ଯୋହନ ଦର୍ଶନ ପାଇଥିବା ପୁସ୍ତକ
ଜଅନ୍ ଦର୍ସନ୍ ପାଇରଇବା ବଇ
ଏ ବଇ ବିସଇରେ ଜାନ୍ବାଟା
ପର୍କାସିତ ବଇ ନୁଆ ନିୟମର୍ ସାରାସାରି ବଇ । ଏ ବଇ ମିସା ଜଅନ୍ ଲେକିରଇଲା । ଏଟା ଜିସୁକିରିସ୍ଟ ଜନମ୍ ଅଇକରି ପାକାପାକି ୯୫ ବେଲେ ଲେକାଅଇରଇଲା ୧:୧ । ସେ ଜଅନ୍ ସୁବ୍କବର୍ ସଙ୍ଗ୍ ତିନ୍ଟା ଚିଟି ମିସା ଲେକିରଇଲା । ଜନ୍ଟାମନ୍ କି, ୧ ମ ଜଅନ୍, ୨ ୟ ଜଅନ୍ ଆରି ୩ ୟ ଜଅନ୍ । ଜଅନ୍ ଜାକେ କି ଜିସୁ ବେସି ନିକଲକ୍ ବଲି ଦେକ୍ତେରଇଲା ବଲି ଜାନିଅଇସି । ଜଅନ୍ ଆଇସ୍ଲାଣ୍ଡର୍ ପାତ୍ରସ୍ ନାଉଁର୍ ଜାଗାଇ ରଇଲାବେଲେ ଏ ପର୍କାସିତ ବଇ ଲେକିରଇଲା । ଜଅନ୍ ୧୩:୨୩ କାଇକେବଇଲେ ଜିସୁକିରିସ୍ଟର୍ ସୁବ୍କବର୍ ଜାନାଇବାକେ ତେଇ ଜାଇ ବାସାଅଇରଇଲା ୧:୯ ।
ଜିସୁ ଆରିତରେକ୍ ଆଇବା ବେଲା ଲଗେ ଅଇରଇଲାଜେ, ଜିସୁକିରିସ୍ଟକେ ବିସ୍ବାସ୍ କରି ରଇବାକେ ପଡ୍ବା ଲକ୍ମନ୍କେ ଆସା ଆରି ସାଆସ୍ ଦେବାକେ ଏ ପର୍କାସିତ ବଇ ଜଅନ୍ ଲେକିରଇଲା ୧:୩;୨୨:୭ । ସେ ସାତ୍ଟା ମଣ୍ଡଲିକେ ସବୁ ବିସ୍ବାସିମନର୍ପାଇ ନିକସଙ୍ଗ୍ ଲେକିଆଚେ ୨:୩ । ଜଅନ୍ ତାର୍ ଲେକାଟାନେ ଆଗ୍କେ ଗଟ୍ବା ବବିସତ୍ କାତା ୧:୩ ଆରି ସେ ଦର୍ସନ୍ ଦେକିରଇବା କେତେକ୍ କେତେକ୍ ଚିନ୍ମନର୍ ବିସଇ ଲେକିଆଚେ । ଏ ବଇଟାନେ କେତେଟା ବାଗ୍ଟାନେ ପୁର୍ନା ନିୟମର୍ ବାଗ୍ସଙ୍ଗ୍ ସମାନ୍ ଆଚେ । ଜନ୍ଟାକି ଜିକରିୟ ୬:୧-୮ ଦେକିଅଇସି ।
ଜନ୍ଟା କି ସାତ୍ଟା ମଇରି, ସାତ୍ଟା ମୁତା । ଜନ୍ଟା ପର୍ମେସର୍ ମିସରର୍ ଲକ୍ମନ୍କେ ଡଣ୍ଡ୍ ଦେବାକେ ମର୍ଡି ପାଟାଇରଇଲା । ଜାତ୍ରା ୭:୯ ।
ପର୍କାସିତ ବଇ ସାରାସାରି ଜୁଗ୍ ବିସଇ ଜାନାଇଲାନି । ସାରାସାରି ବେଲେ ଜିସୁ ଜିତ୍ସି ଆରି ଜେତ୍କି ଲକ୍ମନ୍ ତାକେ ଆସାକରି ରଇବାଇ, ସେମନ୍ ସବୁବେଲର୍ପାଇ ତାର୍ ସଙ୍ଗ୍ ରଇବାଇ । ଏ ବଇ ଆମ୍କେ ଜାଗର୍ତା ଆରି ଆସା ଦେଲାନି ଜେ, ଜିସୁ ଦାପ୍ରେ ବାଉଡି ଆଇଲାନି ।
ଏ ବଇ ବିତ୍ରେ ରଇଲାଟା
୧. ଜଅନ୍ ନିଜର୍ ବିସଇ ଜାନାଇ ଅଇଲାଟା ଆରି ସେ ଆଗ୍କେ କାଇଟା ଅଇସି ସେ ବିସଇ ଦର୍ସନ୍ ଦେକ୍ଲାଟା । ୧:୧-୨୦
୨. ଜଅନ୍ ଜିସୁକିରିସ୍ଟର୍ ତେଇଅନି ସାତ୍ଟା ମଣ୍ଡଲିକେ ଜାନାଇବାଟା । ୧:୧–୩:୨୨
୩. ସାତ୍ଟା ଚିନ୍ ୪:୧;୮:୫ ସାତ୍ଟା ମଇରି । ୮:୬;୧୧:୯
୪. ମାପ୍ରୁର୍ ପିଲାଜିଲା ଆରି ସାତ୍ଟା ମୁଣ୍ଡ୍ ଦାରିକରି ରଇବା ପୁର୍ନା ସାଁପ୍ ସଙ୍ଗ୍ ଜୁଇଦ୍ କର୍ବାଟା । ୧୨:୧;୧୪:୨୦
୫. ସାତ୍ଟା ରିସାର୍ ମୁତା ବିସଇରେ ଟିକିନିକି ଜାନାଇବାଟା । ୧୭:୧;୧୬:୧୮
୬. ସରଗ୍ପୁରେ ପର୍ମେସର୍ ତାର୍ ସତ୍ରୁ ସଙ୍ଗ୍ ଜୁଇଦ୍ କରି ଜିତ୍ବାଟା । ୧୭:୧;୨୦:୧୫
୭. ନୁଆ ସରଗ୍ ଆରି ନୁଆ ଜଗତ୍ । ୨୧:୧;୨୨:୨୧
୧
୧ ଜାଇ ଜାଇଟା ଦାପ୍ରେ ଗଟ୍ବାକେ ଗାଲାନି, ପର୍ମେସର୍ ଜିସୁ କିରିସ୍ଟକେ ଜାନାଇ ରଇବା ବିସଇ ଏ ବଇଟାନେ ଲେକାଅଇ ଆଚେ । ସେ ସବୁ ବିସଇ ତାର୍ ଦାଙ୍ଗ୍ଡାମନ୍କେ ଜାନାଇବାକେ ପର୍ମେସର୍ ତାକେ ଜାନାଇଲା । ତେବର୍ପାଇ ମୁଇ ଜଅନ୍ ଜେ କି ତାର୍ ସିସ୍ ଅଇଲିଆଚି, ମକେ ଜାନାଇବାକେ କିରିସ୍ଟ ତାର୍ ଦୁତ୍କେ ପାଟାଇଲାଆଚେ । ୨ ଆରି ମକେ ଜେତ୍କି ବିସଇ ଦେକାଇରଇଲା, ମୁଇ ସେଟାମନ୍ ସବୁ ଲେକିଆଚି । ଆରି ଏ ସବୁ ଜିସୁ କିରିସ୍ଟ ଜାନାଇରଇବା ପର୍ମେସରର୍ ସତ୍ ବାକିଅ ବଲି ମୁଇ ଡାଟ୍ ସଙ୍ଗ୍ କଇଲିନି । ୩ ଏ ବଇ ପଡିକରି ତେଇ ଲେକାଅଇରଇବା ଆଗ୍କେ ଗଟ୍ବା କାତାମନ୍ ବୁଜିକରି ମାନ୍ବା ଲକ୍ମନ୍ କେଡେକ୍ କରମର୍ ଲକ୍ମନ୍ ! କାଇକେବଇଲେ ଏ ସବୁ ବିସଇ ଗଟ୍ବା ବେଲା କେଟ୍ଲା ।
ସାତ୍ଟା ମଣ୍ଡଲିକେ ଜୁଆର୍
୪ ✡ ୧:୪ ପର୍କାସିତ ୪:୫ମୁଇ ଜଅନ୍ ଆସିଆ ରାଇଜେ ରଇବା ସାତ୍ଟା ମଣ୍ଡଲିକେ ଲେକ୍ଲିନି । ପର୍ମେସର୍ ଟାନେଅନି ଆସିରଇବା ଜିବନ୍ ଦୁକାଇଲାଟା ଆରି ସାନ୍ତି ତମ୍କେ ମିଲ । ସେ ଏବେ ଆଚେ । ଆଗ୍ତୁ ମିସା ରଇଲା ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ ବସିରଇବା ଜାଗାର୍ ମୁଆଟର୍ ସାତ୍ଟା ଆତ୍ମାମନର୍ ଟାନେଅନି ୫ ଆରି ଜିସୁକିରିସ୍ଟ ଟାନେଅନି । ସେ ଆକା ପର୍ମେସରର୍ ବିସଇର୍ ସତ୍ ସାକି ଦେଇପାର୍ସି । ମଲା ଲକ୍ମନର୍ଟାନେଅନି ତାକେସେ ପର୍ତୁମ୍ ଉଟାଇରଇଲା । ଏ ଜଗତର୍ ସାସନ୍କାରିଆମନର୍ ଉପ୍ରେ ରଇବା ସାସନ୍କାରିଆ । ସେ ଆମ୍କେ ଆଲାଦ୍ କଲାନି । ଆମର୍ପାଇ ଗଟେକ୍ ବଲି ଇସାବେ ମଲାକେ ଆମର୍ ପାପେଅନି ସେ ଆମ୍କେ ମୁକ୍ଲାଇଆଚେ । ୬ ✡ ୧:୬ ପର୍କାସିତ ୫:୧୦ତାର୍ ବାବା ପର୍ମେସର୍କେ ସେବା କର୍ବାପାଇ ସେ ଆମ୍କେ ଗଟେକ୍ ରାଜାର୍ କୁଟୁମେ ପୁଜାରି କଲାଆଚେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବପୁ ଆରି ମଇମା ପାଅ । ଆମେନ୍ । ୭ ✡ ୧:୭ ମାତିଉ ୨୪:୩୦; ମାର୍କ ୧୩:୨୬; ଲୁକ୍ ୨୧:୨୭; ୧ମ ତେସଲନିକିୟ ୪:୧୭; ଜଅନ୍ ୧୯:୩୪,୩୭; ମାତିଉ ୨୪:୩୦ଏଦେ ଦେକା ! ସେ ମେଗ୍ମାଲାଇ ବସି ଆଇଲାନି । ଗୁଲାଇ ଲକ୍ମନ୍ ତାକେ ଦେକ୍ବାଇ । ତାକେ କୁରୁସ୍କାଟେ କୁଟି ମାରିରଇବା ଲକ୍ମନ୍ ମିସା ଦେକ୍ବାଇ । ଏ ଜଗତେ ରଇବା ସବୁ ଲକ୍ମନ୍ ତାର୍ଲାଗି ଦୁକ୍ କର୍ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍ !
୮ ✡ ୧:୮ ପର୍କାସିତ ୨୨:୧୩ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଅଦିକ୍ ବପୁର୍ଟା । ସେ ଏବେ ମିସା ଆଚେ । ସେ ଆଗ୍ତୁ ରଇଲା । ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ, ଆରି ସାରାଇବା ଲକ୍ ମିସା ମୁଇସେ ।”
କିରିସ୍ଟ ଦର୍ସନ୍ ଦେଲା
୯ “ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା । ୧୦ ଆମେ ମିସିକରି ତାକେ ଆରାଦନା କର୍ବା ମାପ୍ରୁର୍ ଦିନେ, ତାର୍ ଆତ୍ମା ମକେ ଦାରିରଇଲା । ଆରି ଜବର୍ ଅଇତେ ମଇରି ବାଜ୍ଲା ପାରା ମର୍ ପଚ୍ବାଟେ ସୁନ୍ଲି । ୧୧ ତୁଇ ଦେକ୍ଲାଟା ବଇଟାନେ ଲେକ୍ ଆରି ଏପିସିୟ, ସୁର୍ନା, ପର୍ଗାମା, ତିଆଟିରା, ସାର୍ଦି, ପିଲାଦେଲ୍ପିଆ ଆରି ଲାଉଦିକିଆଇ ମଣ୍ଡ୍ଲିତେଇ ପାଟାଆ ବଲି ସେ ସବଦ୍ ସୁନ୍ଲି ।”
୧୨ ସେ ସବଦ୍ ସୁନ୍ଲାକେ, କେ କାତାଅଇଲାନି, ଦେକ୍ବି ବଲି ପାସଲ୍ଲି ଆରି ସାତ୍ଟା ସୁନାର୍ ବତି ଡାଣ୍ଡି ଦେକ୍ଲି । ୧୩ ତାର୍ ମଜାଇ ନର୍ ପାରା ଡିସ୍ତେରଇବା ଗଟେକ୍ ଲକ୍କେ ଦେକ୍ଲି । ତାର୍ ପାଦ୍ଜାକ ଅଇବା ଗଟେକ୍ ଡେଙ୍ଗ୍ ଲୁଗା ପିନ୍ଦିରଇଲା । ତାର୍ ବୁକ୍ତଲେ ଗଟେକ୍ ସୁନାର୍ ବେଲ୍ଟୁ ବାନ୍ଦି ରଇଲା । ୧୪ ତାର୍ ମୁଣ୍ଡର୍ ଚେଣ୍ଡି ଦଇଲା ଚାଉଲ୍ ଆରି ଦୁଦ୍ପାରା ଦବ୍ ରଇଲା । ଆରି ତାର୍ ଆଁକି ଲାଗ୍ତେ ରଇବା ଜଇ ପାରା ଗଜ୍ଗଜି ଜାଇତେ ରଇଲା । ୧୫ ତାର୍ ପାଦର୍ ରେଡି ପିତଲ୍ ପାରା ଜଗ୍ଜଗି ଜାଇତେରଇଲା, ଜନ୍ଟାକି ଜଇଟାନେ ପରିଚଲ୍ ଅଇ ସୁନ୍ଦର୍ କରି ରେତ୍ଲାପାରା । ଆରି ତାର୍ ସବଦ୍ ଅଦର୍ତେରଇବା ଜର୍ନା ପାନିର୍ ସବଦ୍ପାରା ଜବର୍ ସବଦ୍ ଅଇତେରଇଲା । ୧୬ ସେ ତାର୍ ଉଜା ବାଟର୍ ଆତେ ସାତ୍ଟା ତାରା ଦାରି ରଇଲା, ଆରି ତାର୍ ଟଣ୍ଡେ ଅନି ଦୁଇବାଟେ ଦାର୍ ରଇବା ତିପ୍ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍ ମୁଁ ମୁଇଦାନିଆର୍ ବେଲ୍ପାରା ଜଲ୍କି ଜାଇତେ ରଇଲା । ୧୭ ✡ ୧:୧୭ ପର୍କାସିତ ୨:୮;୨୨:୧୩ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍ ପାଦ୍ତଲେ ଅଦ୍ରି ଗାଲି । ତାର୍ ପଚେ ସେ ମର୍ ଉପ୍ରେ ତାର୍ ଉଜା ଆତ୍ ସଙ୍ଗଇ କରି କଇଲା, ଡର୍ନାଇ, ମୁଇସେ ଆରାମ୍ ମୁଇସେ ସେସ୍ । ୧୮ ମୁଇସେ ଜିବନ୍ ରଇବା ଲକ୍ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିକରି ଆଚି । ମର୍ ଆତେ ମରନର୍ ଆରି ପାତାଲର୍ କୁଚିକାଡି ଆଚେ । ମରିରଇବା ସବୁ ଲକ୍ମନର୍ ଉପ୍ରେ ଆରି ମଲାଲକ୍ମନ୍କେ କନ୍ତି ପାଟାଇବାର୍, ସେଟା ମର୍ ଅଦିକାର୍ଆଚେ । ୧୯ ତେବର୍ ପାଇ ତମେ ଏବେ ଜାଇଜାଇଟା ଦେକି ଆଚାସ୍ ଆରି ଜାଇଜାଇଟା ଏବେ ଗଟ୍ଲାନି ଆରି ପଚ୍କେ ଗଟ୍ସି, ସେଟା ସବୁ ଲେକିକରି ସଙ୍ଗୁଆ । ୨୦ ମର୍ ଉଜାବାଟେ ରଇବା ସାତ୍ଟା ତାରା ଆରି, ସାତ୍ଟା ସୁନାର୍ ବତି ଡାଣ୍ଡିର୍ ଅରତ୍ ମୁଇ ତମ୍କେ କଇଦେବି । ସେ ସାତ୍ଟା ବତିଡାଣ୍ଡି ଅଇଲାନି ସାତ୍ଟା ମଣ୍ଡଲି । ସାତ୍ଟା ତାର୍ମନ୍ ଅଇଲାଇନି, ସାତ୍ଟା ମଣ୍ଡଲିର୍ ଦାଇତ୍ ନେବା ଦୁତ୍ମନ୍ ।