୩
ପ୍ରଭାତକାଳୀନ ପ୍ରାର୍ଥନା
ଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।
୧ ହେ ସଦାପ୍ରଭୁ, ମୋହର ବିପକ୍ଷମାନେ କିପରି
ବଢ଼ିଅଛନ୍ତି।
ମୋ’ ବିରୁଦ୍ଧରେ ଉତ୍ଥିତ ଲୋକ ଅନେକ।
୨ ଅନେକେ ମୋ’ ପ୍ରାଣ ବିଷୟରେ କହନ୍ତି, “ପରମେଶ୍ୱରଙ୍କ
ନିକଟରେ ତାହା ପାଇଁ ପରିତ୍ରାଣ* ପରିତ୍ରାଣ କିମ୍ବା ସାହାଯ୍ୟ ନାହିଁ।”
[ସେଲା]
୩ ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ;
ମୋହର ଗୌରବ ଓ ମୋ’ ମସ୍ତକ ଉଠାଇବା କର୍ତ୍ତା ଅଟ।
୪ ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ, ପୁଣି, ସେ
ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି।
[ସେଲା]
୫ ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି;
କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି।
୬ ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ ଅୟୁତ ଅୟୁତ
ଲୋକଙ୍କୁ ଭୟ କରିବି ନାହିଁ।
୭ ହେ ସଦାପ୍ରଭୁ, ଉଠ; ହେ ମୋହର ପରମେଶ୍ୱର,
ମୋତେ ପରିତ୍ରାଣ କର।
କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ;
ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ।
୮ ପରିତ୍ରାଣ† ପରିତ୍ରାଣ କିମ୍ବା ବିଜୟ ସଦାପ୍ରଭୁଙ୍କର ଅଧିକାର;
ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ।
[ସେଲା]