ଜିସୁ ବନ୍ଦି ଅଇଲା
(ମାତିଉ ୨୬:୪୭-୫୬; ମାର୍କ ୧୪:୪୩-୫୦; ଲୁକ୍ ୨୨:୪୭-୫୩)
୧ଜିସୁ ଏ ପାର୍ତନା ସାରାଇକରି ନିଜର୍ ସିସ୍ମନର୍ ସଙ୍ଗ୍ କିଦ୍ରଣ୍ ନାଉଁର୍ ଜଲା ସେପାଟର୍ ଜାଗାଇ ଗାଲା । ତେଇ ଗଟେକ୍ ବାଡ୍ ରଇଲା, ଜିସୁ ଆରି ତାର୍ ସିସ୍ମନ୍ ସେ ବାଡେ ପୁର୍ଲାଇ । ୨ଜନ୍ ଜିଉଦା କି ଜିସୁକେ ସତ୍ରୁମନ୍କେ ସର୍ପିଦେଲା, ସେ ମିସା ସେ ଜାଗା ଜାନି ରଇଲା । କାଇକେବଇଲେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ସେ ବାଡେ କେତେ ତର୍ ଜାଇରଇଲା । ୩ସେଟାର୍ ପାଇ ଜିଉଦା ରମିୟ ସନିଅମନର୍ ଗଟେକ୍ ଦଲ୍, ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପାଟାଇ ରଇବା ମନ୍ଦିର୍ ଜାଗୁଆଲ୍ମନ୍କେ ଦାରି, ସେ ବାଡେ କେଟ୍ଲା । ସେମନ୍ ଆତ୍ଆତିଆର୍, ଲାଁତର୍ ଆରି ଜଇଉମ୍ଲା ଦାରିକରି ତେଇ ଆଇଲାଇ । ୪ସେବେଲା କାଇ କାଇ ଗଟ୍ନାମନ୍ ଗଟ୍ସି, ସେଟା ସବୁ ଜିସୁ ଜାନିକରି ଆଗ୍ତୁ ଗାଲା ଆରି ସେମନ୍କେ “ତମେ କାକେ କଜ୍ଲାସ୍ନି ?” ବଲି ପାଚାର୍ଲା ।
୫“ନାଜରିତିୟ ଜିସୁକେ କଜ୍ଲୁନି ।” ସେମନ୍ କଇଲାଇ ।
“ମୁଇସେ ଜିସୁ ।” ବଲି ସେମନ୍କେ କଇଲା ।
ବିସ୍ବାସେ ବିସ୍ ଦେଉ ଜିଉଦା ମିସା ସେ ଲକ୍ମନର୍ ସଙ୍ଗ୍ ଟିଆଅଇରଇଲା । ୬ଜିସୁ ଜେଡେବେଲା “ମୁଇ ଆକା ସେ ଲକ୍ ।” ବଲି ସେମନ୍କେ କଇଲା, ସେ ଲକ୍ମନ୍ ପଚେ ଗୁଚିଜାଇ ତଲେ ଅଦର୍ଲାଇ । ୭ଜିସୁ ସେମନ୍କେ ଆରିତରେକ୍ ପାଚାର୍ଲା, “ତମେ କାକେ କଜ୍ଲାସ୍ନି ?” ସେମନ୍ କଇଲାଇ, “ଆମେ ନାଜରିତିୟ ଜିସୁକେ କଜ୍ଲୁନି ।”
୮ଜିସୁ କଇଲା, “ମୁଇ ଆକା ସେ ଲକ୍ ବଲି ତମ୍କେ କଇଲି । ତମେ ଜଦି ମକେ କଜ୍ଲାସ୍ନି ବଇଲେ ଏ ଲକ୍ମନ୍କେ ଚାଡିଦିଆସ୍ ।” ୯ଜେନ୍ତିକି ସେ ଆଗ୍ତୁ କଇରଇଲା ବାକିଅ ସିଦ୍ ଅଇସି, ବାବା ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ସେମନର୍ ବିତ୍ରେଅନି ଗଟେକ୍ ଲକ୍କେ ମିସା ଆଜାଇ ନାଇ ।
୧୦ସିମନ୍ ପିତରର୍ ଆତେ ଗଟେକ୍ କାଣ୍ଡା ରଇଲା । ସେ କାଣ୍ଡା ବାର୍କରାଇ ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ ମାର୍ଲା । ସେ ଗତିଦାଙ୍ଗ୍ଡାର୍ ନାଉଁ ମାଲକ୍ । ୧୧ ମାତର୍ ଜିସୁ ପିତର୍କେ କଇଲା, “ତର୍ କାଣ୍ଡା ଜାଗ୍ରତ୍ କରି କଲ୍ ବିତ୍ରେ ପୁରାଇ ସଙ୍ଗଇ ଦେସ୍ । ମର୍ ବାବା ପର୍ମେସର୍ ମକେ ଜନ୍ ଦୁକ୍କସ୍ଟ ପାଇବାକେ ପାଟାଇ ଆଚେ, ସେଟା ମୁଇ ନ ପାଇ କି ?”
ଆନାର୍ ମୁଆଟେ ଜିସୁ
୧୨ତାର୍ ପଚେ ରମିୟ ସନିଅମନ୍, ସନିଅ ମନର୍ ମୁକିଅ ନେତାମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଜିସୁକେ ଦାରି ବାନ୍ଦ୍ଲାଇ । ୧୩ଆରି ତାକେ ବାନ୍ଦିକରି ପର୍ତୁମ୍ କାୟାପାର୍ ସାତ୍ରା ଆନାର୍ ଲଗେ ନେଲାଇ । କାଇକେ ବଇଲେ ଆନା ସେ ବରସର୍ ବଡ୍ ପୁଜାରି ରଇଲା । ୧୪ ଏ କାୟାପାସେ ଆଗ୍ତୁ ଜିଉଦି ନେତାମନ୍କେ, ସବୁ ଲକର୍ ପାଇ ଗଟେକ୍ ଲକ୍ ମର୍ବାଟା ଗଟେକ୍ ମଙ୍ଗଲର୍ ବିସଇ ବଲି କଇରଇଲା ।
ପିତର୍ ଜିସୁକେ ନାଜାନି ବଲି କଇବାଟା
(ମାତିଉ ୨୬:୬୯-୭୦; ମାର୍କ ୧୪:୬୪-୬୮; ଲୁକ୍ ୨୨:୫୫-୫୭)
୧୫ସିମନ୍ ପିତର୍ ଆରି ଗଟେକ୍ ବିନ୍ ସିସ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ବିନ୍ ସିସ୍ ବଡ୍ ପୁଜାରିକେ ଜାନି ରଇଲା । ସେଟାର୍ପାଇ ଜିସୁର୍ ସଙ୍ଗ୍ ବଡ୍ ପୁଜାରିର୍ ଡାଣ୍ଡେ ପୁର୍ଲା । ୧୬ମାତର୍ ପିତର୍ ବାଇରର୍ ଡିଆଗଡିଲଗେ ଟିଆଅଇ ରଇଲା । ବଡ୍ ପୁଜାରିକେ ଜାନିରଇଲା ସିସ୍ ଡାଣ୍ଡେ ବାଉଡି ଆସି ଡାଣ୍ଡର୍ ଡିଆଗଡି ଲଗେ ଜାଗିରଇଲା । ଗତିଦାଙ୍ଗ୍ଡିକେ କଇକରି ପିତର୍କେ ବିତ୍ରେ ଡାକିନେଲା । ୧୭ସେ ଡିଆଗଡି ଜାଗି ରଇଲା ଗତିଦାଙ୍ଗ୍ଡି ସେବେଲା ପିତର୍କେ ପାଚାର୍ଲା, “ତୁଇ ମିସା ଏ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ନଉଁସ୍ କି ?”
ପିତର୍ କଇଲା “ମୁଇ ତାର୍ ଲକ୍ ନଇ ।” ୧୮ସିତ୍ କଲାଜେ ଗତିଦାଙ୍ଗ୍ଡାମନ୍ ଆରି ଜାଗୁଆଲ୍ମନ୍ ଜଇଲାଗାଇକରି ଚାରିବେଡ୍ତି ଟିଆଅଇ ଜଇ ଚେକ୍ତେ ରଇଲାଇ । ପିତର୍ ମିସା ସେମନର୍ ସଙ୍ଗ୍ ଟିଆଅଇକରି ଜଇଚେକ୍ତେ ରଇଲା ।
ଜିସୁକେ ବଡ୍ ପୁଜାରିମନର୍ ପର୍ସନ୍
(ମାତିଉ ୨୬:୫୯-୬୬; ମାର୍କ ୧୪:୫୫-୬୪; ଲୁକ୍ ୨୨:୬୪-୭୧)
୧୯ଏତ୍କି ବିତ୍ରେ ବଡ୍ ପୁଜାରି ଜିସୁର୍ ସିସ୍ମନର୍ ବିସଇ ଆରି ଜିସୁ ସିକାଇଦେଲା ବିସଇ ସେମନ୍କେ ପାଚାର୍ବାର୍ଦାର୍ଲା । ୨୦ଜିସୁ ସେମନ୍କେ କଇଲା, “ମୁଇ ସବୁବେଲେ ଲକ୍ମନର୍ ଜାନ୍ତେ ସିକାଇତେ ରଇଲି । ଆରି ଜିଉଦି ଲକ୍ମନର୍ ଉପାସନା ଗରେ ଆରି ମନ୍ଦିର୍ତେଇ ସବୁ ଜିଉଦି ଲକ୍ମନ୍ ରୁଣ୍ଡିରଇଲା ବେଲେ ସେମନ୍କେ ସିକାଇଲିଆଚି । କାଇଟାମିସା ଲୁଚ୍ତେ କଇନାଇ । ୨୧ଏନ୍ତି ବଇଲେ କାଇକେ ମକେ ପାଚାର୍ଲୁସ୍ନି ? ଜନ୍ ଲକ୍ମନ୍ ମୁଇ କଇଲା କାତା ସୁନିଆଚତ୍, ସେ ଲକ୍ମନ୍କେ ପାଚାର୍ । ମୁଇ ଜାଇଜାଇଟା କଇଲିଆଚି, ସେଟା ସେମନ୍ ଜାନିଆଚତ୍ ।”
୨୨ଜିସୁ ଏ କାତା କଇବା ବେଲେ ଜିସୁର୍ ଲଗେ ଟିଆଅଇରଇଲା ଜାଗୁଆଲ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଗଟେକ୍ ଚାପ୍ଡା ମାରି କଇଲା, “ତୁଇ ବଡ୍ ପୁଜାରିକେ ଏନ୍ତାରି କାତା ଅଇଲୁସ୍ନି ?”
୨୩ଜିସୁ ତାକେ କଇଲା “ମୁଇ ଜଦି ବୁଲ୍ କାତା କଇରଇଲେ, ସବୁର୍ ମୁଆଟେ ମର୍ ବୁଲ୍ ଦେକାଆ, ମୁଇ ସତ୍କାତା କଇଲିନି ବଇଲେ, ମକେ କାଇକେ ମାର୍ଲୁସ୍ନି ?” ୨୪ତାର୍ପଚେ ଆନାନ୍ ଜିସୁକେ ବାନ୍ଦ୍ନେସେ ବଡ୍ ପୁଜାରି କାୟାପାର୍ ଲଗେ ପାଟାଇଦେଲା ।
ପିତର୍ ଜିସୁକେ ଆରି ତର୍କେ ନାଜାନି ବଲି କଇଲା
(ମାତିଉ ୨୬:୭୧-୭୫; ମାର୍କ ୧୪:୬୯-୭୨; ଲୁକ୍ ୨୨:୫୮-୬୨)
୨୫ସିମନ୍ ପିତର୍ ଟିଆଅଇ ଜଇଚେକ୍ବା ବେଲେ ବିନ୍ ଲକ୍ମନ୍ ତାକେ ପାଚାର୍ଲାଇ, “ତୁଇ ମିସା ଏ ଲକର୍ ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ନଉଁସ୍ କି ?” ମାତର୍ ପିତର୍ କଇଲା,
“ନାଇ ମୁଇ ତାର୍ ସିସ୍ ନଇ ।”
୨୬ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାମନର୍ ବିତ୍ରେଅନି ଗଟେକ୍ ଲକ୍ ଜାକେ କି ପିତର୍ କାନ୍ କାଟିପାକାଇରଇଲା, ସେ ଡାଟ୍ ସଙ୍ଗ୍ କଇଲା, “ସେ ବାଡେ ମୁଇ ତକେ ତାର୍ ସଙ୍ଗ୍ ରଇଲାଟା ଦେକି ରଇଲି । ”
୨୭ପିତର୍ ଆରି ତରେକ୍ କଇଲା “ନାଇ ମୁଇ ତାକେ ମୁଲ୍କେ ନାଜାନି ।” ସମାନ୍ ସେଡ୍କି ଦାପ୍ରେ କୁକ୍ଡା ଡାକ୍ଲା ।
ପିଲାତର୍ ଲଗେ ଜିସୁକେ ନେଲାଇ ।
(ମାତିଉ ୨୭:୧-୨,୧୧-୧୪; ମାର୍କ ୧୫:୧-୫; ଲୁକ୍ ୨୩:୧-୫)
୨୮ତାର୍ ପଚେ ଜିସୁକେ କାୟାପାର୍ ଗରେଅନି ରମିୟ ସର୍କାର୍ ପିଲାତର୍ତେଇ ଦାରିଗାଲାଇ । ସେଟା କୁକ୍ଡା ଡାକେ ଅଇରଇଲା । ଆରି ଜିସୁକେ ନିନ୍ଦା କର୍ବା ଲକ୍ମନ୍ ନିଜ୍କେ ଅସୁକଲ୍ ଅଇବାର୍ ଅଇସି ବଲିକରି ବିତ୍ରେ ଜାଅତ୍ନାଇ । କାଇକେ ବଇଲେ ନିସ୍ତାର୍ ପରବର୍ ବଜିର୍ ପାଇ ବଲି ସେମନ୍ ଅସୁକଲ୍ ଅଇବାକେ ମନ୍ ନ କର୍ତେରଇଲାଇ । ୨୯ତେବେ ରମିୟ ସର୍କାର୍ ପିଲାତ୍, ବାଇରେ ଆସିପାଚାର୍ଲା, “ଏ ଲକର୍ ବିରୁଦେ ତମର୍ କାଇ ଦାବି ଆନିଆଚାସ୍ ?”
୩୦ସେ ଲକ୍ମନ୍ ପିଲାତ୍କେ କଇଲାଇ, “ଏ ଲକ୍ ଜଦି ବୁଲ୍ କାମ୍ କରି ନ ରଇଲେ, ଆମେ ତମର୍ ଲଗେ ନ ଆନ୍ତୁ ।” ୩୧ସେଡ୍କି ବେଲା ପିଲାତ୍ ସେମନ୍କେ କଇଲା, “ତମେ ତାକେ ଦାରିଜାଇକରି ତମର୍ ନିୟମ୍ ଇସାବେ ବିଚାର୍ କରା ।” ଜିଉଦି ନେତାମନ୍ କଇଲାଇ, “ଗଟେକ୍ ଲକ୍କେ ମରନ୍ ଡଣ୍ଡ୍ ଦେବାଟା ରମିୟ ସର୍କାର୍କେ ସେ ଆଚେ । ଜିଉଦି ଲକ୍ମନ୍ କାକେମିସା ମରନ୍ ଡଣ୍ଡ୍ ଦେବାକେ ଆମର୍ ଅଦିକାର୍ ନାଇ ।” ୩୨ ଜିସୁ କେନ୍ତାରି ଅଇ ମର୍ବାକେ ଗାଲାନି ସେ ବିସଇ ନେଇକରି ଜନ୍ କାତା କଇରଇଲା ସେ କାତା ସିଦ୍ଅଇବାକେ ଏନ୍ତି ଅଇଲା ।
୩୩ପିଲାତ୍ ଆରି ତରେକ୍ ମେଡ୍ ବିତ୍ରେ ବାଉଡି ଜାଇକରି, ଜିସୁକେ ଡାକି ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି ?”
୩୪ଜିସୁ ତାକେ କଇଲା, “ତୁଇ କାଇ ଏଟା ନିଜର୍ଟାନେଅନିସେ କଇଲୁସ୍ନି, କି ବିନ୍ ଲକ୍ମନ୍ ତକେ କଇଲାଜେ କଇଲୁସ୍ନି ?”
୩୫ପିଲାତ୍ ପର୍ସନ୍ କଲା, “ମୁଇ ଗଟେକ୍ ଜିଉଦି ଲକ୍ ବଲି ବାବ୍ଲୁସ୍ନି କି ? ତର୍ ନିଜର୍ ଲକ୍ମନ୍ ଆରି ମୁକିଅ ପୁଜାରିମନ୍ ତକେ ମର୍ଟାନେ ସର୍ପି ଦେଇ ଆଚତ୍ । ତୁଇ କାଇ ବୁଲ୍ କରିଆଚୁସ୍ ?” ୩୬ଜିସୁ କଇଲା “ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ । ଜଦି ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ ପାରା ଅଇତା, ସେନ୍ତାର୍ଆଲେ ମର୍ ସିସ୍ମନ୍ ମର୍ବାଟେ ଅଇ ଜୁଇଦ୍ କର୍ତାଇ । ଆରି ମକେ ଜିଉଦି ନେତାମନର୍ ଟାନେ ସର୍ପି ନ ଦେଇତାଇ । ମାତର୍ ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ ।” ୩୭ସେବେଲେ ପିଲାତ୍ ତାକେ ପାଚାର୍ଲା, “ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?” ଜିସୁ କଇଲା, “ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।”
୩୮ପିଲାତ୍ ଜିସୁକେ କଇଲା “ଏନ୍ତି ବଇଲେ ସତ୍ ବିସଇ କାଇଟା ?” ପଚେ ସେ ଡାଣ୍ଡେ ବାରଇ କରି ଜିଉଦି ନେତାମନ୍କେ କଇଲା, “ଏ ଲକର୍ଟାନେ ଡଣ୍ଡ୍ ଦେବା ଏତ୍କି କାଇ ଦସ୍ ଦେକିନାଇ ।
ଜିସୁକେ ମରନ୍ ଡଣ୍ଡ୍ ପାଇ ଆଦେସ୍ ଆଇଲା
(ମାତିଉ ୨୭:୧୫-୩୧; ମାର୍କ ୧୫:୬-୨୦; ଲୁକ୍ ୨୩:୧୩-୨୫)
୩୯“ତମର୍ ରିତିନିତି ଇସାବେ ନିସ୍ତାର୍ ପରବ୍ ବେଲେ ଗଟେକ୍ ବନ୍ଦି ଲକ୍କେ, ମୁଇ ମୁକ୍ଲାଇବାର୍ ଆଚେ । ତେବର୍ ପାଇ ତମର୍ ଜିଉଦିମନର୍ ରାଜା ଜିସୁକେ ମୁଇ ମୁକ୍ଲାଇ ଦେବି । ଏଟା ତମେ ମନ୍କଲାସ୍ନି କି ?” ୪୦ମାତର୍ ଲକ୍ମନ୍ ଆଉଲିଅଇକରି କଇଲାଇ, “ନାଇ ଏ ଲକ୍କେ ନାଇ, ମାତର୍ ବାର୍ବାକେ ମୁକ୍ଲାଇ ଦିଆସ୍ ।” ଏ ବାରବ୍ବା ଗଟେକ୍ ଡାକୁ ଲକ୍ ରଇଲା ।