Home

ଯିଶାଇୟ

ଅଧ୍ୟାୟ: 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66


-Reset+

ଅଧ୍ୟାୟ 39

1 ସହେି ସମୟରେ ବାବିଲ ରାଜା ବଲଦନର ପୁତ୍ର ମଲୋଦକ୍-ବଲଦନ ହିଜକିଯ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିଯଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା।
2 ଏଥି ରେ ହିଜକିଯ ଅତିଶଯ ସନ୍ତୁଷ୍ଟ ହାଇେ ନିଜର ବହୁମୂଲ୍ଯ ପଦାର୍ଥର ଗୃହ, ରୂପା, ସୂନା, ସୁଗନ୍ଧିତ ଦ୍ରବ୍ଯ ବହୁମୂଲ୍ଯ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ଯ ସମାନଙ୍କେୁ ଦଖାଇେଲେ। ହିଜକିଯ ଯାହା ସମାନଙ୍କେୁ ନ ଦଖାଇେଲା ତାହା ତା'ର ଗୃହ ରେ କିମ୍ବା ସମଗ୍ର ରାଜ୍ଯ ରେ ନ ଥିଲା।
3 ସେତବେେଳେ ଭବିଷ୍ଯତ୍ବକ୍ତା ଯିଶାଇୟ ରାଜା ହିଜକିଯ ନିକଟକୁ ୟାଇ ତାଙ୍କୁ ପଚାରିଲେ, "ଏହି ଲୋକମାନେ କ'ଣ କହିଲେ ? ସମାନେେ କେଉଁଠାରୁ ଆସିଲେ ?'
4 ଯିଶାଇୟ ପଚାରିଲେ, " ସମାନେେ ତୁମ୍ଭ ଗୃହ ରେ କ'ଣ ଦେଖିଅଛନ୍ତି ?'
5 ଏଥି ରେ ଯିଶାଇୟ ହିଜକିଯଙ୍କୁ କହିଲେ, "ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ।
6 ଦେଖ, ଏକ ସମୟ ଆସୁଛି ଯେତବେେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ଯ ଓ ଆଜି ପର୍ୟ୍ଯନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ଯ ବାବିଲକୁ ନିଆୟିବ।' ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ଯ ଛଡ଼ାୟିବ ନାହିଁ।
7 ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନଇେଯିବେ ଓ ସମାନଙ୍କେୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକା ରେ ନପୁଂସକ କରି ରଖିବେ।'
8 ସେତବେେଳେ ହିଜକିଯ ଯିଶାଇୟଙ୍କୁ କହିଲା, "ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ଯ କହିଅଛ ତାହା ଉତ୍ତମ।" ସେ ପୁଣି କହିଲା, "କାରଣ ମାେ ସମୟରେ ଶାନ୍ତି ଓ ସତ୍ଯତା ବିରାଜିତ ହବେ।'