ଜିସୁ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ନିମାନ୍ କଲା
୧ଦିନେକ୍ ଜିସୁ ଜିବାବେଲେ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ଦେକ୍ଲା । ୨ଆରି ତାର୍ ସିସ୍ମନ୍ ତାକେ ପାଚାର୍ଲାଇ, “ଏ ଗୁରୁ କେ ପାପ୍ କଲାଇଜେ ଏ ଲକ୍ କାଣାଅଇ ଜନମ୍ ଅଇଲା ? ସେ ନିଜେ କି ତାର୍ ବାବା ମାଆର୍ ପାପର୍ ଲାଗି ?”
୩ଜିସୁ କଇଲା, “ତାର୍ କି ତାର୍ ବାବା ମାଆର୍ କାଇ ପାପ୍ଦସ୍ ନାଇ । ପର୍ମେସରର୍ ବପୁ ତାର୍ଟାନେ ଜାନାପଡ୍ସି ବଲି, ସେ କାଣା ଅଇ ଜନମ୍ ଅଇଲା ଆଚେ । ୪ବେଲ୍ ରଇତେସେ ମକେ ପାଟାଇରଇବା ପର୍ମେସରର୍ କାମ୍ ଆମେ କର୍ବାର୍ ଆଚେ । ଏନ୍ତି ଆନ୍ଦାର୍ ଆଇଲାନି ସେ ବେଲାଇ କେ ମିସା କାଇ କାମ୍ କରି ନାପାରତ୍ । ୫ ମୁଇ ଜେତେ ଦିନ୍ ଜାକ ଏ ଦୁନିଆଇ ରଇବି ସେତ୍କି ଦିନ୍ ଜାକ ଏ ଦୁନିଆର୍ ଉଜଲ୍ ।”
୬ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍ ସଙ୍ଗ୍ କାଦ ଚକଟ୍ଲା । ଆରି ସେ କାଦ ନେଇକରି କାଣାର୍ ଦୁଇଟା ଆଁକିତେଇ ଲିପିଦେଲା । ୭ଆରି ତାକେ କଇଲା, “ତୁଇ ଜା ଆରି ସିଲଅ ନାଉଁର୍ ବନ୍ଦେ ଜାଇକରି ମୁ ଦଇ ଆଉ ।” ସିଲଅର୍ ଅରତ୍ ଅଇଲାନି ପାଟାଇଲାଟା । ତାର୍ ପଚେ ସେ ଲକ୍ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍ଲା ଆରି ଆଇଲା ।
୮କେତେକ୍ ଲକ୍ମନ୍ ଏ ଲକ୍କେ ଆଗ୍ତୁ ବିକ୍ ମାଙ୍ଗ୍ବାଟା ଦେକି ରଇଲାଇ । ସେଟାର୍ ପାଇ ଏ ଲକ୍ମନ୍ ଆରି କାଣାର୍ ଗର୍ ଲଗର୍ ଲକ୍ମନ୍ ତାକେ ଦେକି କଇଲାଇ, “ଜନ୍ ଲକ୍କି ସବୁବେଲା ବସିକରି ବିକ୍ ମାଙ୍ଗ୍ତେ ରଇଲା ସେ କାଇ ଏ ଲକ୍ ନଏଁ କି ?”
୯କେତେ ଲକ୍ମନ୍ କଇଲାଇ, “ଉଁ ଏତାଉ ସେ ଲକ୍ସେ ।” ମାତର୍ ଆରି ଅଦେକ୍ ଲକ୍ କଇଲାଇ, “ନାଇ ଏ ସେ ଲକ୍ ନଏଁ ମାତର୍ ତାର୍ ପାରା ଡିସ୍ଲାନି ।” ମାତର୍ କାଣା କଇଲା, “ମୁଇସେ ଆଗ୍ତୁ କାଣା ଅଇରଇଲି ।”
୧୦ଲକ୍ମନ୍ ତାକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍ଲୁସ୍ନି ?”
୧୧କାଣା ସେମନ୍କେ କଇଲା, “ଲକ୍ମନ୍ ଜନ୍ ଲକ୍କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍ ଆଁକିତେଇ ଲିପିଦେଲା । ତାର୍ପଚେ ସେ ମକେ ‘ସିଲଅ ନାଉଁର୍ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍ରେ ଦେକି ପାର୍ଲି ।”
୧୨ଆରି ଲକ୍ମନ୍ ତାକେ କଇଲାଇ, “ସେ କନ୍ତି ଆଚେ ?” ସେ “ମୁଇ ନାଜାନି” ବଲି କଇଲା ।
ପାରୁସିମନ୍ ନିକ ଅଇ ରଇବା ବିସଇ ଜାନ୍ବାକେ ଚେସ୍ଟା କଲାଇ
୧୩ତାର୍ ପଚେ ଲକ୍ମନ୍ ଆଗେଅନି କାଣା ଅଇରଇଲା ଲକ୍କେ ପାରୁସିମନର୍ ଲଗେ ଡାକିନେଲାଇ । ୧୪ଜିସୁ ଜନ୍ ଦିନେ କାଦ ଲିପିକରି ତାର୍ ଆଁକି ନିକ କରିରଇଲା, ସେ ଦିନ୍ ବିସ୍ରାମ୍ବାର୍ ରଇଲା । ୧୫ପାରୁସି ଲକ୍ମନ୍ ତାକେ ଆରିତରେକ୍ ପାଚାର୍ଲାଇ, “ତୁଇ କେନ୍ତାର୍ ଦେକିପାର୍ଲୁସ୍ନି ?” ତେଇ ସେ ସେମନ୍କେ କଇଲା, “ଜିସୁ ମର୍ ଆଁକିଟାନେ କାଦ ଲାଗାଇଦେଲା । ପଚେ ମୁଇ ମୁ ଦଇ ଆଇଲି ଆରି ଏବେ ଦେକି ପାର୍ଲିନି ।”
୧୬କେତେଟା ପାରୁସିମନ୍ କଇଲାଇ, “ଏ ଲକ୍ ପର୍ମେସରର୍ ତେଇଅନି ଆସେ ନାଇ । ସେଟାର୍ ପାଇଁ ସେ ବିସ୍ରାମ୍ ଦିନର୍ ନିୟମ୍ ମାନେନାଇ ।”
ଆରି ଅଦେକ୍ ଲକ୍ମନ୍ କଇଲାଇ, “ଗଟେକ୍ ପାପି ଲକ୍ କେବେ ମିସା ଏନ୍ତି କାବାଅଇଜିବା କାମ୍ କରିନାପାରେ ।” ଏନ୍ତି ଜିଉଦି ଲକ୍ମନ୍ ଦୁଇ ବାଗ୍ ଅଇଗାଲାଇ ।
୧୭ସେଟାର୍ ପାଇ ସେମନ୍ ସେ ଲକ୍କେ ଆରି ତରେକ୍ ପାଚାର୍ଲାଇ, “ତକେ ଜିସୁ ନିମାନ୍ କଲାଜେ ଦେକି ପାର୍ଲୁସ୍ନି । ଏନ୍ତି ବଇଲେ ତୁଇ ତାକେ କେ ବଲି ବାବ୍ଲୁସ୍ନି ?”
ସେ ଲକ୍ ସେମନ୍କେ କଇଲା, “ସେ ଗଟେକ୍ ବବିସତ୍ବକ୍ତା ।”
୧୮ଜିଉଦି ନେତାମନ୍ ସେ ନିମାନ୍ ଅଇଲା ଲକ୍ ଆଗ୍ତୁ କାଣା ରଇଲା ଜେ ଏବେ ସେ ଦେକିପାର୍ବା ବିସଇ ମୁଲ୍କେ ବିସ୍ବାସ୍ କରତ୍ନାଇ । ପାରୁସିମନ୍ ସେ ଲକର୍ ମାଆ ବାବାକେ ନ ଡାକ୍ବା ଜାକ ମୁଲ୍କେ ବିସ୍ବାସ୍ କରତ୍ନାଇ । ୧୯ସେମନ୍ ତାର୍ ମାଆ ବାବାକେ ପାଚାର୍ଲାଇ, “ଏଟା ତମର୍ ପିଲା କି ? ସେ ଜନ୍ମେ ଅନି କାଣାଟା ବଲି ତମେ କଇଲାସ୍ନି, ଏନ୍ତି ବଇଲେ ସେ କେନ୍ତି ଦେକିପାର୍ଲାନି ?”
୨୦ତାର୍ ମାଆ ବାବା କଇଲାଇ, “ଉଁ ଏଟା ଆମର୍ ପିଲା । ସେ ଜନ୍ମେଅନି କାଣା ରଇଲା ବଲି ଆମେ ଜାନି ଆଚୁ । ୨୧ମାତର୍ ଏବେ ସେ କେନ୍ତି ଦେକିପାର୍ଲାନି ଆରି କେ ତାକେ ନିମାନ୍ କଲା ସେଟା ଆମେ ନାଜାନୁ । ସେ ଏବେ ବଡ୍ ଅଇଲା ଆଚେ ତାକେ ପାଚାରା ସେ ନିଜେ କଇସି ।” ୨୨ତାର୍ ମାଆ ବାବା ଜିଉଦି ନେତାମନ୍କେ ଡରି ଏନ୍ତି ବଲି କଇଦେଲାଇ । କାଇକେ ବଇଲେ ଜିସୁକେ ଜଦି ମସିଅ ବଲି କଇସି ବଇଲେ ତାକେ ପର୍ମେସର୍କେ ଉପାସନା କର୍ବା ଗର୍ ବିତ୍ରେ ଜିବାକେ ନ ଦେଅତ୍ ବଲି ଆଗ୍ତୁସେ କଇରଇଲାଇ । ୨୩ସେଟାର୍ପାଇ ସେ ମାଆ ବାବା କଇଲାଇ, “ସେ ତ ବଡ୍ ଅଇଲା ଆଚେ, ତାକେ ପାଚାରା ।”
୨୪ସେମନ୍ ସେ ଲକ୍କେ ଆରି ତରେକ୍ ବିତ୍ରେ ଡାକି କରି ପାଚାର୍ଲାଇ, “ପର୍ମେସର୍କେ ରାନ୍ ପାକାଇ କ । ଜିସୁ ଗଟେକ୍ ପାପି ଲକ୍ ବଲି ଆମେ ଜାନୁ ।”
୨୫ତାର୍ ପଚେ ସେମନ୍କେ ସେ କଇଲା, “ସେ ପାପି ଲକ୍କି ନଏଁ ସେଟା ମୁଇ ଜାନି ନାଇ । ମାତର୍ ମୁଇ ଗଟେକ୍ ବିସଇ ଜାନି ଆଚି ସେଟା ଅଇଲାନି, ମୁଇ ଆଗ୍ତୁ କାଣା ରଇଲି, ଏବେ ଦେକି ପାର୍ଲିନି ।”
୨୬ଜିଉଦି ନେତାମନ୍ ତାକେ ପାଚାର୍ଲାଇ, “ସେ ତକେ କାଇଟା କଲା ? କେନ୍ତି ତର୍ ଆଁକି ପିଟାଇଦେଲା ?”
୨୭ସେ ସେମନ୍କେ କଇଲା, “ମୁଇ ଆଗ୍ତୁସେ କଇ ସାରାଇଆଚି, ମାତର୍ ତମେ ମାନ୍ବାକେ ମନ୍ କରାସ୍ ନାଇ । ଏବେ ଆରି ତରେକ୍ କାଇକେ ପାଚାର୍ଲାସ୍ନି ? ତମେ ମିସା କାଇ ତାର୍ ସିସ୍ ଅଇବାକେ ମନ୍କଲାସ୍ନି କି ?”
୨୮ସେମନ୍ ସାଇପ୍ ଦେଇ କଇଲାଇ, “ତୁଇ କାଇ ତାର୍ ସିସ୍ ଅଇସୁ, ଆମେ ନଉଁ, ଆମେ ମସାର୍ ସିସ୍ମନ୍ । ୨୯ପର୍ମେସର୍ ମସାର୍ତେଇ କାତା ଅଇରଇଲାଟା ଆମେ ଜାନିଆଚୁ, ମାତର୍ ଏ ଲକ୍ କନ୍ତିଅନି ଆଇଲାଆଚେ, ସେଟା ନାଜାନୁ ।”
୩୦ତାର୍ ପଚେ ସେ ଲକ୍ ଜିଉଦି ନେତାମନ୍କେ କଇଲା, “ଏଟା ଗଟେକ୍ ବେସି ବଡ୍ କାବାଅଇଜିବା ବିସଇ । ସେ ଲକ୍ ମର୍ ଆଁକି ନିମାନ୍ କଲାଆଚେ, ମାତର୍ ସେ କନ୍ତିଅନି ଆଇଲା ଆଚେ, ସେଟା ତମେ ନାଜାନୁ ବଲି କଇଲାସ୍ନି ।” ୩୧ପାପି ଲକ୍ମନର୍ ପାର୍ତନା ପର୍ମେସର୍ ନ ସୁନେ ବଲି ସବୁ ଲକ୍ମନ୍ ଜାନିଆଚତ୍ । ମାତର୍ ଜନ୍ ଲକ୍ ପର୍ମେସର୍କେ ଜୁଆର୍ କରି ସେ ମନ୍କଲା ଇସାବେ ଚଲାଚଲ୍ତି କଲାନି, ସେ ତାର୍ କାତା ସୁନ୍ସି । ୩୨ଦୁନିଆ ଆରାମେଅନି, ଜନ୍ମେ ଅନି କାଣା ରଇଲା ଗଟେକ୍ ଲକ୍କେ ଆଁକି ଡିସାଇବାଟା ଏବେ ଜାକ ମିସା ନ ସୁନିରଇଲାଇ । ୩୩ଏ ଲକ୍ ଜଦି ପର୍ମେସରର୍ ଟାନେଅନି ଆସି ନ ରଇଲେ, କେବେ ମିସା ଏ କାମ୍ କରିନାପାର୍ତା । ୩୪ସେବେଲା ଜିଉଦି ନେତାମନ୍ କଇଲାଇ, “ତୁଇ ପାପେ ଜନମ୍ ଅଇକରି ପୁରାପୁରୁନ୍ ପାପେ ବୁଡି ଆଚୁସ୍ । ତେଇଅନି ତୁଇ ବାଅଡ୍ । ଆମ୍କେ ସିକାଇଲୁସ୍ନି ?” ଏନ୍ତି କଇକରି ସେମନ୍ ତାକେ ଜିଉଦିମନର୍ ପାର୍ତନା ଗରେଅନି ବାର୍କରାଇଦେଲାଇ ।
ଆତ୍ମା ଇସାବେ କାଣା ରଇବାଟା
୩୫ଜିସୁ ସେ ଲକ୍କେ ପାର୍ତନା ଗରେ ଅନି ବାର୍ କରାଇ ଦେଲାଟା ସୁନି ଆରିତରେକ୍ ତାକେ ଦେକାଇଅଇ, ପାଚାର୍ଲା, “ତୁଇ ପର୍ମେସର୍ ତେଇଅନି ଆଇଲା ନର୍ପିଲାକେ ବିସ୍ବାସ୍ କଲୁସ୍ନି କି ?”
୩୬ସେ କାଣା ଲକ୍ କଇଲା, “ଏ ଆଗିଆଁ ସେ ଲକ୍ କେ ? ମୁଇ ତାକେ ବିସ୍ବାସ୍ କର୍ବି ।”
୩୭ଜିସୁ ତାକେ କଇଲା, “ତୁଇ ତାକେ ଦେକିଆଚୁସ୍, ଆରି ଏବେ ଜନ୍ ଲକର୍ ସଙ୍ଗ୍ କାତା ଅଇଲୁସ୍ନି, ସେ ଆକା ସେ ଲକ୍।”
୩୮ସେବେଲାଇ ସେ କଇଲା, “ମାପ୍ରୁ ମୁଇ ତକେ ବିସ୍ବାସ୍ କଲିନି ।” ଆରି ଜିସୁର୍ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍ କଲା ।
୩୯ଜିସୁ କଇଲା, “ମୁଇ ଏ ଦୁନିଆର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିଆଚି । ସେଟାର୍ ପାଇ କାଣା ଲକ୍ମନ୍ ଦେକିପାର୍ବାଇ, ଆରି ଦେକିପାର୍ବା ଲକ୍ମନ୍ କାଣା ଅଇଜିବାଇ ।”
୪୦ଜିସୁ ଏନ୍ତି କଇବା କାତା, ଲଗେ ରଇଲା କେତେଟା ପାରୁସି ଲକ୍ମନ୍ ସୁନିକରି ତାକେ ପାଚାର୍ଲାଇ, “ଏନ୍ତି ବଇଲେ ଆମ୍କେ କାଇ କାଣା ଲକ୍ମନ୍ ବଲି ବାବ୍ଲୁସ୍ନି କି ?”
୪୧ଜିସୁ ସେମନ୍କେ କଇଲା, “ତମେ କାଣା ଅଇରଇତାସ୍ ଆଲେ ଦସି ନ ଅଇତାସ୍ । ମାତର୍ ଦେକି ପାର୍ଲୁନି ବଲି କଇଲାସ୍ନିଜେ ଅଦିକ୍ ଦସି ।”