ ଶକ୍ତିଗୁଡ଼ିକ ଉପରେ ଅନ୍ତିମ ବିଜୟ ହାସଲ ହେବ।
ନୂତନ ନିଯମର ପୁସ୍ତକ ଗୁଡ଼ିକ ବିଷୟରେ
ନୂତନ ନିଯମରେ ପୁସ୍ତକଗୁଡ଼ିକ ସମ୍ପର୍କରେ ନିମ୍ନଲିଖିତ ବର୍ଣନା ପ୍ରତ୍ୟେକ ପୁସ୍ତକକୁ ପାଠ କରିବା ପାଇଁ ପ୍ରସ୍ତୁତି କରିବାରେ ସହାଯକ ହେବ।
ମାଥିଉ: ୟୀଶୁଙ୍କର ବାରଜଣ ଶିଷ୍ୟମାନଙ୍କ ଭିତରୁ ମାଥିଉ ଜଣେ। ସେ ଯିହୂଦୀୟ କର ଆଦାଯକରୀ ରୂପରେ କାମ କରୁଥିଲେ। ସେ କାମ କରୁଥିବା ବେଳେ ୟୀଶୁ ତାହାଙ୍କୁ ପ୍ରେରିତ ଭାବରେ ବାଛିଲେ। ମାଥିଉଙ୍କର ଲେଖାରେ ତାହାଙ୍କର ଯିହୂଦୀୟ ପୃଷ୍ଠଭୂମି ଓ ସେଥିପ୍ରତି ତାହାଙ୍କର ଅଭିରୁଚି ଦର୍ଶାଇଥାଏ। ‘ପୁରାତନ ନିଯମ’ର ଭବିଷ୍ୟଦ୍ବାଣୀଗୁଡ଼ିକ କିପରି ୟୀଶୁଙ୍କ ଜୀବନରେ ସଫଳ ହେଲା, ସେଗୁଡ଼ିକ ଉଲ୍ଲେଖ କରିବାରେ ମାଥିଉ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରକୃତରେ ମାଥିଉଙ୍କର ପୁସ୍ତକ ୟୀଶୁଙ୍କର ଉପଦେଶଗୁଡ଼ିକୁ କେନ୍ଦ୍ର କରି ଲେଖାଯାଇଛି।
ମାର୍କ: ମାର୍କ ଜଣେ ୟୁବକ ଥିଲେ। ସେ ପ୍ରେରିତମାନଙ୍କର ସାହାୟ୍ଯକାରୀ ଥିଲେ। ତାହାଙ୍କର ଲେଖିବା ଶୈଳୀ ସଂକ୍ଷିପ୍ତ। ତାହା ଗତିଶୀଳ ମଧ୍ୟ। ମାଥିଉ ଓ ଲୂକ ଭଳି, ସେ ୟୀଶୁଙ୍କର ଉପଦେଶ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି। ମାର୍କଙ୍କର ଲେଖିବା ଉଦ୍ଦେଶ୍ଯ ଥିଲା ୟେ ସେ ଅଣଯିହୂଦୀ ଓ ରୋମୀୟ ବିଦ୍ୱାନମାନଙ୍କ ହୃଦୟ ଜିଣିବେ। ଅତଏବ ସେ ୟୀଶୁଙ୍କୁ ପରମେଶ୍ୱରଙ୍କ ପୁତ୍ର ବୋଲି ପ୍ରମାଣିତ କରୁଥିବା କାର୍ୟ୍ଯଗୁଡ଼ିକୁ ଦେଖାଇ ଅଛନ୍ତି। ମାର୍କଙ୍କର ଇଚ୍ଛା ୟେ ଲୋକେ ଜାଣନ୍ତୁ ୟେ, ୟୀଶୁ ଆମ୍ଭମାନଙ୍କୁ ପାପର ପରିଣାମରୁ ରକ୍ଷା କରିବାପାଇଁ ଏହି ପୃଥିବୀକୁ ଆସିଥିଲେ।
ଲୂକ: ଏହି ପୁସ୍ତକଟି ପ୍ରେରିତ ପାଉଲଙ୍କ ୟାତ୍ରାର ସହୟାତ୍ରୀ ଲୂକଙ୍କ ଦ୍ୱାରା ଲେଖା ଯାଇଥିବା ଦୁଇଟି ପୁସ୍ତକରୁ ଗୋଟିଏ। ଲୂକ ଜଣେ ଶିକ୍ଷିତ ଡାକ୍ତିର ଓ ପ୍ରତିଭାଶାଳୀ ଲେଖକ ଥିଲେ। ଜଣା ପଡେ ୟେ, ସେ, ମାଥିଉ ଓ ମାର୍କଙ୍କର ପୁସ୍ତକଗୁଡ଼ିକ ସହିତ ଅଧିକ ସୁପରିଚିତ ଥିଲେ। କିନ୍ତୁ ସେ ନିଜ ପୁସ୍ତକରେ ଅଣୟିହୁଦୀମାନଙ୍କୁ ରୁଚିକର ହେବା ଭଳି ଅଂଶଗୁଡ଼ିକୁ ହିଁ ସେମାନଙ୍କ ପୁସ୍ତକଗୁଡ଼ିକରୁ ଗ୍ରହଣ କରିଛନ୍ତି। ଅନ୍ୟ ‘ସୁସମାଗ୍ଭର’ ଲେଖକମାନଙ୍କ ତୁଳନାରେ ଲୂକ ୟୀଶୁଙ୍କ ଜୀବନର ବିବରଣୀକୁ କ୍ରମବଦ୍ଧ ଓ ଐତିହାସିକ ବାସ୍ତବ ଘଟଣା ଭାବରେ ବର୍ଣିତ। କିନ୍ତୁ ଏପରି କଲାବେଳେ ସେ ୟୀଶୁଙ୍କ ଜୀବନର ଘଟଣାଗୁଡ଼ିକୁ ଗୁରୁତ୍ବ ପ୍ରଦାନ କରିଅଛନ୍ତି। ସେ ୟୀଶୁଙ୍କୁ ପ୍ରେମମଯ ଓ ମନୟୋଗୀ ଭାବରେ ଚିତ୍ରିତ କରିଛନ୍ତି। ୟୀଶୁ ନିଜ ଲୋକମାନଙ୍କୁ ଜୀବନର ପ୍ରକୃତ ଅର୍ଥ ବୁଝାଇ ଦିଅନ୍ତି ଓ ସେ ସମସ୍ତଙ୍କ ଆବଶ୍ଯକତା ବେଳେ ସେମାନଙ୍କ ପାଖରେ ପହଁଞ୍ଚି ପାରନ୍ତି। ସେ ସମ୍ପୂର୍ଣ ସାମର୍ଥ୍ଯରେ ସେମାନଙ୍କୁ ସାହାୟ୍ଯ କରିପାରିବେ ଓ ସେମାନଙ୍କୁ ରକ୍ଷା କରିବା କ୍ଷମତାରେ ସେ ପରିପୂର୍ଣ୍ଣ ଅଟନ୍ତି।
ୟୋହନ: ଏହି ସୁସମାଗ୍ଭରଟି ଅନ୍ୟ ତିନୋଟି ସୁସମାଗ୍ଭରଠାରୁ ଅତ୍ଯନ୍ତ ଭିନ୍ନ ଅଟେ। ଏହାର ସୁନ୍ଦର ଓ ଗଭୀର ଭୂମିକାରୁ ଆମ୍ଭେ ଏହାର ପ୍ରମାଣ ପାଉ। ୟୋହନ ନିଜ ସୁସମାଗ୍ଭରରେ, ଅନ୍ୟ ସୁସମାଗ୍ଭର ଗୁଡ଼ିକରେ ନ ଥିବା ବିଷୟଗୁଡ଼ିକ ଉଲ୍ଲେଖ କରିଛନ୍ତି। ସେ ୟୀଶୁଙ୍କୁ ଏହି ‘ପୃଥିବୀର ମଶୀହ’, ‘ସ୍ୱର୍ଗରୁ ଆସିଥିବା ପରମେଶ୍ୱରଙ୍କ ପୁତ୍ର’ ଓ ‘ମୁକ୍ତିଦାତା’ ଭାବରେ ପ୍ରମାଣିତ କରିବା ପାଇଁ ମୁଖ୍ୟତଃ ଆଗ୍ରହ ପ୍ରକାଶ କରିଛନ୍ତି।
ପ୍ରେରିତମାନଙ୍କର କାର୍ୟ୍ଯ: ଲୂକ ଦ୍ୱାରା ଲିଖିତ ଏହି ପୁସ୍ତକର ବିଷୟ ତାହାଙ୍କର ପ୍ରଥମ ପୁସ୍ତକର ଶେଷ ପରେ ଆରମ୍ଭ ହୁଏ। ପ୍ରାରମ୍ଭରେ ୟୀଶୁ ନିଜ ଶିଷ୍ୟମାନଙ୍କୁ ଆଦେଶ ଦେଇଛନ୍ତି ୟେ ସେମାନେ ପରମେଶ୍ୱରଙ୍କ ଆମ ପ୍ରତି ଥିବା ଅସୀମ ପ୍ରେମ ବିଷୟକ ‘ସୁସମାଗ୍ଭର’ର ବାକ୍ଯ ସମଗ୍ର ସଂସାରରେ ପ୍ରଗ୍ଭର କରନ୍ତୁ। ୟୀଶୁ ଗ୍ଭହିଁଥିଲେ ୟେ, ଲୋକମାନଙ୍କୁ ପାପର ପରିଣାମରୁ ରକ୍ଷା କରିବା ପାଇଁ ଥିବା ତାହାଙ୍କର ଦିବ୍ଯ ସନ୍ଦେଶଗୁଡ଼ିକୁ ଶିଷ୍ୟମାନେ ନିଜର ଜ୍ଞାନ ବଳରେ ଅନ୍ୟମାନଙ୍କ ପାଇଁ ପ୍ରସାରିତ କରନ୍ତୁ। ପିତର ଓ ପାଉଲ ଏହି ଦୁଇ ଜଣ ମୁଖ୍ୟ ଲୋକଙ୍କ ଦ୍ୱାରା ଏହି କାର୍ୟ୍ଯ କିପରି ପୂର୍ଣ୍ଣ ହେଲା ତାହାର ଚିତ୍ତାକର୍ଷକ ବିବରଣୀ ଲୂକ ଦେଇଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ୟେ ଖ୍ରୀଷ୍ଟଧର୍ମ ଯିରୁଶାଲମରୁ ଲଘୁ ଭାବରେ ଆରମ୍ଭ ହୋଇ କିପରି ଅତି ଶୀଘ୍ର ଯିହୂଦା, ଶମୀରୋଣର ନିକଟବର୍ତ୍ତୀ ଅଞ୍ଚଳ ହୋଇ ଶେଷରେ ରୋମ ରାଜ୍ୟ ସୁଦ୍ଧା ବ୍ଯାପି ଯାଇ ଥିଲା! ପାଉଲ ଓ ଅନ୍ୟ ପ୍ରେରିତମାନଙ୍କର ପତ୍ର ପରବର୍ତ୍ତୀ ଭାଗରେ ସନ୍ନିହିତ। ପାଉଲଙ୍କ ପତ୍ରଗୁଡ଼ିକ ପ୍ରଥମରେ ଅଛି। ପ୍ରେରିତ ପାଉଲ ଜଣେ ସୁଶିକ୍ଷିତ ଯିହୂଦୀ ଥିଲେ। ସିଲିସିଆର ତାର୍ଷଶରୁ ସେ ଆସିଥିଲେ। ପାଉଲଙ୍କର ଶିକ୍ଷା ଯିରୁଶାଲମ ଠାରେ ହୋଇଥିଲା, ସେ ଫାରୁଶୀମାନଙ୍କର ନେତା ଥିଲେ ଓ ଆରମ୍ଭରେ ଖ୍ରୀଷ୍ଟଧର୍ମ ବିସ୍ତାରର ଘୋର ବିରୋଧୀ ମଧ୍ୟ ଥିଲେ। ୟୀଶୁ ତାହାଙ୍କୁ ଦର୍ଶନ ଦେଇଥିଲେ। ତା’ପରେ ତାହାଙ୍କର ଜୀବନର ଦିଗ ବଦଳି ଯାଇ ଥିଲା। ଦଶବର୍ଷ ପରେ ସେ କେତେଗୁଡ଼ିଏ ୟାତ୍ରା ମାଧ୍ୟମରେ ମଶୀହଙ୍କର (ଖ୍ରୀଷ୍ଟଙ୍କର) ସୁସମାଗ୍ଭର ପ୍ରଗ୍ଭର କଲେ। ଏହି କାଳ ଭିତରେ ସେ ମଣ୍ତଳୀଗୁଡ଼ିକୁ ଓ ଅନ୍ୟ ବ୍ଯକ୍ତିମାନଙ୍କୁ ଅନେକ ପତ୍ର ଲେଖିଥିଲେ। ସେ ମୋଟ ତେରଟି ପତ୍ର ନୂତନ ନିଯମରେ ଲେଖିଛନ୍ତି। ଏହି ପତ୍ର ଗୁଡ଼ିକର ପରିଚଯ ନିମ୍ନରେ ଦିଆୟାଉଛି:
ରୋମୀୟ: ରୋମୀୟମାନଙ୍କୁ ଲେଖାହୋଇଥିବା ପାଉଲଙ୍କର ଏହି ପତ୍ରଟି ତାହାଙ୍କ ଦ୍ୱାରା ସବୁଠାରୁ ଲମ୍ବା ଓ ସଂମ୍ପୂର୍ଣ ଅଟେ। ଅଧିକ ସଂଖ୍ଯାରେ ଏହି ପତ୍ରଗୁଡ଼ିକ, ୟୀଶୁ ଯେଉଁ ସହରଗୁଡ଼ିକରେ ପ୍ରଗ୍ଭର କରିଥିଲେ ଓ ମଣ୍ତଳୀ ସଙ୍ଗଠନ କରିଥିଲେ, ସେହି ସହରର ଖ୍ରୀଷ୍ଟୀଯାନମାନଙ୍କପାଇଁ ଉଦ୍ଦିଷ୍ଟ। ରୋମୀୟମାନଙ୍କ ନାମରେ ପତ୍ର ଲେଖିଲା ବେଳେ ସୁଦ୍ଧା ପାଉଲ ରୋମ ଯାଇ ନ ଥିଲେ। 58ଖ୍ରୀଷ୍ଟାଦ୍ଦରେ ସେ ଗ୍ରୀସ୍ରେ ଥିଲେ ଓ ରୋମ ଯିବାପାଇଁ ଅସମର୍ଥ ଥିଲେ, ଅତଏବ ନିଜର ଉପଦେଶଗୁଡ଼ିକୁ ପତ୍ରରେ ଲେଖି ପଠାଇଥିଲେ। ଏହି ପତ୍ର ଖ୍ରୀଷ୍ଟଧର୍ମର ସିଦ୍ଧାନ୍ତ ଓ ସତ୍ଯକୁ ଖୁବ୍ ସତର୍କତା ପୂର୍ବକ ଲେଖାଯାଇଛି।
ପ୍ରଥମ କରିନ୍ଥୀଯ ଓ ଦ୍ବିତୀଯ କରିନ୍ଥୀଯ: ଗ୍ରୀସ୍ର ଗୋଟିଏ ପୁରାତନ ସହର କରିନ୍ଥୀର ଖ୍ରୀଷ୍ଟୀଯାନମାନଙ୍କ ନାମରେ ପାଉଲଙ୍କ ଦ୍ୱାରା ଏହି ପତ୍ର ଦ୍ବଯ ଲିଖିତ। ଦୁଇଟିୟାକ ପତ୍ରର ଆରମ୍ଭରେ ପାଉଲ ସେଠାକାର ଖ୍ରୀଷ୍ଟୀଯାନଲୋକମାନଙ୍କ ମଧ୍ୟରେ ଉପୁଜି ଥିବା କେତେକ ସମସ୍ଯା ଓ ସେମାନଙ୍କ ଦ୍ୱାରା ଉପସ୍ଥାପିତ କେତେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ୟେପରି ଖ୍ରୀଷ୍ଟୀଯ ଏକତା, ବିବାହ, ୟୌନ ପାପ, ଛାଡପତ୍ର ଓ ଯିହୂଦୀ ରୀତି ନୀତି। ଏଥିରେ ତ୍ରଯୋଦଶ ଅଧ୍ୟାଯଟି ବିଶେଷ ମହତ୍ତ୍ୱପୂର୍ଣ୍ଣ। ଏଥିରେ କୁହାଯାଇଛି ୟେ ସମସ୍ତ ସମସ୍ଯାଗୁଡ଼ିକର ସମାଧାନ ହେଉଛି ‘ପ୍ରେମ’। ପ୍ରେମ ସିଦ୍ଧ ଅଟେ। କରିନ୍ଥୀମାନଙ୍କୁ ଲେଖିଥିବା ଦ୍ବାତୀଯ ପତ୍ରଟିରେ, ପ୍ରଥମ ପତ୍ରଟି ପାଇଲା ପରେ କରିନ୍ଥୀଯମାନେ ଯେଉଁ ଉତ୍ତର ଦେଇଥିଲେ, ସେ ବିଷୟରେ ପାଉଲ ପରବର୍ତ୍ତୀ ଆଲୋଚନା କରିଛନ୍ତି।
ଗାଲାତୀଯ: ଗାଲାତୀଯମାନଙ୍କ ନାମରେ ଲିଖିତ ପାଉଲଙ୍କର ଏହିପତ୍ରଟି ଗାଲାତୀଯର ଖ୍ରୀଷ୍ଟୀଯାନମାନଙ୍କର ଗୋଟିଏ ଭିନ୍ନ ପ୍ରକାରର ସମସ୍ଯା ସହିତ ଜଡ଼ିତ। ପାଉଲ ସେଠାରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ଘୋଷଣା କଲେ ଓ କେତେଗୁଡ଼ିଏ ମଣ୍ତଳୀ ସ୍ଥାପନ ମଧ୍ୟ କଲେ। ପରେ ସେଠାରେ ଯିହୂଦୀ ଉପଦେଶକମାନଙ୍କର ଗୋଟିଏ ଦଳ କେତେକ ଏପରି କଥାର ପ୍ରଚାର କଲେ, ୟାହା ୟୀଶୁଙ୍କ ପ୍ରକୃତ ଉପଦେଶ ନୁହେଁ। ଏହା ଦ୍ୱାରା ଗୋଟିଏ ଗଭୀର ସମସ୍ଯା ଠିଆ ହେଲା, କାରଣ ଜଣେ ଲୋକର ପରମେଶ୍ୱରଙ୍କ ସହିତ ପରସ୍ପର ସମ୍ବନ୍ଧ କ’ଣ, ତା ସହିତ ଏହାର ସମ୍ପର୍କ ଥିଲା। ଗାଲାତୀଯ ସୁଦ୍ଧା ୟାତ୍ରା କରି ନ ପାରି ପାଉଲ ଏହି ପତ୍ର ମାଧ୍ୟମରେ ନିଜର ବିଗ୍ଭର ଦୃଢ ଭାବରେ ଉପସ୍ଥାପିତ କଲେ। ପାଉଲଙ୍କ ଦ୍ୱାରା ରୋମୀୟମାନଙ୍କୁ ଲେଖାଯାଇଥିବା ପତ୍ର ଭଳି, ଏହି ପତ୍ରଟି ମଧ୍ୟ ଖ୍ରୀଷ୍ଟଧର୍ମର ମୂଳଦୁଆ ସହିତ ସମ୍ବନ୍ଧ ରଖିଥିବାରୁ ଅନ୍ୟ ପତ୍ରଗୁଡ଼ିକଠାରୁ ଭିନ୍ନ ଅଟେ।
ଏଫିସୀଯ: ପାଉଲ ଏହି ପତ୍ରଟି କାରାଗାରରୁ ଲେଖିଥିଲେ। କିନ୍ତୁ ଆମେ ଜାଣୁନା ୟେ ସେ କେଉଁଠାରୁ ଓ କେବେ ଲେଖିଲେ। ଏହି ପତ୍ରର ବିଷୟବସ୍ତୁ ପୃଥିବୀର ସମସ୍ତ ଲୋକେ ଖ୍ରୀଷ୍ଟଙ୍କ ରାଜ୍ୟରେ ସମ୍ମିଳିତ ହୋଇୟିବେ ବୋଲି ପରମେଶ୍ୱରଙ୍କ ଯୋଜନା ସହିତ ସମ୍ବନ୍ଧିତ। ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କୁ ପାଉଲ ଶିକ୍ଷା ଦେଇଛନ୍ତି ୟେ ସେମାନେ ଭାତୃଭାବ ନେଇ ରୁହନ୍ତୁ ଓ ସେମାନେ ନିଜ ଲୋକଙ୍କ ଲାଗି ତଥା ପରମେଶ୍ୱରଙ୍କ ଉଦ୍ଦେଶ୍ଯ ପ୍ରତି ପୂର୍ଣ୍ଣଭାବରେ ସମର୍ପିତ ହୁଅନ୍ତୁ।
ଫିଲିପ୍ପୀଯ: ଫିଲିପ୍ପୀଯଙ୍କୁ ମଧ୍ୟ ପାଉଲ ଏହି ପତ୍ରଟି କାରାଗାରରୁ ଲେଖିଥିଲେ। ସମ୍ଭବତଃ ଏହି ପତ୍ରଟି ରୋମରୁ ଲେଖାଯାଇଛି। ସେହି ସମୟରେ ପାଉଲ କେତେଗୁଡ଼ିଏ ସମସ୍ଯାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଏହି ପତ୍ରର ଆନନ୍ଦ ଓ ସାନ୍ତ୍ବନା ପ୍ରଦାନରେ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ଅଖଣ୍ତ ବିଶ୍ୱାସ ପରିଲକ୍ଷିତ ହୁଏ। ଫିଲିପ୍ପୀଯ ଖ୍ରୀଷ୍ଟୀଯାନମାନଙ୍କୁ ପ୍ରୋତ୍ସାହନ ଦେବା ଓ ସେମାନଙ୍କ ଦ୍ୱାରା ପ୍ରଦତ୍ତ ଆର୍ଥିକ ସାହାୟ୍ଯଲାଗି ସେମାନଙ୍କୁ ଧନ୍ୟବାଦ ପ୍ରଦାନକରିବା ଉଦ୍ଦେଶ୍ଯରେ ଏହି ପତ୍ରଟି ଲେଖା ଯାଇଥିଲା।
କଲସୀଯ: କଲସୀଯମାନଙ୍କୁ ଲିଖିତ ପାଉଲଙ୍କ ଏହି ପତ୍ରଟି, ଏସିଆ ମାଇନର (ତୁର୍କୀ) ର ସହର କଲସୀର, କେତେକ ଅସତ୍ଯ ଉପଦେଶ ପାଇଁ ଅସୁବିଧାରେ ପଡ଼ିଥିବା ମଣ୍ତଳୀ ପାଇଁ ଉଦ୍ଦିଷ୍ଟ ଏହିପତ୍ରର କେତେକ ଅଂଶ ଏଫିସୀଯମାନଙ୍କୁ ଲେଖାଯାଇଥିବା ପତ୍ର ସହିତ ସାମଞ୍ଜସ୍ଯ ରହିଛି। ଏହି ପତ୍ରରେ ପାଉଲ ବ୍ଯବହାରିକ ଉପଦେଶ ପ୍ରଦାନ କରିଛନ୍ତି ୟେ ଜଣେ ଖ୍ରୀଷ୍ଟଧର୍ମାବଲମ୍ବୀକୁ କିପରି ଜୀବନ ୟାପନ କରିବା ଉଚିତ।
ପ୍ରଥମ ଥସେଲନୀକୀ ଓ ଦ୍ବିତୀଯ ଥସେଲିନୀକୀ: ଏପରି ଜଣା ପଡେ ୟେ ଏହିପତ୍ର ଦୁଇଟି ପାଉଲଙ୍କର ପ୍ରଥମ କାଳର ପତ୍ର। ମାକିଦନିଆ (ଉତ୍ତର ଗ୍ରୀସ୍)ରେ ପାଉଲଙ୍କର ପ୍ରଥମ ୟାତ୍ରାବେଳେ ସେ ଥସେଲନୀକୀଯମାନଙ୍କୁ ପ୍ରଭୁଙ୍କର ସୁସମାଗ୍ଭର ପ୍ରଦାନ କରିଥିଲେ। କେତେଜଣ ବିଶ୍ୱାସ କଲେ ସତ୍ଯ, କିନ୍ତୁ ପାଉଲଙ୍କୁ ସେ ସ୍ଥାନ ଛାଡ଼ିବାକୁ ହେଲା। ଲୋକମାନଙ୍କୁ ଦ୍ୱାରା ଗ୍ରହଣ କରାଯାଇଥିବା ନୂତନ ଧର୍ମକୁ ଉତ୍ସାହିତ କରିବା ଉଦ୍ଦେଶ୍ଯରେ ପାଉଲ ଏହିପତ୍ରଟି ଲେଖିଥିଲେ। ଯେଉଁ କେତେକ କଥା (ୟୀଶୁଙ୍କ ଫେରି ଆସିବା) ଲୋକେ ବୁଝି ପାରୁ ନ ଥିଲେ, ସେ ବିଷୟରେ ପାଉଲ ବର୍ଣନା କରିଥିଲେ। ଦ୍ବିତୀଯ ପତ୍ରଟି ମଧ୍ୟ ଉକ୍ତ ବିଷୟଟିକୁ ଆହୁରି ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରେ।
ପ୍ରଥମ ତୀମଥି ଓ ଦ୍ବିତୀଯ ତୀମଥି ଏବଂ ତିତସ: ନିଜ ଜୀବନର ଶେଷ କାଳରେ, ପାଉଲ ନିଜର ଦୁଇଜଣ ଅନ୍ତରଙ୍ଗ ସହଯୋଗୀମାନଙ୍କୁ ଏହି ପତ୍ରମାନ ଲେଖିଥିଲେ। ପାଉଲ, ତୀମଥିଙ୍କୁ ଏଫିସୀଠାରେ ଓ ତିତସଙ୍କୁ କ୍ରୀତିଠାରେ ମଣ୍ତଳୀ କାର୍ୟ୍ଯ ଓ ଆନୁଷ୍ଠାନିକ ସମସ୍ଯାଗୁଡ଼ିକରେ ସାହାୟ୍ଯ କରିବା ପାଇଁ ଛାଡ଼ି ଆସିଲେ। ସେମାନେ ସେଠାରେ ମଣ୍ତଳୀକୁ ସ୍ୱାଧୀନ ନେତୃତ୍ତ୍ବ ନେବା ଓ କାମ କରିବା ବିଷୟରେ ଦୃଢ କରିବା କଥା। ପ୍ରଥମ ତୀମଥି ଏ ତୀତସକୁ ଲେଖିଥିବା ପତ୍ରଗୁଡ଼ିକରେ ପାଉଲ ପ୍ରଚୀନମାନଙ୍କୁ ବାଛିବା ଓ ସମସ୍ଯାଗୁଡ଼ିକୁ ସମାଧାନ କରିବା ବିଷୟରେ ପରାମର୍ଶ ଦେଇଛନ୍ତି। ତୀମଥିଙ୍କୁ ଲେଖିଥିବା ଦ୍ବିତୀଯ ପତ୍ରଟି ସେହି ସମୟରେ ଲେଖାଯାଇଛି, ୟେତେବେଳେ ପାଉଲ କାରାଗାରରେ ଥିଲେ ଓ ଅନୁଭବ କରୁଥିଲେ ୟେ, ଏହା ତାହାଙ୍କ ଜୀବନର ଶେଷ ସମୟ। ଅତଏବ ଏହି ପତ୍ରଟି ବ୍ଯକ୍ତିଗତ ଅଟେ ଓ ନାନା ପରାମର୍ଶ ଓ ଉତ୍ସାହରେ ପରିପୂର୍ଣ୍ଣ ମଧ୍ୟ। ପାଉଲ ତୀମଥିଙ୍କୁ ବିଶ୍ୱାସ, ଆଶ୍ୱାସନା ଓ ସହନଶୀଳତା ଗୁଣ ପ୍ରତି ନିଜର ଉଦାହରଣ ପ୍ରସ୍ତୁତ କରି ପ୍ରେରଣା ଦେଇଛନ୍ତି।
ଫିଲୀମୋନ: ଏହି ପତ୍ରଟି ସଂୟିପ୍ତ। କଲସୀଯମାନଙ୍କୁ ୟେତେବେଳେ ପତ୍ର ଲେଖା ଯାଇଥଲା, ସେହି ସମୟରେ ଏହି ପତ୍ରଟି ମଧ୍ୟ ଲେଖା ଯାଇଛି। ଫିଲୀମୋନ ହେଉଛନ୍ତି କଲସୀ ନଗରର ଜଣେ ଖ୍ରୀଷ୍ଟିଯାନ। ସେ ଅନୀଶିମ ନାମକ ଜଣେ ପଳାତକ କ୍ରୀତଦାସର ମାଲିକ। ଫିଲୀମୋନ ପାଉଲଙ୍କ ଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ଏହି ପତ୍ରରେ ପାଉଲ ଫଲୀମୋନଙ୍କୁ କହିଛନ୍ତି ୟେ, ସେ ଅନୀଶିମକୁ କ୍ଷମା କରନ୍ତୁ ଓ ପୁନଃ ତାହାକୁ ସ୍ୱାଗତ ଜଣାନ୍ତୁ।
ଅନ୍ୟ ଶିଷ୍ୟମାନଙ୍କର ଆଠଟି ପତ୍ର
ଏବ୍ରୀୟ: ଏହି ପତ୍ରର ଲେଖକଙ୍କର ନାମ ଅଜ୍ଞାତ ଅଟେ। ଏହା କିନ୍ତୁ ସ୍ପଷ୍ଟ ୟେ ଏହି ପତ୍ରଟି ୟୀଶୁଙ୍କଠାରେ ବିଶ୍ୱାସ ରଖିଥିବା ଯିହୂଦୀମାନଙ୍କ ନାମରେ ଲେଖା ଯାଇଛି। ୟୀଶୁଙ୍କ ପ୍ରତି ବିଶ୍ୱାସୀ ଲୋକମାନଙ୍କର ବିଶ୍ୱାସକୁ ଖଣ୍ତିତ କରିବା ବେଳରେ, ତାହାଙ୍କର ବିଶ୍ୱାସକୁ ଦୃଢ ଓ ଉତ୍ସାହିତ କରିବା ଲାଗି ଏହି ପତ୍ରଟି ଲେଖା ଯାଇଥିଲା। ଲେଖକ ସମଗ୍ର ସଂସାରରେ ୟୀଶୁଙ୍କ ମହତ୍ତ୍ୱ ଉପରେ ଅଧିକ ଗୁଗୁତ୍ତ୍ବ ପ୍ରଦାନ କରିଛନ୍ତି। ଲେଖକଙ୍କର ଶିକ୍ଷା ଏହି ୟେ, ୟୀଶୁଖ୍ରୀଷ୍ଟଙ୍କର ଅମର ଯାଜକତ୍ୱ ଓ ‘ଉନ୍ନତ ଚୁକ୍ତି’; ପୁରାତନ ନିଯମର ଯାଜକତ୍ୱ ଓ “ପ୍ରଥମ ଚୁକ୍ତି” ତୁଳନାରେ ଅଧିକ ଉତ୍ତମ ଅଟେ। ଶେଷରେ ଲେଖକ ପରମେଶ୍ୱରଙ୍କୁ ବିଶ୍ୱାସ କରିବା ଓ ତାହାଙ୍କ ନାମରେ ଜୀବନୟାପନ କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି।
ୟାକୁବ: ୟାକୁବଙ୍କର ପତ୍ରରରେ ସବୁବେଳେ “ବ୍ଯବହାରିକ” ଶବ୍ଦର ବ୍ଯବହାର କରାଯାଇଛି। କେତେକ ଲୋକଙ୍କର ବିଶ୍ୱାସ ୟେ ଲେଖକ ହେଉଛନ୍ତି ୟୀଶୁଖ୍ରୀଷ୍ଟଙ୍କର ଭାଇ ୟାକୁବ। ନ୍ୟାଯ, ନିଷ୍ପେଷିତ, ଗରିବଙ୍କୁ ସାହାୟ୍ଯ କରିବା, ସଂସାର ସହିତ ମୈତ୍ରୀ, ବୁଦ୍ଧି, ଆତ୍ମ ନିଯନ୍ତ୍ରଣ, ପରୀକ୍ଷଣ କରିବା, ଶୁଣିବା, ଧର୍ମ ଓ କାର୍ୟ୍ଯ ଇତ୍ୟାଦି ବିଷୟରେ ୟେତେବେଳେ ସେ କୁହନ୍ତି, ସେଥିରୁ ସେ ଯିହୂଦୀ ପରିବେଶର ଲୋକ ବୋଲି ସ୍ପଷ୍ଟ ଭାବରେ ଜଣାପଡନ୍ତି। ସେ ଲୋକମାନଙ୍କୁ ର୍ଧୈୟ୍ଯ ରଖିବାପାଇଁ ଓ ପ୍ରାର୍ଥନା କରିବାପାଇଁ ଉତ୍ସାହିତ କରିଛନ୍ତି।
ପ୍ରଥମ ପିତର ଓ ଦ୍ବିତୀଯ ପିତର: ପ୍ରେରିତ ପିତରଙ୍କ ଦ୍ୱାରା ଏହି ପତ୍ରଦୁଇଟି ବିଭିନ୍ନ ସ୍ଥାନରେ ରହୁଥିବା ଖ୍ରୀଷ୍ଟୀଯାନମାନଙ୍କ ଲାଗି ଲେଖାଯାଇଥିଲା। ସେ ଏହି ଲୋକମାନଙ୍କୁ ଜୀବନ୍ତ ଭରସା ଓ ସ୍ୱର୍ଗରେ ସେମାନଙ୍କର ପ୍ରକୃତ ଘର ଥିବା ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ସେମାନେ ଯେଉଁ କଷ୍ଟରେ କାଳାତିପାତ କରୁଥିଲେ, ପିତର ସେମାନଙ୍କୁ ଆଶ୍ୱାସନା ଦେଲେ ୟେ, ପରମେଶ୍ୱର ସେମାନଙ୍କୁ ଭୁଲି ପାରିବେ ନାହିଁ ଓ ଏହି କଷ୍ଟ ସେମାନଙ୍କୁ ଭଲ ଆଡକୁ ନେଇୟିବ। ସେମାନଙ୍କୁ ପିତର ମନେ ପକାଇ ଦେଲେ ୟେ, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରିଛନ୍ତି ଓ ସେମାନଙ୍କର ପାପଗୁଡ଼ିକୁ ୟୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ସେ କ୍ଷମା କରି ଦେଇଛନ୍ତି। ଏହା ପ୍ରତିବଦଳରେ ସେମାନେ ପ୍ରକୃତ ଜୀବନୟାପନ କରିବା ଉଚିତ। ଦ୍ବିତୀଯ ପିତରରେ ଲେଖକ ଭଣ୍ତଶିକ୍ଷକମାନଙ୍କୁ ମୁକାବିଲା କରିଛନ୍ତି ଓ ପ୍ରକୃତ ଜ୍ଞାନ ଓ ଖ୍ରୀଷ୍ଟଙ୍କ ପୁନାରାବର୍ତ୍ତନର ଶିକ୍ଷା ପ୍ରଦାନ କରିଛନ୍ତି।
ପ୍ରଥମ ୟୋହନ, ଦ୍ବିତୀଯ ୟୋହନ ଓ ତୃତୀଯ ୟୋହନ: ଏହି ପତ୍ର ତିନୋଟି, ପ୍ରେରିତ ୟୋହନଙ୍କ ଦ୍ୱାରା ଲିଖିତ। ପ୍ରେମ ଭାବରେ ପରିପୂର୍ଣ୍ଣ ଏହି ପତ୍ରଗୁଡ଼ିକ ବିଶ୍ୱାସୀମାନଙ୍କୁ ଆଶ୍ୱାସନା ପ୍ରଦାନ କରନ୍ତି ୟେ, ପରମେଶ୍ୱର ସର୍ବଦା ସେମାନଙ୍କୁ ସ୍ୱୀକାର କରିବେ। ଏହି ପତ୍ରଗୁଡ଼ିକ ଶିକ୍ଷା ପ୍ରଦାନ କରନ୍ତି ୟେ, ନିଜ ପରିବେଶରେ ରହୁଥିବା ଲୋକମାନଙ୍କ ପ୍ରତି ପ୍ରେମଭାବ ରଖିବା ଓ ପରମେଶ୍ୱର ଗ୍ଭହୁଁ ଥିବା କାର୍ୟ୍ଯମାନ କରିବା ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ନିଜର ପ୍ରେମ ପ୍ରଦର୍ଶିତ କରିପାରିବା। ଦ୍ବିତୀଯ ଓ ତୃତୀଯ ପତ୍ରରେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ପରସ୍ପର ପ୍ରେମଭାବ ରଖିବା ଓ ଅପବିତ୍ର ଆଚରଣ ତଥା ଭଣ୍ତଶିକ୍ଷକମାନଙ୍କ ପ୍ରତି ସାବଧାନ ରହିବାପାଇଁ ୟୋହନ ନିଜର ଇଚ୍ଛା ବ୍ଯକ୍ତ କରିଛନ୍ତି।
ଯିହୂଦା: ଏହି ପତ୍ରର ଲେଖକଙ୍କ ସମ୍ଭବତଃ ୟାକୁବ (ଜେମ୍ସ)ର ଭାଇ ବା କଦାଚିତ୍ ୟୀଶୁଙ୍କର ଭାଇ। ଏହି ପତ୍ର ନିଷ୍ଠାକୁ ଉତ୍ସାହିତ କରେ ଓ ଗଣ୍ତଗୋଳକାରୀ ତଥା ଭଣ୍ତଶିକ୍ଷକମାନଙ୍କ ବିଷୟରେ ସୂଚନା ପ୍ରଦାନ କରେ।
ପ୍ରକାଶିତ ବାକ୍ଯ: ପ୍ରେରିତ ୟୋହନଙ୍କର ଏହି ପୁସ୍ତକଟି ଅନ୍ୟ ସମସ୍ତ ପୁସ୍ତକଗୁଡ଼ିକଠାରୁ ସମ୍ପୂର୍ଣ ଭିନ୍ନ ଅଟେ। ଏହି ପୁସ୍ତକରେ ୟୋହନଙ୍କର ଦିବ୍ଯଦର୍ଶନର ଅନୁଭୂତିଗୁଡ଼ିକୁ ଅତ୍ଯନ୍ତ ଆଳଂକାରିକ ଭାଷାରେ ପ୍ରସ୍ତୁତ କରାଯାଇଛି। କେତେକ ଚିତ୍ର ‘ପୁରାତନ ନିଯମ’ରୁ ଗ୍ରହଣ କରାଯାଇଛି। ସେଗୁଡ଼ିକୁ ବୁଝିବାକୁ ହେଲେ, ସେଗୁଡ଼ିକର ତୁଳନା ‘ପୁରାତନ ନିଯମ’ର ଲେଖାସହିତ କରିବାକୁ ହେବ। ଏହି ପୁସ୍ତକଦ୍ୱାରା ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କଠାରେ ବିଶ୍ୱାସ ଜାଗୃତ କରାୟାଏ ୟେ ପରିଶେଷରେ ପରମେଶ୍ୱର ଓ ୟୀଶୁଖ୍ରୀଷ୍ଟଙ୍କର ବିଜୟ ହେବ। ୟୀଶୁଖ୍ରୀଷ୍ଟ ହେଉଛନ୍ତି ସେମାନଙ୍କର ବିଶ୍ୱାସରନେତା ଓ ସାହାୟ୍ଯକାରୀ।
ବାଇବଲ ଓ ଆଜିର ପାଠକ
ଆଜିର ବାଇବଲର ପାଠକକୁ ମନେ ରଖିବାକୁ ହେବ ୟେ ଏହି ପୁସ୍ତକଗୁଡ଼ିକ ଆଜିଠାରୁ ହଜାର ହଜାର ବର୍ଷ ପୂର୍ବରୁ, ଆମଠାରୁ ବହୁତ ଭିନ୍ନ ପ୍ରକାରର ସଂସ୍କୃତିରେ ରହିଥିବା ଲୋକମାନଙ୍କ ପାଇଁ ଲେଖା ହୋଇଥିଲା। ସାଧାରଣତଃ ଏହି ଲେଖାଗୁଡ଼ିକ ବିଶ୍ୱରେ ସାର୍ବଜନୀନ ସତ୍ଯ ଜୀବନ ମୂଲ୍ଯଗୁଡ଼ିକୁ ମହତ୍ତ୍ୱ ଦିଅନ୍ତି, କିନ୍ତୁ ଅନେକଗୁଡ଼ିଏ ଐତିହାସିକ ବିବରଣ, ଉଦାହରଣ ଓ ସର୍ତ୍ତ ୟାହା ସବୁ ଏଗୁଡ଼ିକରେ ବ୍ଯବହୃତ, ସେଗୁଡ଼ିକୁ, କେବଳ ସେମାନଙ୍କର ସଂସ୍କୃତି ଓ ସମୟ ବିଷୟରେ ଜ୍ଞାନ ଥିଲେହେଁ ବୁଝି ହେବ। ଉଦାହରଣ ସ୍ୱରୂପ, ୟୀଶୁ ଜଣେ ଲୋକର କାହାଣୀ କହିଛନ୍ତି ୟିଏ ଭିନ୍ନ ପ୍ରକାର ଅବସ୍ଥା ଥିବା ଜମିରେ ବୀଜ ବୁଣୁଛି। ସେହି ଜମିର କିପ୍ରକାରର ଅବସ୍ଥା ଥିଲା, ଆଜିର ଲୋକ ତାହା ଜାଣି ନ ପାରନ୍ତି। କିନ୍ତୁ ଏହି ଉଦାହରଣ ଦ୍ୱାରା ୟୀଶୁ ଯେଉଁ ଶିକ୍ଷା ପ୍ରଦାନ କରନ୍ତି, ତାହା ପ୍ରତ୍ୟେକ ଦେଶ ଓ କାଳର ଲୋକମାନଙ୍କ ପାଇଁ ସମାନ ଭାବରେ ଘଟିଥାଏ। ବାଇବଲର ଜଗତକୁ ଆଜିର ପାଠକ ଅତି ବିଚିତ୍ର ବୋଲି ଭାବିପାରେ। ସେ ସମୟର ରୀତି ନୀତି, ପ୍ରବୃତ୍ତି, ଲୋକମାନଙ୍କର କଥା କହିବା ଶୈଳୀ ଆମକୁ ଅପରିଚିତ ଲାଗିବ। ପ୍ରକୃତରେ ତର୍କସଙ୍ଗତ ବିଷୟ ଏହା ୟେ, ଉକ୍ତ କଥାଗୁଡ଼ିକୁ ସେହି ସମୟ ଓ ସ୍ଥାନ (ପରିବେଶ)ର ସନ୍ଦର୍ତ୍ତରେ ଓ ମାନଦଣ୍ତରେ ମୂଲ୍ଯ ନିର୍ଦ୍ଧାରଣ କରାଯିବା ଉଚିତ। ଏ କଥା ମଧ୍ୟ ଧ୍ୟାନ ରଖିବାକୁ ହେବ ୟେ, ବାଇବଲଟି ବିଜ୍ଞାନ ପୁସ୍ତକ ହିସାବରେ ଲେଖାଯାଇ ନାହିଁ। ଐତିହାସିକ ଘଟଣାଗୁଡ଼ିକର ବର୍ଣନା ପାଇଁ, ମାନବ ସମାଜ ପାଇଁ, ସେହି ଘଟଣା ଗୁଡ଼ିକର ମହତ୍ତ୍ୱର ପ୍ରତିପାଦନ ପାଇଁ ବାଇବଲ୍ ଲେଖାଯାଇଥିଲା। ଏହାର ଶିକ୍ଷାରେ ସାର୍ବଜନୀନ ସତ୍ଯ ଅଛି, ଏହା ବିଜ୍ଞାନର ସୀମାର ବହୁତ ଦୂରରେ। ଆଜିର ଏହି ୟୁଗରେ ମଧ୍ୟ ବାଇବଲର ସମ୍ପୂର୍ଣ ପ୍ରାସଙ୍ଗିକତା ରହିଛି, କାରଣ ଏହା, ସର୍ବଦା ଅପରିବର୍ତ୍ତନଶୀଳ ମନୁଷ୍ୟର ମୌଳିକ ଆଧ୍ୟାତ୍ମିକ ଆବଶ୍ଯକତା ସହିତ ସମ୍ପୃକ୍ତ ଅଟେ। ବାଇବଲର କୌଣସି ନିରପେକ୍ଷ ପାଠକକୁ ମଧ୍ୟ ଅନେକଗୁଡ଼ିଏ ଲାଭ ମିଳି ପାରେ। ସେ ପ୍ରାଚୀନତମ ସଂସାରର ସଭ୍ଯତା (ସଂସ୍କୃତି) ଓ ଇତିହାସର ଜ୍ଞାନ ପାଇପାରେ; ୟୀଶୁଖ୍ରୀଷ୍ଟଙ୍କ ଜୀବନ ଓ ଶିକ୍ଷାର ଜ୍ଞାନ ପାଇପାରେ ଓ ତାହାଙ୍କର (ୟୀଶୁଙ୍କର) ଶିଷ୍ୟ ହେବାର ଅର୍ଥ କ’ଣ ଏହା ମଧ୍ୟ ଜାଣିପାରେ। ସେ ମୌଳିକ ଆଧ୍ୟାତ୍ମିକ ଅନ୍ତଦୃଷ୍ଟି ପାଇ ପାରେ ଓ ତା, ସହିତ କର୍ମକୁଶଳ ଆନନ୍ଦପୂର୍ଣ୍ଣ ଜୀବନୟାପନ ପାଇଁ ବ୍ଯବହାରିକ ଜ୍ଞାନ ଶିକ୍ଷା କରିପାରେ। ଜୀବନର ଅତ୍ଯନ୍ତ ଗୂଢ ପ୍ରଶ୍ନଗୁଡ଼ିକର ଉତ୍ତର ଏଥିରେ ସେ ସହଜରେ ପାଇ ପାରେ। ଅତଏବ ଏହି ପୁସ୍ତକ ପଢିବା ପାଇଁ ଅନେକ କିଛି ଉତ୍ତମ କାରଣ ରହିଛି। ଯେଉଁ ଲୋକ ଖୋଲା ମନରେ ଓ ଜିଜ୍ଞାସା ସହିତ ଏହି ବାଇବଲ ପଢିବ, ସେ ତା’ର ଜୀବନରେ ପରମେଶ୍ୱରଙ୍କ ଉଦ୍ଦେଶ୍ଯ କ’ଣ ତାହା ଖୋଜି ପାଇପାରିବ।
ପୁରାତନ ନିଯମ
ନୂତନ ନିଯମ